ETV Bharat / bharat

ସାଂସଦ ଖେଳ ମହାକୁମ୍ଭର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଜି ସାଂସଦ ଖେଳ ମହାକୁମ୍ଭର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

author img

By

Published : Jan 18, 2023, 7:05 AM IST

ସାଂସଦ ଖେଳ ମହାକୁମ୍ଭର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ସାଂସଦ ଖେଳ ମହାକୁମ୍ଭର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାଂସଦ ଖେଳ ମହାକୁମ୍ଭ ୨୦୨୨-୨୩ର ଦ୍ୱିତୀୟ ପର୍ଯ୍ୟାୟକୁ ଆଜି (ବୁଧବାର) ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତର ପ୍ରଦେଶ ବସ୍ତି ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସାଂସଦ ଖେଳ ମହାକୁମ୍ଭ ୨୦୨୨-୨୩ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବେ । ୨୦୨୧ ମସିହାରୁ ବସ୍ତି ଲୋକସଭା ସାଂସଦ ହରିଶ ଦ୍ୱିବେଦୀଙ୍କ ଦ୍ୱାରା ବସ୍ତି ଜିଲ୍ଲାରେ ସାଂସଦ ଖେଳ ମହାକୁମ୍ଭ ଆୟୋଜିତ ହେଉଛି ।

ଦୁଇଟି ପର୍ଯ୍ୟାୟରେ ସାଂସଦ ଖେଳ ମହାକୁମ୍ଭ ୨୦୨୨-୨୩ ଆୟୋଜିତ ହେଉଛି । ପ୍ରଥମ ପର୍ଯ୍ୟାୟ ୧୦ ରୁ ୧୬ ଡିସେମ୍ବର, ୨୦୨୨ ପର୍ଯ୍ୟନ୍ତ ଏବଂ ଖେଳ ମହାକୁମ୍ଭର ଦ୍ୱିତୀୟ ପର୍ଯ୍ୟାୟ ୧୮ ରୁ ୨୮ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହେବ । ଖେଳ ମହାକୁମ୍ଭ ଉଭୟ ଇନଡୋର ତଥା ଆଉଟଡୋର କ୍ରୀଡାରେ କୁସ୍ତି, କବାଡି, ଖୋ ଖୋ, ବାସ୍କେଟବଲ, ଫୁଟବଲ, ହକି, ଭଲିବଲ, ହ୍ୟାଣ୍ଡବଲ, ଚେସ, କ୍ୟାରମ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଇତ୍ୟାଦିରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେଉଛି । ଏହା ବ୍ୟତୀତ ପ୍ରବନ୍ଧ ଲେଖା, ଚିତ୍ରକଳା ପ୍ରତିଯୋଗିତା, ରଙ୍ଗୋଲି ପକାଇବା ଇତ୍ୟାଦି ମଧ୍ୟ ଖେଳ ମହାକୁମ୍ଭ ସମୟରେ ଆୟୋଜିତ ହେବ ।

ଖେଳ ମହାକୁମ୍ଭ ହେଉଛି ଏକ ନୂତନ ପଦକ୍ଷେପ ଯାହାକି ବସ୍ତି ଜିଲ୍ଲା ଏବଂ ପଡୋଶୀ ଅଞ୍ଚଳର ଯୁବକମାନଙ୍କୁ ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ଏବଂ ପ୍ଲାଟଫର୍ମ ଯୋଗାଇଥାଏ । କ୍ରୀଡାକୁ ବିକଳ୍ପ କ୍ୟାରିଅର ଭାବେ ଗ୍ରହଣ କରିବାକୁ ସେମାନଙ୍କୁ ଉତ୍ସାହିତ କରିଥାଏ । ଏହା ମଧ୍ୟ ସେହି ଅଞ୍ଚଳର ଯୁବକମାନଙ୍କ ମଧ୍ୟରେ ଅନୁଶାସନ, ଦଳଗତ କାର୍ଯ୍ୟ, ସୁସ୍ଥ ପ୍ରତିଯୋଗିତା, ଆତ୍ମବିଶ୍ୱାସ ଏବଂ ଜାତୀୟତାବାଦର ଆବେଗକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.