ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (Prime Minister Narendra Modi ) ( ବୁଧବାର) ହରିୟାଣା ଓ ପଞ୍ଜାବ ଗସ୍ତରେ ଯିବେ । ଏହି ଅବସରରେ ଦେଶ ଉଦ୍ଦେଶ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉଦଘାଟନ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ହରିୟାଣାର ଫରିଦାବାଦ ଠାରେ ଅମୃତା ହସ୍ପିଟାଲର (Prime Minister will inaugurate Amrita Hospital at Faridabad Haryana) ଉଦଘାଟନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋହାଲି ଯାଇ ଅପରାହ୍ନ ପ୍ରାୟ ୨ଟା ୧୫ ରେ ମୁଲାନପୁର, ନୂଆ ଚଣ୍ଡିଗଡ, ସାହିବଜାଦା ଅଜିତ ସିଂହ ନଗର ଜିଲ୍ଲା (ମୋହାଲି) ଠାରେ "ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର” ( Homi Bhabha Cancer Hospital & Research Centre ) କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
-
Prime Minister Narendra Modi will dedicate the Homi Bhabha Cancer Hospital & Research Centre’ to the Nation at Mullanpur, New Chandigarh tomorrow. The Hospital has been built by the Central Government at a cost of over Rs. 660 Crore pic.twitter.com/N0VGkp76yw
— ANI (@ANI) August 23, 2022 " class="align-text-top noRightClick twitterSection" data="
">Prime Minister Narendra Modi will dedicate the Homi Bhabha Cancer Hospital & Research Centre’ to the Nation at Mullanpur, New Chandigarh tomorrow. The Hospital has been built by the Central Government at a cost of over Rs. 660 Crore pic.twitter.com/N0VGkp76yw
— ANI (@ANI) August 23, 2022Prime Minister Narendra Modi will dedicate the Homi Bhabha Cancer Hospital & Research Centre’ to the Nation at Mullanpur, New Chandigarh tomorrow. The Hospital has been built by the Central Government at a cost of over Rs. 660 Crore pic.twitter.com/N0VGkp76yw
— ANI (@ANI) August 23, 2022
ହରିୟାନାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ
ପ୍ରଧାନମନ୍ତ୍ରୀ ଫରିଦାବାଦରେ ଅମୃତା ହସ୍ପିଟାଲର ଉଦଘାଟନ କରିବା ଫଳରେ ନ୍ୟାସନାଲ କ୍ୟାପିଟାଲ ରିଜିଅନ (ଏନସିଆର) ରେ ଆଧୁନିକ ଚିକିତ୍ସା ଭିତ୍ତିଭୂମି ଉପଲବ୍ଧତା ବୃଦ୍ଧି ପାଇବ । ମାତା ଅମୃତାନନ୍ଦମୟୀ ମଠ ଦ୍ୱାରା ପରିଚାଳିତ ସୁପର ସ୍ପେସିଆଲିଟି ହସ୍ପିଟାଲ ୨୬୦୦ ଶଯ୍ୟା ବିଶିଷ୍ଟ ହେବ । ପାଖାପାଖି ୬୦୦୦ କୋଟି ଟଙ୍କା ବ୍ୟୟରେ ଏହି ଡାକ୍ତରଖାନା ନିର୍ମାଣ ହୋଇଛି । ଫରିଦାବାଦ ଏବଂ ସମଗ୍ର ଏନସିଆର ଅଞ୍ଚଳର ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ ଏହି ମେଡିକାଲ ।
ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ
ସେହିପରି ପଞ୍ଜାବରେ ଏକ ବିଶ୍ତସ୍ତରୀୟ କର୍କଟ ଚିକିତ୍ସା ସେବା ଯୋଗାଇବା ଦେବା ପାଇଁ ପ୍ରଧାନମନ୍ତ୍ରୀ ‘ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର’ କୁ ମୁଲାନପୁର, ନୂଆ ଚଣ୍ଡିଗଡ, ସାହିବଜଡା ଅଜିତ ସିଂହ ନଗର ଜିଲ୍ଲା (ମୋହାଲି) ରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୬୬୦ ଟଙ୍କାରୁ ଅଧିକ ମୂଲ୍ୟରେ ଏହି ହସ୍ପିଟାଲ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଓ ସହଯୋଗୀ ଅନୁଷ୍ଠାନ ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା ନିର୍ମାଣ କରାଯାଇଛି ।
ଏହି କର୍କଟ ହସ୍ପିଟାଲ ହେଉଛି ୩୦୦ ଶଯ୍ୟା କ୍ଷମତା ବିଶିଷ୍ଟ ଏକ ତ୍ରିସ୍ତରୀୟ ଚିକିତ୍ସା ହସ୍ପିଟାଲ। ଏଠି ସର୍ଜରୀ, ରେଡିଓଥେରାପି ଏବଂ ମେଡିକାଲ ଅଙ୍କୋଲୋଜି - କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ଭଳି ସମସ୍ତ ଉପଲବ୍ଧ ଚିକିତ୍ସା ପ୍ରଣାଳୀ ବ୍ୟବହାର କରି ସମସ୍ତ ପ୍ରକାରର କର୍କଟ ରୋଗର ଚିକିତ୍ସା ପାଇଁ ଆଧୁନିକ ସୁବିଧା ମିଳିବ।