ETV Bharat / bharat

ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ବାଣ୍ଟିଲେ ୭୧ ହଜାର ନିଯୁକ୍ତିପତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister Narendra Modi) ଆଜି (ମଙ୍ଗଳବାର) ଭିଡିଓ କନଫରନ୍ସେ ଯୋଗେ ଆୟୋଜିତ ରୋଜଗାର ମେଳା (Rozgar Mela ) ରେ ପ୍ରାୟ ୭୧ ହଜାର ନବନିଯୁକ୍ତିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ପୂର୍ବରୁ ଅକ୍ଟୋବର ମାସରେ ରୋଜଗାର ମେଳା ଅଧୀନରେ ୭୫ହଜାର ନିଯୁକ୍ତି ଆଶାୟୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଅଧିକ ପଢନ୍ତୁ

author img

By

Published : Nov 22, 2022, 8:39 PM IST

ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ବାଣ୍ଟିଲେ ୭୧ ହଜାର ନିଯୁକ୍ତିପତ୍ର
ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ବାଣ୍ଟିଲେ ୭୧ ହଜାର ନିଯୁକ୍ତିପତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister Narendra Modi) ଆଜି (ମଙ୍ଗଳବାର) ଭିଡିଓ କନଫରନ୍ସେ ଯୋଗେ ଆୟୋଜିତ ରୋଜଗାର ମେଳା (Rozgar Mela ) ରେ ପ୍ରାୟ ୭୧ ହଜାର ନବନିଯୁକ୍ତିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ପୂର୍ବରୁ ଅକ୍ଟୋବର ମାସରେ ରୋଜଗାର ମେଳା ଅଧୀନରେ ୭୫ହଜାର ନିଯୁକ୍ତି ଆଶାୟୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ।

ଦେଶବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମରେ ନିଯୁକ୍ତିଧାରୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘‘ଭାରତର ୪୫ ରୁ ଅଧିକ ସହରରେ ୭୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଏହା ଅନେକ ପରିବାର ନିମନ୍ତେ ହସଖୁସିର ନୂତନ ଯୁଗ ଆରମ୍ଭ କରିବ । ଧନତେରାସ ଦିନ କେନ୍ଦ୍ର ସରକାର ୭୫ହଜାର ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ । ଆଜିର ରୋଜଗାର ମେଳା ଏକ ପ୍ରମାଣ ଯେ କେନ୍ଦ୍ର ସରକାର ଦେଶର ଯୁବ ସମାଜକୁ ମିଶନ ମୋଡରେ ରୋଜଗାର ସୁଯୋଗ ପ୍ରଦାନ କରୁଛନ୍ତି ।”

ଏହାବି ପଢନ୍ତୁ- ସ୍ବଚ୍ଛତାର ସହ ASO ପରୀକ୍ଷା ହୋଇଛି: OPSC ଅଧ୍ୟକ୍ଷ

ମାସକ ପୂର୍ବରୁ ଆରମ୍ଭ କରାଯାଇଥିବା ରୋଜଗାର ମେଳାର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମୟେ ସମୟେ ଏପରି ରୋଜଗାର ମେଳାମାନ ଆୟୋଜନ କରିବେ । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ,ଜମ୍ମୁ ଓ କଶ୍ମୀର, ଲଦାଖ, ଆଣ୍ଡାମାନ ଏବଂ ନିକୋବାର, ଲାକ୍ଷାଦ୍ୱୀପ, ଦାମନ ଓ ଡିଉ, ଦାଦ୍ରା ଓ ନଗର ହାବେଳୀ ଏବଂ ଚଣ୍ଡୀଗଡର ସରକାର ହଜାର ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ । ଅଳ୍ପଦିନ ମଧ୍ୟରେ ଗୋଆ ଓ ତ୍ରିପୁରା ଏପରି ନିଯୁକ୍ତି ମେଳା ଆରମ୍ଭ କରିବେ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବଶକ୍ତି ହେଉଛି ଦେଶର ସବୁଠାରୁ ବଡ ଶକ୍ତି । କେନ୍ଦ୍ର ସରକାର ସେମାନଙ୍କ ମେଧା ଓ ଶକ୍ତିକୁ ଦେଶ ଗଠନରେ ଉପଯୋଗ କରିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ସେ ନୂତନ ଜନ ସେବକଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ସେମାନେ ଏକ ସ୍ୱତନ୍ତ୍ର ସମୟ କାଳ ଅର୍ଥାତ ଅମୃତକାଳରେ ଏହି ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ବୋଲି ମୋଦି ସେମାନଙ୍କୁ ସ୍ମରଣ କରାଇ ଦେଇଥିଲେ । ଅମୃତ କାଳ ମଧ୍ୟରେ ଭାରତ ଏକ ଉନ୍ନତ ରାଷ୍ଟ୍ରରେ ପରିଣତ ହେବାକୁ ନେଇଥିବା ସଂକଳ୍ପ ଉପରେ ସେ ଆଲୋକପାତ କରିଥିଲେ । କେନ୍ଦ୍ର ସରକାରଙ୍କ ପ୍ରତିନିଧି ହିସାବରେ ସେମାନେ ନିଜର ଭୂମିକା ଓ କର୍ତ୍ତବ୍ୟକୁ ବିସ୍ତୃତଭାବେ ବୁଝିବା ଉଚିତ ଓ ସବୁବେଳେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସାମର୍ଥ୍ୟ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ ।

  • आज भारत में सरकारी और गैर-सरकारी दोनों ही क्षेत्रों में नये अवसरों की संभावना लगातार बढ़ रही है। देश में Innovation और Research को बढ़ावा देने से भी रोजगार के मौके बढ़ रहे हैं। pic.twitter.com/4FIeH8hphE

    — Narendra Modi (@narendramodi) November 22, 2022 " class="align-text-top noRightClick twitterSection" data=" ">

ଆଜି ଆରମ୍ଭ ହୋଇଥିବା କର୍ମଯୋଗୀ ଭାରତ ପ୍ରଯୁକ୍ତି ମଞ୍ଚ ଉପରେ ଆଲୋକପାତ କରି ସରକାରୀ କର୍ମଚାରୀଙ୍କ ନିମନ୍ତେ ଅନେକ ଅନଲାଇନ ପାଠ୍ୟକ୍ରମ ଉପଲବ୍ଧ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସରକାରୀ କର୍ମଚାରୀଙ୍କ ନିମନ୍ତେ ପ୍ରସ୍ତୁତ ସ୍ୱତନ୍ତ୍ର ପାଠ୍ୟକ୍ରମ କର୍ମଯୋଗୀ ପ୍ରାରମ୍ଭ ଉପରେ ଗୁରୁତ୍ୱାଆରୋପ କରି ନବନିଯୁକ୍ତିମାନଙ୍କୁ ଏହାକୁ ଆମୂଳଚୂଳ ପାଠ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଥିବା ସୁବିଧା ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଏହା ସେମାନଙ୍କ କୌଶଳ ବିକାଶର ଏକ ବିରାଟ ଉତ୍ସ ହେବା ସହ ଭବିଷ୍ୟତରେ ସେମାନଙ୍କୁ ସାହାଯ୍ୟ କରିବ ବୋଲି କହିଥିଲେ ।

ଏହାବି ପଢନ୍ତୁ- ଟଙ୍କା ବଦଳରେ ଟିକେଟ୍ ବଣ୍ଟା ! AAP ବିଧାୟକଙ୍କୁ ନିର୍ଦ୍ଧୁମ ଛେଚିଲେ ଦଳୀୟ କର୍ମୀ

ଏକ ବିରାଟ ଭୂମିକା ଗ୍ରହଣ କରିବ । ଏଥିରେ ଯୁବଗୋଷ୍ଠୀ ଓ କୁଶଳୀ ମାନବସମ୍ବଳ ହିଁ ଏହାର ମୂଳଦୁଆ ଭାବେ କାର୍ଯ୍ୟ କରିବେ । ପିଏଲଆଇ ଯୋଜନା କେବଳ ୬୦ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମେକ ଇନ ଇଣ୍ଡିଆ, ଭୋକାଲ ଫର ଲୋକାଲ, ଟେକିଂ ଗ୍ଲୋବାଲ, ଗ୍ଲୋବାଲ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ବୋଲି ସେ କହିଥିଲେ । ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯୁବକ-ଯୁବତୀମାନଙ୍କ ନିମନ୍ତେ ଏହି ସୁଯୋଗ ସେମାନଙ୍କ ନିଜସ୍ୱ ସହର ଓ ଗ୍ରାମରେ ଉପଲବ୍ଧ ହେଉଛି । ଏହା ସେମାନଙ୍କୁ ବାହାରକୁ ପଳାୟନ କରିବାର ବାଧ୍ୟବାଧ୍ୟକତା ହ୍ରାସ କରିବା ସହ ସେମାନେ ନିଜ ଅଞ୍ଚଳର ବିକାଶରେ ଭୂମିକା ଗ୍ରହଣ କରିପାରିବେ” ବୋଲି ସେ କହିଥିଲେ ।

  • अमृतकाल में देशवासियों के विकसित भारत के प्रण के आज सारथी बने सभी युवाओं को मेरी बहुत-बहुत शुभकामनाएं। आप सभी से मेरा आग्रह है कि ‘कर्मयोगी भारत’ टेक्नोलॉजी प्लेटफॉर्म का भरपूर लाभ उठाएं और राष्ट्र निर्माण में अधिकतम योगदान दें। pic.twitter.com/M9wE4C3xng

ଆଜି (ଗୁଜରାଟ ଓ ହିମାଚଳ ପ୍ରଦେଶ) ପ୍ରଦେଶକୁ ଛାଡି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା ଆୟୋଜିତ ହୋଇଥିଲା । ଆଗରୁ ପୂରଣ କରାଯାଇଥିବା ପଦବୀଗୁଡିକ ସହ ଶିକ୍ଷକ, ଅଧ୍ୟାପକ, ସେବିକା, ସେବିକା ଅଧିକାରୀ, ଡାକ୍ତର, ଫର୍ମାସିଷ୍ଟି, ରେଡିଓଗ୍ରାଫର ଓ ଅନ୍ୟାନ୍ୟ ବୈଷୟିକ ଓ ପାରା ମେଡିକାଲ କର୍ମଚାରୀ ପଦବୀ ମଧ୍ୟ ପୂରଣ କରାଯାଇଛି । ସିଏପିଏଫର ବିଭିନ୍ନ ପଦବୀ ଗୃହମନ୍ତ୍ରଣାଳୟ ଜରିଆରେ ପୂରଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.