ETV Bharat / bharat

PM Bengaluru Visit: ମସ୍ତିଷ୍କ ଗବେଷଣା କେନ୍ଦ୍ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ - ମସ୍ତିଷ୍କ ଗବେଷଣା କେନ୍ଦ୍ରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଇଆଇଏସସି ବେଙ୍ଗାଲୁରୁ (Indian Institute of Science) ଠାରେ ମସ୍ତିଷ୍କ ଅନୁସନ୍ଧାନ କେନ୍ଦ୍ରର ଉଦଘାଟନ କରି ମୁଁ ଖୁସି । କାରଣ ମୁଁ ମଧ୍ୟ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି । ମସ୍ତିଷ୍କ ସମ୍ବନ୍ଧୀୟ ବିକୃତିକୁ କିପରି ପରିଚାଳନା କରାଯିବ ସେ ସମ୍ବନ୍ଧରେ ଏହି କେନ୍ଦ୍ର ଗବେଷଣା ଶୀର୍ଷରେ ରହିବ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ
author img

By

Published : Jun 20, 2022, 5:33 PM IST

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି ଠାରୁ ଦୁଇ ଦିନିଆ କର୍ଣ୍ଣାଟକ (Karnatak) ଗସ୍ତରେ ଅଛନ୍ତି । ଆଜି ପ୍ରଥମ କାର୍ଯ୍ୟକ୍ରମ ଭାବେ ଆଇଆଇଏସସି ବେଙ୍ଗାଲୁରୁ ଠାରେ ମସ୍ତିଷ୍କ ଗବେଷଣା କେନ୍ଦ୍ର (Centre for Brain Research) ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହ ବାଗଚୀ ପାର୍ଥସାରଥୀ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ (Bagchi Parthasarathy Multispeciality Hospital)ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

  • Glad to inaugurate the Centre for Brain Research at @iiscbangalore. The joy is greater because I also had the honour of laying the foundation stone for this project. This Centre will be at the forefront of research on how to manage brain related disorders. pic.twitter.com/QU7Oe55s9w

    — Narendra Modi (@narendramodi) June 20, 2022 " class="align-text-top noRightClick twitterSection" data=" ">

ଏନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଆଇଆଇଏସସି ବେଙ୍ଗାଲୁରୁ (Indian Institute of Science) ଠାରେରେ ମସ୍ତିଷ୍କ ଅନୁସନ୍ଧାନ କେନ୍ଦ୍ରର ଉଦଘାଟନ କରି ମୁଁ ଖୁସି । କାରଣ ମୁଁ ମଧ୍ୟ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି । ମସ୍ତିଷ୍କ ସମ୍ବନ୍ଧୀୟ ବିକୃତିକୁ କିପରି ପରିଚାଳନା କରାଯିବ ସେ ସମ୍ବନ୍ଧରେ ଏହି କେନ୍ଦ୍ର ଗବେଷଣା ଶୀର୍ଷରେ ରହିବ ।

  • At a time when every nation must give topmost importance to healthcare, efforts like the Bagchi Parthasarathy Multispeciality Hospital assume great importance. In the times to come, it will strengthen healthcare capacities and encourage pioneering research in the sector. pic.twitter.com/BhFoPMoaUk

ମସ୍ତିଷ୍କ ଗବେଷଣା କେନ୍ଦ୍ର ଏ କ୍ଷେତ୍ରରେ ଏକ ଅନନ୍ୟ ଗବେଷଣା ସୁବିଧା ଭାବରେ ବିକଶିତ ହୋଇଛି । ବୟସ ସମ୍ବନ୍ଧୀୟ ମସ୍ତିଷ୍କ ବିକୃତିର ପରିଚାଳନା ପାଇଁ ପ୍ରମାଣ ଭିତ୍ତିକ ଜନସ୍ୱାସ୍ଥ୍ୟ ହସ୍ତକ୍ଷେପ ଯୋଗାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଉପରେ ଏହା କାମ କରିବ ।

ଆଇଆଇଏସସି ବେଙ୍ଗାଲୁରୁର କ୍ୟାମ୍ପସ( Indian Institute of Science Bengaluru Camps) ରେ ୮୩୨ ଶଯ୍ୟା ବିଶିଷ୍ଟ ବାଗଚୀ ପାର୍ଥସାରଥୀ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ହେବ। ଏହା ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ମେଡିସିନ ମଧ୍ୟରେ ସମନ୍ୱୟ ରଖିବାରେ ସାହାଯ୍ୟ କରିବ । ଏହି ମେଡିକାଲ ଦେଶରେ କ୍ଲିନିକାଲ ଗବେଷଣାକୁ ଏକ ପ୍ରମୁଖ ସହାୟତା ଯୋଗାଇବ ।

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ପ୍ରତ୍ୟେକ ରାଷ୍ଟ୍ର ସ୍ୱାସ୍ଥ୍ୟସେବା ପ୍ରତି ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି, ସେତେବେଳେ ବାଗଚୀ ପାର୍ଥସାରଥୀ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ପ୍ରୟାସ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ । ଭବିଷ୍ୟତରେ ଏହା ସ୍ୱାସ୍ଥ୍ୟସେବା କ୍ଷମତାକୁ ମଜବୁତ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.