ETV Bharat / bharat

ବେଙ୍ଗାଲୁରୁ ଟେକ ସମ୍ମିଳନୀ 2020ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି - ନରେନ୍ଦ୍ର ମୋଦି

ବେଙ୍ଗାଲୁରୁରେ ଟେକ ସମ୍ମିଳନୀ 2020ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟେକ ସମ୍ମିଳନୀରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅଧିକ ପଢନ୍ତୁ...

ବେଙ୍ଗାଲୁରୁ ଟେକ ସମ୍ମିଳନୀ 2020ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Nov 18, 2020, 10:44 PM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଟେକ ସମ୍ମିଳନୀ 2020ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋରୋନା ମହମାରୀ ପରେ ପ୍ରଯୁକ୍ତିବିଦ୍ୟାକୁ ନେଇ ବିଶ୍ବରେ ସୃଷ୍ଟି ହେବାକୁ ଥିବା ବିଭିନ୍ନ ସମସ୍ୟା ଉପରେ ଏହି ସମ୍ମିଳନୀରେ ଆଲୋଚନା ହେବ। ନଭେମ୍ବର 19ରୁ 21 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ। ଭିଡିଓ କନଫରେସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମିଳନୀକୁ ଉଦଘାଟନ କରିବେ।

ଏହି ଟେକ ସମ୍ମିଳନୀରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍, ସ୍ବିସ୍ କନଫେଡେରେସନ ଉପାଧ୍ୟକ୍ଷ ଗାଏ ପାରମେଲିନ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ଏହି ବୃହତ ସମ୍ମିଳନୀରେ ବିଶିଷ୍ଟ ନେତା, ଶିଳ୍ପପତି, ଟେକ୍ନୋକ୍ରାଟ୍, ଅନୁସନ୍ଧାନକାରୀ, ଉଦ୍ଭାବକ, ନିବେଶକ, ନୀତି ନିର୍ଣ୍ଣୟକାରୀ ଏବଂ ଶିକ୍ଷାବିତମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

କର୍ଣ୍ଣାଟକ ସରକାର, କର୍ଣ୍ଣାଟକ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ସୋସାଇଟି, ବାୟୋଟେକ୍ନୋଲୋଜି ଆଣ୍ଡ ଷ୍ଟାର୍ଟଅପ, ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ ଓ ଏମଏମ ଆକ୍ଟିଭ ସାଇ-ଟେକ୍ ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯିବ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଏହି ସମ୍ମିଳନୀର ବିଷୟ ବସ୍ତୁ ରହିଛି "ପରବର୍ତ୍ତୀ ବର୍ତ୍ତମାନ" (Next is Now)। ବିଶେଷ କରି କୋରୋନା ମହାମାରୀ ଯୋଗୁଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଉପରେ ପଡ଼ିଥିବା ପ୍ରଭାବ ଉପରେ ଆଲୋଚନା ହେବ। ଏହାସହ ଆଗାମୀ ଦିନରେ ପ୍ରଯୁକ୍ତିବିଦ୍ୟା ପାଇଁ କଣ ସବୁ ଚ୍ୟାଲେଞ୍ଜ ରହିବ ସେନେଇ ଆଲୋଚନା ହେବ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.