ETV Bharat / bharat

PM to visit Assam: ‘ଆପକେ ଦ୍ୱାର ଆୟୁଷ୍ମାନ’ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଏପ୍ରିଲ 14 ମଧ୍ୟାହ୍ନ 12 ଟାରେ ପ୍ରଧାନମନ୍ତ୍ରୀ ଏମସ ଗୌହାଟିରେ ପହଞ୍ଚି ନୂତନ ନିର୍ମିତ କ୍ୟାମ୍ପସକୁ ବୁଲି ଦେଖିବେ । ପରବର୍ତ୍ତୀ ସମୟରେ ଏକ ସାଧାରଣ ସଭାରେ ଏମସ ଗୌହାଟି ଏବଂ ଅନ୍ୟ ତିନୋଟି ମେଡିକାଲ କଲେଜକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଆସାମ ଆଡଭାନ୍ସଡ ହେଲଥ କେୟାର ଇନୋଭେସନ ଇନଷ୍ଟିଚ୍ୟୁଟ (ଏଏଏଚଆଇଆଇ) ର ଶିଳାନ୍ୟାସ କରି ଯୋଗ୍ୟ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ କରି ‘ଆପକେ ଦ୍ୱାର ଆୟୁଷ୍ମାନ’ ଅଭିଯାନ ଆରମ୍ଭ କରିବେ। ଅଧିକ

author img

By

Published : Apr 12, 2023, 10:58 PM IST

PM to visit Assam
PM to visit Assam

ନୂଆଦିଲ୍ଲୀ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ଏମସ ଗୌହାଟି । 2017 ରେ ଏମସ ଗୌହାଟିର ଭିତ୍ତିପ୍ରସ୍ତର ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା 14 ତାରିଖରେ ଏହାର ଉଦଘାଟନ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ ମୋଦି । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଆସାମକୁ ଆହୁରୁ ବହୁ ପ୍ରକଳ୍ପ ଭେଟି ଦେବେ ।

ଏପ୍ରିଲ 14 ମଧ୍ୟାହ୍ନ 12 ଟାରେ ପ୍ରଧାନମନ୍ତ୍ରୀ ଏମସ ଗୌହାଟିରେ ପହଞ୍ଚି ନୂତନ ନିର୍ମିତ କ୍ୟାମ୍ପସକୁ ବୁଲି ଦେଖିବେ । ପରବର୍ତ୍ତୀ ସମୟରେ ଏକ ସାଧାରଣ ସଭାରେ ଏମସ ଗୌହାଟି ଏବଂ ଅନ୍ୟ ତିନୋଟି ମେଡିକାଲ କଲେଜକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଆସାମ ଆଡଭାନ୍ସଡ ହେଲଥ କେୟାର ଇନୋଭେସନ ଇନଷ୍ଟିଚ୍ୟୁଟ (ଏଏଏଚଆଇଆଇ) ର ଶିଳାନ୍ୟାସ କରି ଯୋଗ୍ୟ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ କରି ‘ଆପକେ ଦ୍ୱାର ଆୟୁଷ୍ମାନ’ ଅଭିଯାନ ଆରମ୍ଭ କରିବେ।

ଏହାବି ପଢନ୍ତୁ- 3rd Richest CM Naveen: ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ନବୀନ, ଜାଣନ୍ତୁ କେତେ ସମ୍ପତ୍ତି ?

ଅପରାହ୍ନ ପ୍ରାୟ 2.15 ସମୟରେ ଗୌହାଟିର ଶ୍ରୀମନ୍ତ ସଙ୍କରଦେବ କଳାକ୍ଷେତ୍ର ଠାରେ ଗୌହାଟି ହାଇକୋର୍ଟର ପ୍ଲାଟିନମ ଜୁବିଲି ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଅପରାହ୍ନ 5 ଟାରେ ପ୍ରଧାନମନ୍ତ୍ରୀ ଗୌହାଟିର ସରୁସଜାଇ ଷ୍ଟାଡିୟମରେ ପହଞ୍ଚି ଏକ ସାଧାରଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ । ଯେଉଁଠାରେ ସେ ଦଶ ହଜାରରୁ ଅଧିକ କଳାକାର / ବିହୁ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପ୍ରଦର୍ଶିତ ଏକ ରଙ୍ଗୀନ ବିହୁ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ନାମରୁପରେ ଏକ 500 ଟିପିଡି ମିଥାନୋଲ ପ୍ଲାଣ୍ଟର ଶୁଭାରମ୍ଭ ସମେତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ଉଦଘାଟନ କରିବେ। ଏଥିରେ ରହିଛି ପଲାଶବାରୀ ଏବଂ ସୁଆଲକୁଚିକୁ ସଂଯୋଗ କରୁଥିବା ବ୍ରହ୍ମପୁତ୍ର ନଦୀ ଉପରେ ବ୍ରିଜର ଶିଳାନ୍ୟାସ, ରଙ୍ଗ ଘର, ଶିବସାଗରର ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଓ ପାଞ୍ଚଟି ରେଳ ପ୍ରକଳ୍ପ ।

ଏମସ ଗୌହାଟି: ଏମସ ଗୌହାଟିର କାର୍ଯ୍ୟକାରିତା ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ହେବ। ସାରା ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏହି ହସ୍ପିଟାଲର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ମେ 2017 ରେ କରାଯାଇଥିଲା। 1120 କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ଏମସ ଗୌହାଟି ହେଉଛି ଏକ ଅତ୍ୟାଧୁନିକ ହସ୍ପିଟାଲ । ଯେଉଁଠାରେ 750 ବେଡ କ୍ଷମତା ବିଶିଷ୍ଟ ସହିତ 30 ଟି ଆୟୁଷ ବେଡ ସୁବିଧା ରହିଛି। ଏହି ହସ୍ପିଟାଲରେ ପ୍ରତିବର୍ଷ 100 ଏମବିବିଏସ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କରିବେ। ଏହି ଡାକ୍ତରଖାନା ଉତ୍ତର ପୂର୍ବର ଲୋକଙ୍କୁ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବ।

ଆସାମ ଗସ୍ତର ଦ୍ବିତୀୟ କାର୍ଯ୍ଯକ୍ରମ ଗୌହାଟି ହାଇକୋର୍ଟର ପ୍ଲାଟିନମ ଜୁବିଲି ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଆସାମ ପୋଲିସ ଦ୍ୱାରା ଡିଜାଇନ ହୋଇଥିବା ଏକ ମୋବାଇଲ ଆପ୍ଲିକେସନ ‘ଆସାମ କପ’ ର ଶୁଭାରମ୍ଭ କରିବେ। ଏହି ଆପ କ୍ରାଇମ ଆଣ୍ଡ କ୍ରାଇମବ୍ରାଞ୍ଚ ନେଟୱାର୍କ ଟ୍ରାକିଂ ସିଷ୍ଟମ ଏବଂ ବାହନ ଜାତୀୟ ରେଜିଷ୍ଟରର ଡାଟାବେସରୁ ଅଭିଯୁକ୍ତ ତଥା ଯାନ ସନ୍ଧାନକୁ ସହଜ କରିବ।

ଗୌହାଟି ହାଇକୋର୍ଟ 1948 ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହା ଆସାମ, ନାଗାଲାଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶର ସାତଟି ଉତ୍ତର-ପୂର୍ବ ରାଜ୍ୟ ପାଇଁ ସାଧାରଣ କୋର୍ଟ ଭାବରେ କାର୍ଯ୍ୟ କରି ଆସୁଥିଲା। 2013 ରେ ମଣିପୁର, ମେଘାଳାୟ ଓ ତ୍ରିପୁରା ରାଜ୍ୟ ପାଇଁ ପୃଥକ ହାଇକୋର୍ଟ ସ୍ଥାପନ ହୋଇଥିଲା। ଗୌହାଟି ହାଇକୋର୍ଟ ବର୍ତ୍ତମାନ ଆସାମ, ନାଗାଲାଣ୍ଡ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ ଉପରେ ଏହାର କ୍ଷେତ୍ରାଧିକାର ରହିଛି । ଗୌହାଟିରେ ଏହାର ମୁଖ୍ୟ ଆସନ ରହିଥିବା ବେଳେ କୋହିମା (ନାଗାଲାଣ୍ଡ), ଆଇଜୱାଲ (ମିଜୋରାମ) ଏବଂ ଇଟାନଗର (ଅରୁଣାଚଳ ପ୍ରଦେଶ) ରେ ତିନିଟି ସ୍ଥାୟୀ ବେଞ୍ଚ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.