ETV Bharat / bharat

360 ଡିଗ୍ରୀ ରେସ୍କ୍ୟୁ ଅପରେସନ: ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ କେନ୍ଦ୍ର ଗୃହ ସଚିବ - Uttarakhand Silkyara Tunnel

16 ଦିନରେ ଉତ୍ତରକାଶୀ ସିଲକ୍ୟାରା ଟନେଲ ଉଦ୍ଧାରକାର୍ଯ୍ୟ । ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ କେନ୍ଦ୍ର ଗୃହ ସଚିବ । ଏବେ ଭର୍ଟିକାଲ ଡ୍ରିଲିଂ ସହ ରାଟ ମାଇନିଂ ପ୍ରକ୍ରିୟାକୁ ଗୁରୁତ୍ବ । ଅଧିକ ପଢନ୍ତୁ

ଉତ୍ତରକାଶୀ ଟନେଲ ନିକଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ କେନ୍ଦ୍ର ଗୃହ ସଚିବ

author img

By ETV Bharat Odisha Team

Published : Nov 27, 2023, 7:54 PM IST

ଡେରାଡୁନ: ଉତ୍ତରକାଶୀ ସିଲକ୍ୟାରା ଟନେଲରେ ଫସିଥିବା 41 ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଥିବା ଅପରେସନ ଆଜିକୁ 16ତମ ଦିନରେ ପହଞ୍ଚିଛି । ଆହ୍ବାନପୂର୍ଣ୍ଣ ଭୌଗଳିକ ସ୍ଥିତି ଓ ଯାନ୍ତ୍ରିକ ସମସ୍ୟା କାରଣରୁ ଏହା ଅହେତୁକ ବିଳମ୍ବ ଓ ଜଟିଳ ହେବାରେ ଲାଗିଛି । ଦୁଇ ଦିନ ତଳୁ ଅଗର ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଖୋଦେଇ କାମ ବନ୍ଦ ରହିଛି । ଏବେ ଭର୍ଟିକାଲ ଡ୍ରିଲିଂ ଓ ରାଟ ମାଇନିଂ ପ୍ରକ୍ରିୟାରେ ଖୋଳା କାମ ଜାରି ରହିଛି । ଏହାରି ମଧ୍ୟରେ ଆଜି ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଓ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଏସ.ଏସ ସନ୍ଧୁ ପହଞ୍ଚି ଉଦ୍ଧାର ଅପରେସନର ସମୀକ୍ଷା କରିଛନ୍ତି ।

  • #WATCH | Uttarkashi (Uttarakhand) tunnel rescue | Principal Secretary to PM, Dr PK Mishra visited the Silkyara tunnel and communicated with the workers trapped there. He also spoke with the families of the trapped workers. He also took a report of the food items being sent to the… pic.twitter.com/VaZ0HmoaPa

    — ANI (@ANI) November 27, 2023 " class="align-text-top noRightClick twitterSection" data=" ">

ଏହି ଉଦ୍ଧାର ପରେସନକୁ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜେ ନିୟମିତ ତଦାରଖ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିୟମିତ ଅପଡେଟ ନେଉଛନ୍ତି । ପୂର୍ବରୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଓ କେନ୍ଦ୍ର ପରିବହନ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ବିଜୟ କୁମାର ସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିସାରିଛନ୍ତି । ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ସୁଦ୍ଧା ଅପରେସନ ପୂର୍ଣ୍ଣ ସଫଳ ହେବା ପାଇଁ ଆଉ କେତେ ସମୟ ଲାଗିବ, ସେ ନେଇ କୌଣସି ସ୍ପଷ୍ଟତା ନାହିଁ ।

ଏବେ ଶ୍ରମିକମାନେ ଫସିଥିବା ସ୍ଥାନରେ ପାହାଡ ଉପରୁ ଭର୍ଟିକାଲ ଡ୍ରିଲିଂ (ଭୂଲମ୍ବ ଖନନ) ଜାରି ରହିଛି । ଦୁଇ ଦିନ ତଳେ ଅଗର ମେସିନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ଅଚଳ ହୋଇପଡିଥିଲା । ଏହାକୁ ଟନେଲ ମଧ୍ୟରୁ ବାହାର କରାଯାଉଛି । ଭୌଗଳିକ ଅବସ୍ଥିତି ଓ ନିକଟରେ ଦେଖାଯାଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି 360 ଡିଗ୍ରୀ ସମନ୍ବିତ ଅପରେସନ ଜାରି ରହିଛି । ପୂର୍ବରୁ ବିଦେଶୀ ଟନେଲ ବିଶେଜ୍ଞଙ୍କ ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ), ଆଇଟିବିପି ପ୍ରମୁଖ ସାମିଲ ଥିବା ବେଳେ ଏବେ ଏଥିରେ ସେନା ମଧ୍ୟ ନିୟୋଜିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଟନେଲ୍ ରେସ୍ୟୁରେ ବଡ଼ ପ୍ରୟାସ: ଆକ୍ସନରେ ରାଟ୍ ମାଇନିଂ ଟିମ୍, ଖୁବ୍ ଶୀଘ୍ର ମାନୁଆଲ୍ ଡ୍ରିଲିଂ

ଶ୍ରମିକମାନେ ଫସିଥିବା ସ୍ଥାନକୁ ନିୟମିତ ଖାଦ୍ୟ, ପାଣି ପଠାଯିବା ପାଇଁ ଦୁଇଟି ଲାଇଫ-ଲାଇନ ପାଇପ୍‌ ବ୍ୟବସ୍ଥିତ ହୋଇଛି । ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ଅମ୍ଳଜାନ ଉପଲବ୍ଧ କରାଇବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି । ସେହିପରି ସେମାନଙ୍କ ମନୋବଳ ଦୃଢ ରଖିବା ପାଇଁ ମଧ୍ୟ ସେମାନଙ୍କ ସହ ନିୟମିତ ମଧ୍ଯ ଉଦ୍ଧାରକାରୀ ଟିମ ସଦସ୍ୟ ବାର୍ତ୍ତାଳାପ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.