ETV Bharat / bharat

ଭାରତରେ ସୁଜୁକିର 4 ଦଶନ୍ଧି, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

author img

By

Published : Aug 28, 2022, 6:06 PM IST

Updated : Aug 28, 2022, 7:34 PM IST

ହରିୟାଣାର ସୋନିପତରେ ହେବ ମାରୁତି ସୁଜୁକି ପ୍ଲାଣ୍ଟ Lay Stone of Maruti Suzuki Kharkhoda plant କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲି ସାମିଲ ହୋଇ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ କମ୍ପାନୀର ତୃତୀୟ ପ୍ଲାଣ୍ଟ, ସୃଷ୍ଟି ହେବ ନିଯୁକ୍ତି । ଅଧିକ ପଢନ୍ତୁ

ସୋନିପତରେ ମାରୁତି ସୁଜୁକି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ: ଭାରତୀୟ ବଜାରରେ ବ୍ୟବସାୟର 4 ଦଶନ୍ଧି ପୂରଣ କରିଛି ବହୁଦେଶୀୟ ଅଟୋମୋବାଇଲ ନିର୍ମାଣକାରୀ କମ୍ପାନୀ ‘‘ସୁଜୁକି’’। ଏହି ଅବସରରେ ଗାନ୍ଧୀନଗରରେ କମ୍ପାନୀ ପକ୍ଷରୁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଆଜି ଏହି କାର୍ଯ୍ୟକ୍ରମରେ କମ୍ପାନୀର ଏକାଧିକ ପ୍ରକଳ୍ପର ଭର୍ଚ୍ଚୁଆଲି ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । ହରିୟାଣାର ସୋନିପତରେ ହେବ ଅଗ୍ରଣୀ ଅଟୋମୋବାଇଲ ନିର୍ମାଣକାରୀ କମ୍ପାନୀ ‘ମାରୁତି ସୁଜୁକି’ ଆଉ ଏକ ପ୍ଲାଣ୍ଟ । ଆଜି ପ୍ରଧାନମନ୍ତ୍ରୀ ଏନେଇ ଗାନ୍ଧୀନଗରରେ କମ୍ପାନୀର କାର୍ଯ୍ୟକ୍ରମରୁ ଭର୍ଚ୍ଚୁଆଲି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

  • Gujarat | Prime Minister Narendra Modi laid the foundation stone of Maruti Suzuki Vehicle Manufacturing Facility for Haryana and Suzuki EV Battery Plant for Hansalpur in Gujarat at an event in Gandhinagar to mark 40 years of Suzuki Company in India. pic.twitter.com/Y7eWjxchQ8

    — ANI (@ANI) August 28, 2022 " class="align-text-top noRightClick twitterSection" data=" ">

ଗାନ୍ଧୀ ନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ଆଜି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ଅନ୍ୟ କିଛି ବଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏହି ମୋଟର୍ସ କମ୍ପାନୀର ଅବଦାନ ଭାରତ-ଜାପାନ ବାଣିଜ୍ୟିକ ସମ୍ପର୍କକୁ ମଧ୍ୟ ସୁଦୃଢ କରିଥିବା ଦର୍ଶାଇଥିଲେ । ବିଶେଷ କରି ଗତ 8 ବର୍ଷ ମଧ୍ୟରେ ଏହି ସହଭାଗିତା କମ୍ପାନୀର ଭୂମିକା ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କରେ ଦୃଢତା ଆଣିଛ । ଦୁଇ ଦେଶ ସହଭାଗିତା ସହ ସମ୍ପର୍କର ଶୀର୍ଷରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ତେବେ ଆଜି ହରିୟାଣାର ସୋନିପତରେ କମ୍ପାନୀର ଏକ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଭିତ୍ତିପ୍ରସ୍ତର ସ୍ଥାନନ କରିଛନ୍ତି ପ୍ରଧାନମନ୍ତ୍ରୀ। ହରିୟାଣାରେ ପୂର୍ବରୁ ମଧ୍ୟ କମ୍ପାନୀର 2 ପ୍ଲାଣ୍ଟ ଉତ୍ପାଦନକ୍ଷମ ରହିଛି । ସୋନିପତରେ ପ୍ରସ୍ତାବିତ ଏହି ପ୍ଲାଣ୍ଟକୁ ମିଶାଇ ହରିୟାଣାରେ ମୋଟ 3 ମାରୁତି ସୁଜୁକି ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ପ୍ଲାଣ୍ଟ ପ୍ରତିଷ୍ଠା ଫଳରେ ନିବେଶ ସୁଯୋଗ ସହ ପରୋକ୍ଷ ଓ ପ୍ରତ୍ୟେକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ଆଶା ଉଜ୍ଜଳ ହୋଇଛି ।

ଅନ୍ୟପଟେ ଭାରତୀୟ ଅଟୋମୋବାଇଲ ବାଜରରେ ଦୀର୍ଘ ବର୍ଷ ହେବ ସକ୍ରିୟ ଥିବା ''ମାରୁତି ସୁଜୁକି ମୋଟର୍ସ'' କମ୍ପାନୀ 4 ଦଶନ୍ଧି ପୂରଣ କରିଛି । ଦେଶର ବିଭିନ୍ନ ସ୍ଥାନରେ ଏହାର ଉତ୍ପାଦନକାରୀ ୟୁନିଟ ଥିବାବେଳେ, ହରିୟାଣାର ସୋନିପତରେ ପ୍ରସ୍ତାବିତ କମ୍ପାନୀକୁ ମିଶାଇ ହରିୟାଣାରେ କମ୍ପାନୀ ତାର 3ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ଯାଉଛି । 4 ଦଶନ୍ଧି ପୂରଣ ଅବସରରେ ଗାନ୍ଧୀନଗରରେ କମ୍ପାନୀ ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଗୃହ ରାଜ୍ୟ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।

Last Updated : Aug 28, 2022, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.