ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବୋରିସ ଜନସନ । ରାଷ୍ଟ୍ରପତି ଭବନରେ ତାଙ୍କର ଭବ୍ୟ ସ୍ବାଗତ କରାଯାଇଛି । ମୋଦିଙ୍କ ସହ ହାତ ମିଳାଇବା ପରେ ତାଙ୍କୁ ପାଛୋଟି ନିଆଯାଇଛି ।
ଭବ୍ୟ ସ୍ବାଗତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ । ଦିଲ୍ଲୀରେ ଉପସ୍ଥିତ ଥିବାରୁ ବହୁତ ଖୁସି ଥିବା କହିଛନ୍ତି ବୋରିସ । ଏହା ଏକ ବହୁତ ସ୍ବତନ୍ତ୍ର ମୂର୍ହୁତ୍ତ ବୋଲି କହିଛନ୍ତି । ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ବ ଓ ସମ୍ପର୍କ ନିଦର୍ଶନ । ଆଉ କିଛି ସମୟ ପରେ ରାଷ୍ଟ୍ରପତି ଭବନରେ ଉଭୟ ନେତାଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ମୁକ୍ତ ବାଣିଜ୍ୟ ଓ ପ୍ରତିରକ୍ଷା ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା । ଋଷ- ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ଭାରତ ଆସିବା ପୂର୍ବରୁ ୟୁକ୍ରେନ ଗସ୍ତ କରି ଆସି ସାରିଛନ୍ତି ବୋରିସ ଜନସନ ।
ଏହା ବି ପଢନ୍ତୁ...UK PM In Gujarat: ସାବରମତି ଆଶ୍ରମରେ ଚରଖା ଚଲାଇଲେ, JCB ଚଢିଲେ
ପ୍ରକାଶ ଥାଉ କି , ଗତକାଲି (ଗୁରୁବାର) ଭାରତରେ ପହଞ୍ଚିଥିଲେ ଜନସନ । ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପ୍ରସିଦ୍ଧ ସାବରମତି ଆଶ୍ରମ ଯାଇ ପରଦର୍ଶନ କରିଥିଲେ । ଏହି ଅବସରରେ ସେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସାବରମତି ଆଶ୍ରମରେ ସେ ଗାନ୍ଧାଜୀଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଏକ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ଆଶ୍ରମ କର୍ତ୍ତୃପକ୍ଷଙ୍କ ଦ୍ବାରା ବାପୁଙ୍କ ଦ୍ବାରା ଲିଖିତ 'Guide to London' ଶୀର୍ଷକ ପୁସ୍ତକ ମଧ୍ୟ ଜନସନଙ୍କୁ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା ।
@ANI