ETV Bharat / bharat

ଆଜି ଭାରତୀୟ ମୋବାଇଲ କଂଗ୍ରେସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି - ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ମୋବାଇଲ କଂଗ୍ରେସ 2023ର ସପ୍ତମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ଅନନ୍ୟ ପଦକ୍ଷେପ ଯୋଗୁଁ ଶିକ୍ଷା, କୃଷି, ସ୍ବାସ୍ଥ୍ୟ, ଶକ୍ତି, ପରିବହନ ଇତ୍ୟାଦି ସାମାଜିକ ଓ ଅର୍ଥନୀତିକ କ୍ଷେତ୍ରରେ ନବୋନ୍ମେଷ ଆଣିବା ସହ ଦେଶକୁ ୫ଜି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଅଗ୍ରଣୀ କରାଇବ । ଅଧିକ ପଢ଼ନ୍ତୁ

ଶୁକ୍ରବାର ଭାରତୀୟ ମୋବାଇଲ କଂଗ୍ରେସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

author img

By ETV Bharat Odisha Team

Published : Oct 26, 2023, 10:09 PM IST

Updated : Oct 27, 2023, 8:37 AM IST

ନୂଆଦିଲ୍ଲୀ: ଭାରତୀୟ ମୋବାଇଲ କଂଗ୍ରେସ 2023ର ସପ୍ତମ ସଂସ୍କରଣକୁ ଆଜି(ଶୁକ୍ରବାର) ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ 100ଟି ୫ଜି ୟୁଜିକେସ ଲ୍ୟାବ୍‌ ପାଇଁ ଦେଶବ୍ୟାପୀ ଶିକ୍ଷାନୁଷ୍ଠାନ ଗୁଡିକୁ ପୁରସ୍କୃତ କରିବେ । ଏହି ପରୀକ୍ଷାଗାରଗୁଡିକ 100 ୫ଜି ଲ୍ୟାବ୍‌ ଇନିସିଏଟିଭ ଅଧୀନରେ ବିକଶିତ ହୋଇଛି ।

‘100 ୫ଜି ଲ୍ୟାବ ଇନିସିଏଟିଭ’ ୫ଜି ପ୍ରଯୁକ୍ତିବିଦ୍ୟା ସହ ସଂଶ୍ଳିଷ୍ଟ ବିଷୟକୁ ବୁଝିବା ଓ 5ଜି ପ୍ରୟୋଗ ଦ୍ବାରା ବିଭିନ୍ନ ପଦ୍ଧତିର ଦେଶ ଓ ଦେଶ ବାହାରେ ପ୍ରୟୋଗ ଆବଶ୍ୟକତା ପୂରଣ ନିମନ୍ତେ ଉଦ୍ଦିଷ୍ଟ। ଏହି ଅନନ୍ୟ ପଦକ୍ଷେପ ଯୋଗୁ ଶିକ୍ଷା, କୃଷି, ସ୍ବାସ୍ଥ୍ୟ, ଶକ୍ତି, ପରିବହନ ଇତ୍ୟାଦି ସାମାଜିକ ଓ ଅର୍ଥନୀତିକ କ୍ଷେତ୍ରରେ ନବୋନ୍ମେଷ ଆଣିବା ସହ ଦେଶକୁ ୫ଜି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଅଗ୍ରଣୀ କରାଇବ । ଏହା ମଧ୍ୟ ଦେଶକୁ ଆଗାମୀ ୬ଜି ଶିକ୍ଷା ଓ ଷ୍ଟାର୍ଟଅପ୍‌ ବାତାବରଣର ଭିତ୍ତିଭୂମି ନିର୍ମାଣ ଦିଗରେ ସାହାଯ୍ୟ କରିବ । ଏହା ଜାତୀୟ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଦେଶୀୟ ଦୂରସଞ୍ଚାର ପ୍ରଯୁକ୍ତିବିଦ୍ୟାର ମଧ୍ୟ ବିକାଶ ଘଟାଇବ । ଭାରତୀୟ ମୋବାଇଲ କଂଗ୍ରେସ(IMC) ଏସିଆର ସର୍ବବୃହତ ଦୂରସଞ୍ଚାର, ଗଣମାଧ୍ୟମ ଓ ପ୍ରଯୁକ୍ତି ମଞ୍ଚ ହୋଇଥିବା ବେଳେ ଏହି ସମ୍ମିଳନୀ ଅକ୍ଟୋବର 27ରୁ 29, 2023 ପର୍ଯ୍ୟନ୍ତ ଚାଲିବ। ଭାରତର ଦୂରସଞ୍ଚାର ଓ ପ୍ରଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ସମ୍ପର୍କରେ ଏଥିରେ ଆଲୋକପାତ କରାଯିବ। ଏହା ଷ୍ଟାର୍ଟଅପ ଗୁଡିକୁ ସେମାନଙ୍କ ନବୋନ୍ମେଷଜନିତ ଉତ୍ପାଦନ ଓ ସମାଧାନ ଦିଗରେ ମଧ୍ୟ ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିବ ।

ଅଧିକ ପଢନ୍ତୁ- PM Visit Goa: ଆଜି ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଓ ଗୋଆ ଗସ୍ତ

ବୈଶ୍ବିକ ଡିଜିଟାଲ ନବୋନ୍ମେଷ ବାର୍ତ୍ତା ସହ IMC 2023 ନିର୍ମାଣକର୍ତ୍ତା, ବିକାଶକର୍ତ୍ତା ଓ ରପ୍ତାନୀକାରୀ ଭାବେ ଭାରତର ସ୍ଥିତିକୁ ମଜଭୁତ କରିବା ଲକ୍ଷ୍ୟ ରଖଛି । ଏହି ତିନିଦିନିଆ ଅଧିବେଶନ ୫ଜି, ୬ଜି, କୃତ୍ରିମ ମେଧା (AI) ଉପରେ ଆଲୋକପାତ କରିବା ସହ ସେମି କଣ୍ଡକ୍ଟର ଶିଳ୍ପ, ସବୁଜ ପ୍ରଯୁକ୍ତି, ସାଇବର ସୁରକ୍ଷା ଇତ୍ୟାଦି ବିଷୟରେ ମଧ୍ୟ ଆଲୋଚନା କରାଯିବ ।

ଚଳିତବର୍ଷ IMC ‘ଆସପାୟାର’ ନାମକ ଏକ ଷ୍ଟାର୍ଟଅପ୍‌ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରୁଛି । ଏହି ଷ୍ଟାର୍ଟଅପ, ନିବେଶକ ଓ ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ମଧ୍ୟରେ ସଂଯୋଗ ସ୍ଥାପନ କରିବା ସହ ନୂତନ ଔଦ୍ୟୋଗିକ ପଦକ୍ଷେପ ଓ ସହଯୋଗକୁ ତ୍ବରାନ୍ବିତ କରିବ ।

ଭାରତୀୟ ମୋବାଇଲ କଂଗ୍ରେସ IMC 2023ରେ ପ୍ରାୟ 22ଟି ଦେଶରୁ ଏକ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେବେ। ସେମାନଙ୍କ ମଧ୍ୟରେ 5000 ସିଇଓ ସ୍ତରୀୟ ପ୍ରତିନିଧି, 230 ପ୍ରଦର୍ଶନକାରୀ, 400 ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ସହଯୋଗୀଗଣ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

Last Updated : Oct 27, 2023, 8:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.