ETV Bharat / bharat

Modi-Top Vietnamese leader discussion: ୟୁକ୍ରେନ ଓ ଦକ୍ଷିଣ ଚୀନ ସାଗର ନେଇ ଆଲୋଚନା - ଭିଏତନାମର ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭିଏତନାମର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ନଗୁଏନ ଫୁ ଟ୍ରୋଙ୍ଗଙ୍କ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ଆଲୋଚନା । ଶୁକ୍ରବାର ଫୋନ୍‌ କଲ ମାଧ୍ୟମରେ ଦ୍ୱିପାକ୍ଷିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

PM Modi and top Vietnamese leader discussion :  ୟୁକ୍ରେନ, ଦକ୍ଷିଣ ଚୀନ୍ ସାଗର ସମସ୍ୟା ଉପରେ ଆଲୋଚନା

author img

By

Published : Apr 15, 2022, 10:31 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭିଏତନାମର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ନଗୁଏନ ଫୁ ଟ୍ରୋଙ୍ଗଙ୍କ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ଆଲୋଚନା । ଆଜି(ଶୁକ୍ରବାର) ଫୋନ୍‌ କଲ ମାଧ୍ୟମରେ ଦ୍ୱିପାକ୍ଷିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିଛନ୍ତି । ଫୋନ୍‌ କଲ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଆକ୍ଟ ଇଷ୍ଟ ପଲିସି ଏବଂ ଇଣ୍ଡୋ ପାସିଫିକ୍‌ ଭିଜନରେ ଭିଏତନାମର ଭୂମିକା ଅତ୍ୟନ୍ତ ଗୂରତ୍ବପୂର୍ଣ୍ଣ ସ୍ତମ୍ଭ ସମ୍ଭୋଧନ କରିଛନ୍ତି ।

ଏପଟେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ କଥା ହେବା ସହ ଦ୍ବିପାକ୍ଷିକ ଚୁକ୍ତି ବିଷୟରେ ଆଲୋଚନା କରିଛନ୍ତି । ସେହିପରି ଚଳିତ ବର୍ଷ ଭାରତ ଏବଂ ଭିଏତନାମ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ସ୍ଥାପନ ହେବାର ୫୦ ବର୍ଷ ପୂରିବା ଅବସରରେ ଦୁଇ ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି । ଏଥିସହ ଦୁଇ ଦେଶ ମଧ୍ୟର କୂଟନୈତିକ ସମ୍ପର୍କ ୫୦ ବର୍ଷ ପୂରିବା ଅବସରେ ଭାରତ ଓ ଭିଏତନାମ ମିଶି ଏହାକୁ ପାଳନ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେହିଭଳି ନଗୁଏନ ଫୁ ଟ୍ରୋଙ୍ଗ ନିଜର ସନ୍ତୋଷ ବ୍ୟକ୍ତ କରିବା ସହ ଭାରତର ବିସ୍ତୃତ ସହଯୋଗ ଲାଗି ଭିଏତନାମରେ ସବୁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । ଏଥିସହ ଇଣ୍ଡିଆ-ଭିଏତନାମ ବିସ୍ତୃତ ରଣନୀତିରେ ଭାଗିଦାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୧୬ ଗସ୍ତ ସମୟରେ ପ୍ରତିଷ୍ଠିତ ହୋଇଥିଲା ବୋଲି ସେ କହିଛନ୍ତି । ଏପଟେ ଭିଏତନାମାରେ ଭାରତର ଔଷଧୀୟ ଏବଂ କୃଷିଜାତ ଦ୍ରବ୍ୟକୁ ଅଧିକ ସୁବିଧା ଦେବା ସହ ବଜାର ପ୍ରବେଶ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଗୁଏନ ଫୁ ଟ୍ରୋଙ୍ଗଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ଏବଂ ସଭ୍ୟତା ସମ୍ପର୍କକୁ ଆଲୋକପାତ କରିବା ସହ ଭିଏତନାମରେ ଥିବା ଚାମ ସ୍ମାରକୀ ପୁନଃରୁଦ୍ଧାର କାର୍ଯ୍ୟରେ ଭାରତର ଯୋଗଦାନକୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଏଥିସହ ଦୁଇ ନେତା ଭାରତ ଓ ଭିଏତନାମ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଭାଗୀତା ବୃଦ୍ଧି କରିବା ଲାଗି ମଧ୍ୟ ରାଜି ହୋଇଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ଓ ନଗୁଏନ ଫୁ ଟ୍ରୋଙ୍ଗ ବିଭିନ୍ନ ଆଞ୍ଚଳିକ ଓ ବିଶ୍ବସ୍ତରୀୟ ସମସ୍ୟା ଉପରେ ମତ ଆଦାନ ପ୍ରଦାନ କରିବା ସହ ୟୁକ୍ରେନ ସଙ୍କଟ ଏବଂ ଦକ୍ଷିଣ ଚୀନ୍‌ ସାଗର ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.