ETV Bharat / bharat

PM Visit Karnataka: ଗୁରୁବାର କର୍ଣ୍ଣାଟକ ଓ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି - ସୁରଟ ଚେନ୍ନାଇ ଏକ୍ସପ୍ରେସୱେ

ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ର ଗସ୍ତରେ ଆସି ମୁମ୍ବାଇରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସଂଧ୍ୟା ୬.୩୦ରେ ମୁମ୍ବାଇ ମେଟ୍ରୋର ଦୁଇଟି ଲାଇନର ଉଦଘାଟନ କରିବା ସହ ମେଟ୍ରୋ ଯାତ୍ରା କରିବେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 18, 2023, 11:04 PM IST

ନୂଆଦିଲ୍ଲୀ: ଆସନ୍ତାକାଲି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ଓ ମହାରାଷ୍ଟ୍ର ଗସ୍ତରେ ଯିବେ । କର୍ଣ୍ଣାଟକ ଯାଇ ପ୍ରଧାନମନ୍ତ୍ରୀ ୟାଦଗିରି ଏବଂ କାଲାବର୍ଗୀ ଜିଲ୍ଲା ଗସ୍ତ କରିବେ । ୟାଦଗିରି ଜିଲ୍ଲାର କୋଡେକାଲରେ ମଧ୍ୟାହ୍ନ ୧୨ଟାରେ ବିଭିନ୍ନ ଜଳସେଚନ, ପାନୀୟଜଳ ଏବଂ ଜାତୀୟ ରାଜପଥ ବିକାଶ ପ୍ରକଳ୍ପର ଉଦଘାଟନ କରିବା ସହ କିଛି ପ୍ରକଳ୍ପର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ଅପରାହ୍ନ ୨.୧୫ରେ ପ୍ରଧାନମନ୍ତ୍ରୀ କାଲାବର୍ଗୀ ଜିଲ୍ଲାର ମାଲଖେଡରେ ନୂତନ ଭାବେ ଘୋଷିତ ରାଜସ୍ୱ ଗ୍ରାମଗୁଡିକର ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବା ସହ ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପରେ ସଂଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ର ଗସ୍ତରେ ଆସି ମୁମ୍ବାଇରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସଂଧ୍ୟା ୬.୩୦ରେ ମୁମ୍ବାଇ ମେଟ୍ରୋର ଦୁଇଟି ଲାଇନର ଉଦଘାଟନ କରିବା ସହ ମେଟ୍ରୋ ଯାତ୍ରା କରିବେ ।

ଏହାବି ପଢନ୍ତୁ- G20 1st Health Working Group Meeting: G-୨୦ ଇଣ୍ଡିଆ ହେଲଥ ଟ୍ରାକ ବୈଠକ

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ- ୟାଦଗିରି ଜିଲ୍ଲାର କୋଡେଇକାଲଠାରେ ଜଳ ଜୀବନ ମିଶନ ଅଧୀନରେ ବହୁମୁଖୀ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଯୋଜନା ଅଧୀନରେ ୧୧୭ ଏମମଲଡି କ୍ଷମତା ବିଶିଷ୍ଟ ଜଳ ବିଶୋଧନ କେନ୍ଦ୍ର ର୍ନିମାଣ କରାଯିବ । ୨୦୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବା ଏହି ପ୍ରକଳ୍ପରେ ୟାଦଗିରି ଜିଲ୍ଲାର ୭୦୦ରୁ ଅଧିକ ଗ୍ରାମ ସମେତ ତିନୋଟି ସହରର ପ୍ରାୟ ୨.୩ ଲକ୍ଷ ପରିବାରକୁ ପାନୀୟ ଜଳ ଯୋଗାଇ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନାରାୟଣପୁର ବାମପଟ କେନାଲ ସମ୍ପ୍ରସାରଣ ନବୀକରଣ ଏବଂ ଆଧୁନିକୀକରଣ ପ୍ରକଳ୍ପ(ଏନଏଲବିସି-ଇଆରଏମ)କୁ ମଧ୍ୟ ଉଦଘାଟନ କରିବେ । ୧୦୦୦୦ କ୍ୟୁସେକ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ, ୪.୫ ଲକ୍ଷ ହେକ୍ଟର କମାଣ୍ଡ ଏରିଆକୁ ଜଳସେଚନ କରିପାରିବ । ଏହା କାଲାବର୍ଗୀ, ୟାଦାଗିରି ଏବଂ ବିଜୟପୁର ଜିଲ୍ଲାର ୫୬୦ଟି ଗାଁରେ ତିନି ଲକ୍ଷରୁ ଅଧିକ ଚାଷୀଙ୍କୁ ଉପକୃତ କରିବ । ଏହି ପ୍ରକଳ୍ପର ମୋଟ ମୂଲ୍ୟ ପ୍ରାୟ ୪୭୦୦ କୋଟି ଟଙ୍କା ।

ଏହାବି ପଢନ୍ତୁ- ନୀତିଶ କୁମାରଙ୍କ କାରକେଡ୍ ପାଇଁ 15 ମିନିଟ୍ ଅଟକିଲା ଦୁଇ ଟ୍ରେନ

ପେର ଏନଏଚ-୧୫୦ସି ର ୬୫.୫ କିଲୋମିଟର ସେକ୍ସନର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହି ୬ ଲେନ୍‌ ବିଶିଷ୍ଟ ନୂତନ ସଡକ ପ୍ରକଳ୍ପ ସୁରଟ-ଚେନ୍ନାଇ ଏକ୍ସପ୍ରେସ-ୱେର ଏକ ଅଂଶ । ପ୍ରାୟ ୨୦୦୦ କୋଟି ଟଙ୍କା ବ୍ୟୟରେ ଏହା ର୍ନିମାଣ କରାଯାଉଛି । ଏତଦ ବ୍ୟତୀତ କାଲାବୁର୍ଗୀ, ୟାଦଗିରି, ରାଇଚୁର, ବିଦର ଓ ବିଜୟପୁରର ପାଞ୍ଚଟି ଜିଲ୍ଲାର ପ୍ରାୟ ୧୪୭୫ଟି ପଡାକୁ ନୂତନ ରାଜସ୍ୱ ଗ୍ରାମ ଭାବରେ ଘୋଷଣା କରାଯାଇଛି । କାଲାବୁର୍ଗୀ ଜିଲ୍ଲାର ସେଡାମ ତାଲୁକର ମାଲକେଡ ଗ୍ରାମରେ ପ୍ରଧାନମନ୍ତ୍ରୀ ଏହି ନୂତନ ଘୋଷିତ ରାଜସ୍ୱ ଗ୍ରାମଗୁଡିକର ଯୋଗ୍ୟ ହିତାଧିକାରୀଙ୍କୁ ଅଧିକାର ପତ୍ର ବଣ୍ଟନ କରିବେ । ଯେଉଁମାନେ ମୁଖ୍ୟତଃ ଏସସି, ଏସଟି ଏବଂ ଓବିସିରୁ ବଞ୍ଚିତ ତଥା ସମ୍ବେଦନଶୀଳ ସମ୍ପ୍ରଦାୟର ଅଟନ୍ତି ପ୍ରାୟ ପଚାଶ ହଜାରରୁ ଅଧିକ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବେ ମୋଦି । ସୁରଟ - ଚେନ୍ନାଇ ଏକ୍ସପ୍ରେସୱେ ୬ଟି ରାଜ୍ୟ- ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଦେଇଯିବ ।

ମୁମ୍ବାଇରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ- ପ୍ରଧାନମନ୍ତ୍ରୀ ପ୍ରାୟ ୩୮ ହଜାର ୮୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରାୟ ୧୨ ହଜାର ୬୦୦ କୋଟି ଟଙ୍କା ମୂଲ୍ୟର ମୁମ୍ବାଇ ମେଟ୍ରୋ ରେଳ ଲାଇନର ୨ଏ ଏବଂ ୭କୁ ଉତ୍ସର୍ଗ କରିବେ । ଦହିସର-ଇ ଏବଂ ଡିଏନ ନଗର(ୟେଲୋ ଲାଇନ)କୁ ସଂଯୋଗ କରୁଥିବା ମେଟ୍ରୋ ଲାଇନ ୧୮.୬ କିଲୋମିଟର ଲମ୍ବା ହୋଇଥିବାବେଳେ ଅନ୍ଧେରୀ-ଇ - ଦହିସର-ଇ(ରେଡ ଲାଇନ)କୁ ସଂଯୋଗ କରୁଥିବା ମେଟ୍ରୋ ଲାଇନ ପ୍ରାୟ ୧୬.୫ କିଲୋମିଟର ଲମ୍ବା ।

ଏହି ଲାଇନ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ ମଧ୍ୟ ୨୦୧୫ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା । ପ୍ରଧାନମନ୍ତ୍ରୀ ମୁମ୍ବାଇ ୧ ମୋବାଇଲ ଆପ ଏବଂ ନ୍ୟାସନାଲ କମନ ମୋବିଲିଟି କାର୍ଡ (ମୁମ୍ବାଇ ୧)ର ମଧ୍ୟ ଶୁଭାରମ୍ଭ କରିବେ । ଏହି ଆପ ଯାତାୟତକୁ ସହଜ କରିବ, ମେଟ୍ରୋ ଷ୍ଟେସନର ପ୍ରବେଶ ଦ୍ୱାରରେ ଦେଖାଯାଇପାରିବ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.