ETV Bharat / bharat

44th Chess Olympiad: ଚେନ୍ନାଇ JLN ଇନଡୋର ଷ୍ଟାଡିୟମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ୪୪ ତମ ଚେସ ଅଲିମ୍ପିଆଡର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚେନ୍ନାଇର ଜେଏଲଏନ ଇନଡୋର ଷ୍ଟାଡିୟମ (JLN Indoor Stadium)ରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମରେ ୪୪ ତମ ଚେସ ଅଲିମ୍ପିଆଡ (44th Chess Olympiad )ର ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ

44th Chess Olympiad
44th Chess Olympiad
author img

By

Published : Jul 27, 2022, 10:14 PM IST

Updated : Jul 28, 2022, 9:08 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi ) ଆଜି ଚେନ୍ନାଇର ଜେଏଲଏନ ଇନଡୋର ଷ୍ଟାଡିୟମ (JLN Indoor Stadium)ରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମରେ ୪୪ ତମ ଚେସ ଅଲିମ୍ପିଆଡ( 44th Chess Olympiad )ର ଶୁଭାରମ୍ଭ କରିବେ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର(Union Minister of Youth Affairs & Sports Anurag Thakur ) ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ 19 ଜୁନ 2022ରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଜାତୀୟ ଷ୍ଟାଡିୟମ (Indira Gandhi National Stadium )ରେ ପ୍ରଥମ ଥର ପାଇଁ ଚେସ ଅଲିମ୍ପିଆଡ ଟର୍ଚ୍ଚ ରିଲେର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହି ଟର୍ଚ୍ଚ ଯାତ୍ରା ସ୍ୱିଜରଲ୍ୟାଣ୍ଡ ସ୍ଥିତ ଏଫଆଇଡିଇ ମୁଖ୍ୟ କାର୍ଯ୍ୟାଳୟ ( FIDE Headquarters Switzerland) କୁ ଯିବା ପୂର୍ବରୁ ୪୦ ଦିନରେ ୨୦,୦୦୦ କିଲୋମିଟର ଯାତ୍ରାରେ ୭୫ଟି ପବିତ୍ର ସ୍ଥାନ ଅତିକ୍ରମ କରି ତାମିଲନାଡୁର ମହାବଳିପୁରମ(Mahabalipuram)ରେ ଶେଷ ହୋଇଥିଲା ।

ଚେନ୍ନାଇରେ ଜୁଲାଇ ୨୮ ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ୪୪ ତମ ଚେସ ଅଲିମ୍ପିଆଡ ଅନୁଷ୍ଠିତ ହେଉଛି । ୧୯୨୭ ମସିହାରୁ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଏବଂ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହେଉଛି । ୧୮୭ଟି ଦେଶକୁ ନେଇ ଆୟୋଜିତ ଯେକୌଣସି ଚେସ ଅଲିମ୍ପିଆଡରେ ଏହା ସବୁଠାରୁ ବଡ ଅଂଶଗ୍ରହଣ ହେବ । ୬ ଟି ଦଳରେ ୩୦ ଜଣ ଖେଳାଳିଙ୍କୁ ନେଇ ପ୍ରତିଯୋଗିତାରେ ଭାରତ ମଧ୍ୟ ସର୍ବ ବୃହତ ଦଳ ଭାବେ ସାମିଲ ଦେଉଛି ।

Last Updated : Jul 28, 2022, 9:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.