ETV Bharat / bharat

Chandrayaan-3 Success: ବେଙ୍ଗାଲୁରୁରେ ମୋଦି, ଇସ୍ରୋ ବୈଜ୍ଞାନିକଙ୍କୁ ଭେଟି ଜଣାଇବେ ଶୁଭେଚ୍ଛା - ଚନ୍ଦ୍ରଯାନ 3

ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିଲେ ମୋଦି। ଅଧିକ ପଢନ୍ତୁ

Narendra Modi meet ISRO scientists
Narendra Modi meet ISRO scientists
author img

By ETV Bharat Odisha Team

Published : Aug 26, 2023, 7:15 AM IST

Updated : Aug 26, 2023, 7:29 AM IST

ବେଙ୍ଗାଲୁରୁ: ଚନ୍ଦ୍ରଯାନ-3ର ସଫଳତାକୁ ନେଇ ଆଜି ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଦେଶ ଗସ୍ତରୁ ଫେରି ପ୍ରଧାନମନ୍ତ୍ରୀ ଆଜି ସକାଳେ କର୍ଣ୍ଣାଟକ ଗସ୍ତ କରିଛନ୍ତି । ସକାଳ 6ଟାରେ ସେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ଆଉ କିଛି ସମୟ ପରେ ଇସ୍ରୋର ବୈଜ୍ଞାନିକଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଚନ୍ଦ୍ରଯାନ-3ର ସଫଳତା ପାଇଁ ଶୁଭେଚ୍ଛା ଜଣାଇବେ ।

ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ଇସ୍ରୋର ବୈଜ୍ଞାନିକଙ୍କୁ ସାକ୍ଷାତ କରିବାକୁ ମୁଁ ଅପେକ୍ଷା କରିଛି । ଯେଉଁମାନେ ଚନ୍ଦ୍ରଯାନ-3ରେ ସାମିଲ ରହି ଭାରତକୁ ଗର୍ବିତ କରାଇଛନ୍ତି । ସେମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ମହାକାଶ ଗବେଷଣା କ୍ଷେତ୍ରରେ ଆମ ଦେଶର ସଫଳତା ପଛରେ ଏକ ପ୍ରେରଣାର ଶକ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି।

ଏହା ମଧ୍ୟ ପଢନ୍ତୁ- PM Telephoned ISRO Chief: ବିକ୍ରମ ଲ୍ୟାଣ୍ଡିଂ କରୁ କରୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ଫୋନ

ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ସମୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ରହିଥିଲେ । ବିଦେଶରୁ ଫେରିବା ପରେ ସିଧା ସେ ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ପୂର୍ବରୁ ମୋଦିଙ୍କ ରୋଡ ଶୋ' ନେଇ ଚର୍ଚ୍ଚା ହେଉଥିବା ବେଳେ କୌଣସି ରୋଡ ଶୋ' ହେବ ନାହିଁ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି HAL ବିମାନବନ୍ଦରରେ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ସକାଳ ୬ଟା ସମୟରେ ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୋଦି । ବିଜେପି କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ମୋଦିଙ୍କ ଗସ୍ତ ଲାଗି ବେଙ୍ଗାଲୁରୁରେ ଟ୍ରାଫିକ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Chandrayaan3 Success: ବିଦେଶରୁ ଫେରି ମୋଦିଙ୍କ ସିଧା ବେଙ୍ଗାଲୁରୁ ଗସ୍ତ, ଇସ୍ରୋ ବୈଜ୍ଞାନିକଙ୍କୁ ଜଣାଇବେ ଶୁଭେଚ୍ଛା

ସୂଚନା ଅନୁଯାୟୀ, ଗତ ଅଗଷ୍ଟ 23 ତାରିଖ ସନ୍ଧ୍ୟା 6ଟା 04ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାରୁ ସିଧାସଳଖ ଇସ୍ରୋ ସହିତ ଯୋଡ଼ି ହୋଇଥିଲେ । ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ଲାଇଭ ଦେଖିଥିଲେ । ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ସଫଳ ଅବତରଣ ପରେ ମୋଦି ଭିଡିଓ କନଫରେନ୍ସି ଜରିଆରେ ଇସ୍ରୋ ମୁଖ୍ୟ ଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ବିକ୍ରମ ଲ୍ୟାଣ୍ଡର ଅବତରଣର 6 ଘଣ୍ଟା ପରେ ରୋଭର ପ୍ରଜ୍ଞାନ ପୃଥକ ହୋଇ ଚନ୍ଦ୍ରପୃଷ୍ଠରେ ବୁଲୁଛି । ଗତ 23 ତାରିଖରେ ବିକ୍ରମଠୁ ଅଲଗା ହେବା ପରେ ପ୍ରଜ୍ଞାନ ଗତକାଲି ପର୍ଯ୍ୟନ୍ତ 8 ମିଟର ରାସ୍ତା ଅତିକ୍ରମ କରିଥିଲା ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାସହିତ ରୋଭର ଚନ୍ଦ୍ରପୃଷ୍ଠରେ ଭାରତର ଛାପ ଛାଡୁଥିବା ବେଳେ ଚନ୍ଦ୍ରର ଦକ୍ଷିଣ ମେରୁରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବାରେ ଲାଗିଛି ।

Last Updated : Aug 26, 2023, 7:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.