ETV Bharat / bharat

କଂଗ୍ରେସ ସାଂସଦଙ୍କ ଲିଙ୍କ୍‌ରେ ଓଡିଶାରେ ଶହ ଶହ କୋଟି ଜବତ, ପୁଣି କଂଗ୍ରେସକୁ ଘେରିଲେ ପ୍ରଧାନମନ୍ତ୍ରୀ - କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ

Prime Minister Narendra Modi targets congress: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସହ ଜଡିତ ଲିକର ଫାର୍ମ ‘ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ’ ପ୍ରାୟ ସାଢେ 3 ଶହ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାକୁ ନେଇ ପୁଣି ମୁଁହ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ
author img

By ETV Bharat Odisha Team

Published : Dec 12, 2023, 3:05 PM IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସହ ଜଡିତ ଲିକର ଫାର୍ମ ‘ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ’ ଓଡିଶା ସମେତ ଏକାଧିକ ରାଜ୍ୟରେ ଥିବା ଠିକଣାରୁ ପ୍ରାୟ ସାଢେ 3 ଶହ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାକୁ ନେଇ ପୁଣି ମୁଁହ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ଏହି ମାମଲାରେ କଂଗ୍ରେସକୁ କଡା କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଟ୍ବିଟ କରି ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି ଯେ, ଯେପର୍ଯ୍ୟନ୍ତ ଦେଶରେ କଂଗ୍ରେସ ଦଳ ରହିଛି ଏହିଭଳି ଟଙ୍କା ହେରଫେର ଘଟଣା ଜାରି ରହିଥିବ । 70 ବର୍ଷ ହେଲା ଲୁଟ ଜାରି ରହିଛି !

  • In India, who needs 'Money Heist' fiction, when you have the Congress Party, whose heists are legendary for 70 years and counting! https://t.co/J70MCA5lcG

    — Narendra Modi (@narendramodi) December 12, 2023 " class="align-text-top noRightClick twitterSection" data=" ">

ତେବେ ରେଡରେ 351କୋଟିରୁ ଉର୍ଦ୍ଧ୍ବ ଟଙ୍କା ମିଳିବା ପରେ ଏନେଇ କଂଗ୍ରେସକୁ ବାରମ୍ବାର ଟାର୍ଗେଟ କରିଆସିଛି ବିଜେପି । ଏହା ପୂର୍ବରୁ ମଧ୍ୟ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଟ୍ବିଟ କରିଥିଲେ । ଜନତାଙ୍କ ଠାରୁ ଲୁଟାଯାଇଥିବା ଟଙ୍କାର ପାଇ ପାଇ ହିସାବ ଦେବାକୁ ହେବ, ଏହା ମୋଦି ଗ୍ୟାରେଣ୍ଟି ବୋଲି ପ୍ରଧାନମନ୍ତ୍ରୀ ଲେଖିଥିଲେ ।

ଏହାମଧ୍ୟ ପଢନ୍ତୁ.. କଂଗ୍ରେସ ସାଂସଦଙ୍କ ବିଭିନ୍ନ ଲିକର ଫାର୍ମରୁ କୋଟି କୋଟି ଟଙ୍କା ଜବତ: ନଡ୍ଡା କହିଲେ ରାହୁଲଙ୍କୁ ମଧ୍ୟ ଦେବାକୁ ପଡିବ ଉତ୍ତର

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ଏଥିପାଇଁ କଂଗ୍ରେସ ନେତାଙ୍କ ସମେତ ରାହୁଲ ଗାନ୍ଧୀଙ୍କୁ ଉତ୍ତର ଦେବାକୁ ପଡିବ ବୋଲି ନଡ୍ଡା କହିଛନ୍ତି ।" ଏ ନୂଆ ଭାରତ । ଆଇନ ଠାରୁ କେହି ବର୍ତ୍ତି ପାରିବେନାହିଁ । ଜନତାଙ୍କ ଠାରୁ ଲୁଟାଯାଇଥିବା ଟଙ୍କାର ପାଇ ପାଇ ହିସାବ ଦେବାକୁ ହେବ" ବୋଲି ନଡ୍ଡା କହିଥିଲେ ।

ନଡ୍ଡା ଟ୍ବିଟ କରି ଲେଖିଥିଲେ,‘‘ବନ୍ଧୁ ଉତ୍ତର ଦେବାକୁ ପଡିବ । ତୁମକୁ ଓ ତୁମ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ । ନୂଆ ଭାରତରେ ରାଜ ପରିବାର ମନମାନୀ ଚାଲିବ ନାହିଁ । ଜନତାଙ୍କ ଅର୍ଥ ଶୋଷଣ କରିବାକୁ ଦିଆଯିବ ନାହିଁ । ଧାଇଁ ଧାଇଁ ଥକିଯିବ, କିନ୍ତୁ ଆଇନ ତୁମ ପିଚ୍ଛା ଛାଡିବନାହିଁ । ଯଦି କଂଗ୍ରେସ ଭ୍ରଷ୍ଟାଚାର ଗ୍ୟାରେଣ୍ଟି ଦେଉଛି, ତେବେ ମୋଦିଜୀ ମଧ୍ୟ ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି ଦେଉଛନ୍ତି । ଜନତାଙ୍କ ଠାରୁ ଲୁଟିଥିବା ଟଙ୍କାର ପାଇ ପାଇର ହିସାବ ଦେବାକୁ ହେବ ।’’

ତେବେ ସାଂସଦ ଧୀରଜ ସାହୁଙ୍କ ମାଲିକାନା ସହ ଜଡିତ ‘ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଓ ଅନ୍ୟ ଲିକର ଫାର୍ମର ଠିକଣାରେ ଓଡିଶା ସମେତ ଏକାଧିକ ସ୍ଥାନରେ ଆୟକର ବିଭାଗ ଚଢାଉ କରି ପାଖାପାଖି 351 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି । ଓଡିଶାର ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ, ଭୁବନେଶ୍ବର ସମେତ ପଶ୍ଚିମବଙ୍ଗର କୋଲକାତା, ଝାଡଖଣ୍ଡର ବୋକାରୋରେ ଏହି ଚଢାଉ କରାଯାଇଥିଲା ।

ସାଧାରଣ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଅପ୍ରତ୍ୟାଶିତ ପରିମାଣର ନଗଦ ଟଙ୍କା ଜବତ ପୁରା ଦେଶକୁ ସ୍ତବ୍ଧ କରିଛି ଓ ଏହାକୁ ନେଇ କଂଗ୍ରେସକୁ ସମାଲୋଚନା କରିଛି ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.