ETV Bharat / bharat

ମାତିଛନ୍ତି ଡିଜିଟାଲ ଠକ: କ୍ଷଣିକରେ ହେଉଛି ଆକାଉଣ୍ଟ ଖାଲି, ଜାଣନ୍ତୁ କିପରି ରହିବେ ସୁରକ୍ଷିତ

ଚିନ୍ତା ବଢାଇଲାଣି ଡିଜିଟାଲ ଠକେଇ । ମାତ୍ର ଗୋଟିଏ କଲ କିମ୍ବା ମେସେଜର ଭୁଲ ପ୍ରତିଉତ୍ତରରେ ଖାଲି ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟରୁ ବାଲାନ୍ସ (digital money transfer in India )। ଅନଲାଇନ କାରବାର ବେଳେ ରୁହନ୍ତୁ ସଚେତନ । ଆସାବଧାନ ଭାବେ ସେୟାର କରନ୍ତୁ ନାହିଁ ଓଟିପି ଓ ପିନ ପରି ଗୋପନୀୟ ତଥ୍ୟ । ଅଧିକ ପଢନ୍ତୁ

ଚିନ୍ତା ବଢାଉଛି ଡିଜିଟାଲ ଠକେଇ, ଜାଣନ୍ତୁ କେମିତି ରହିବେ ସୁରକ୍ଷିତ

author img

By

Published : Oct 9, 2022, 11:44 AM IST

Updated : Oct 9, 2022, 11:52 AM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଡିଜିଟାଲ ବା ଅନଲାଇନ ଆର୍ଥିକ କାରବାର ଏକ ପ୍ରମୁଖ ମାଧ୍ୟମ ସାଜିଛି । ତେବେ ଏହି ଡିଜିଟାଲ ପ୍ରଣାଳୀ କାରବାରକୁ ଯେତିକି ସହଜ କରିଛି, ସେତିକ୍ ନୂଆ ଆହ୍ବାନ ମଧ୍ୟ ସୃଷ୍ଟି କରିଛି । ଅନଲାଇନ ଠକେଇ ଏବେ ଏହି କ୍ଷେତ୍ରରେ ଏଖ ବଡ ଆହ୍ବାନ ଭାବେ ସାମ୍ନାକୁ ଆସିଲାଣି । ପାରମ୍ପାରିକ ଆର୍ଥିକ କାରବାରକୁ ଅତି ସହଜରେ ପରିଣତ କରିଥିବା ଏହି ଡିଜିଟାଲ ବା ଅନଲାଇନ କାରବାରରେ ସାମାନ୍ୟ ଅସାବଧାନତା ବା ତ୍ରୁଟି ପାଇଁ ମାତ୍ର କ୍ଷଣିକରେ ଚାଲିଯାଉଛି ବ୍ୟାଙ୍କ ବାଲାନ୍ସ (digital money transfer in India )।

ଡିଜିଟାଲ ଅର୍ଥ କାରବାର ସମ୍ପର୍କରେ ଯଥେଷ୍ଟ ସଚେତନତା ଅଭାବ ଓ ବ୍ୟସ୍ତବହୁଳ ଜୀବନରେ ଏହାର ସଠିକ ବ୍ୟବହାରକୁ ନେଇ ଦାୟିତ୍ବହୀନତା ପ୍ରଦର୍ଶନ କରିବା ଦ୍ବାରା ମାତ୍ର କ୍ଷଣିକ ମଧ୍ୟରେ ଡିଜିଟାଲ ଠକେଇର ହେଉଛନ୍ତି ବ୍ୟବହାରକାରୀ । ଓଟିପି, ପିନ ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପରି ଗୋପନୀୟ ତଥା ସମ୍ବେଦନଶୀଳ ତଥ୍ୟ ବା ସୂଚନା ଲିକ ହେବା ଫଳରେ ଏପରି ଘଟଣା ସାମ୍ନାକୁ ଆସୁଛି । ଏହି ସବୁ ଗୋପନୀୟ ସୂଚନା ଲିକ ହେବା ପରେ ସାଇବର କ୍ରିମିନାଲମାନେ ସାଧାରଣ ବ୍ୟବହାରକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ନିମିଷକେ ଅର୍ଥ ଲୁଟି ନେବାରେ ସଫଳ ହେଉଛନ୍ତି ।

ଅନଲାଇନ କାରବାରରେ କ’ଣ ରହିଛି ପୂର୍ବାପେକ୍ଷା ବ୍ୟତିକ୍ରମ:-

ତେବେ ସାଧାରଣ ଅର୍ଥ କାରବାର ବେଳେ ଗ୍ରାହକ ଅପେକ୍ଷାକୃତ ଅଧିକ ସମ୍ବେଦନଶୀଳ ଭାବେ କାର୍ଯ୍ୟ କରିଥାନ୍ତି । ଟଙ୍କା ପଇଠ, ଅନ୍ୟତ୍ର ପ୍ରେରଣ କିମ୍ବା ଉଠାଣ ଆଦି ସମୟରେ ବ୍ୟାଙ୍କ କିମ୍ବା ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥାରେ ଫର୍ମ ଫିଲଅପ କରିବା, ଅର୍ଥରାଶି ସମ୍ପର୍କରେ ସବିଶେଷ ତଥ୍ୟ ରଖିବା ସହ ସମସ୍ତ ସୂଚନା ପ୍ରଦାନ କରି ଏକାଧିକ ପର୍ଯ୍ୟାୟରେ ଖାତାଧାରୀଙ୍କୁ ଦସ୍ତଖତ ମଧ୍ୟ କରିବାକୁ ପଡୁଥିଲା । ଏସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରୁଥିଲା । ଫଳରେ ଦାୟିତ୍ବହୀନତା ଓ ତଥା ତରବର ଭାବେ କୌଣସି ତ୍ରୁଟି ଘଟିବା ଆଶଙ୍କା ଯଥେଷ୍ଟ କମ ଥିଲା ।

ସହଜ ପ୍ରଣାଳୀ ପାଇଁ ଅସାବଧାନ ହେଉଛନ୍ତି ବ୍ୟବହାରକାରୀ:-

କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପୂର୍ବର ସେ ଜଟିଳ ପ୍ରକ୍ରିୟା ପରିବର୍ତ୍ତେ ମାତ୍ର କେତେ ସେକେଣ୍ଡ ମଧ୍ୟରେ ଆର୍ଥିକ କାରବାର ସହଜ ପ୍ରଣାଳୀରେ ହୋଇପାରୁଛି । ସହଜ ଓ କ୍ଷୁଦ୍ର କାରବାର ପ୍ରଣାଳୀ ଫଳରେ ଗ୍ରାହକଙ୍କ ମଧ୍ୟରେ ସେ ପ୍ରକାର ସଚେତନତା ମଧ୍ୟ ପ୍ରାୟ ଦେଖା ଯାଉନାହିଁ । ଖୁବ କମ ସମୟ ମଧ୍ୟରେ ଶୀଘ୍ର କାରବାରକୁ ଶେଷ କରିବା ପାଇଁ ଗ୍ରାହକ ଚାହୁଁଥିବା ବେଳେ ଅସାବଧାନତା ଭାବେ କିଛି ତ୍ରୁଟି କରି ବସୁଛନ୍ତି । ଯାହାର ସୁଯୋଗ ନେଇ ସାଇବର ଠକମାନେ ସେମାନଙ୍କ ନିକଟରୁ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ହାସଲ କରିବାରେ ସଫଳ ହେଉଛନ୍ତି ।

କେମିତି ହେଉଛି ଠକେଇ:-

ଡିଜିଟାଲ ହ୍ୟାକରମାନେ ଲୋକପ୍ରିୟ ବ୍ୟାଙ୍କ ଗୁଡିକ ନାମରେ ମିଥ୍ୟା ଓ୍ବେବସାଇଟ ଆଦି ପ୍ରସ୍ତୁତ କରି ଗ୍ରାହକଙ୍କୁ ଲିଙ୍କ ପଠାଇଥାନ୍ତି । ଫୋନ,ମେଲ କିମ୍ବା ଏସଏମଏସ ଜରିଆରେ ଏହି ଲିଙ୍କ ମଧ୍ୟ ଅତି ସହରରେ ଗ୍ରାହକଙ୍କ ନିକଟରେ ପହଞ୍ଚି ପାରୁଛି । ସେମାନେ ବେଳେ ବେଳେ ସିଧା ଫୋନ କଲ ମାଧ୍ୟମରେ ନିଜକୁ ସମ୍ପୃକ୍ତ ବ୍ୟାଙ୍କର କର୍ମଚାରୀ ଦର୍ଶାଇ କୌଣସି ଔପଚାରିକତା ପାଇଁ ଉପଭୋକ୍ତାଙ୍କ ବ୍ୟାଙ୍କ ଆଖାଉଣ୍ଟ ନମ୍ବର ଓ ଏଟିଏମ କାର୍ଡର ଶେଷ ୪ ଡିଜିଟ ନମ୍ବର ଆଦି ମାଗିଥାନ୍ତି । ତେବେ କୌଣସି କାରଣରୁ ଓଟିପି ଓ ପିନ ନମ୍ବର ପରି ସମ୍ବେଦନଶୀଳ ତଥ୍ୟ ସେମାନଙ୍କ ହାତରେ ଲାଗିଲେ ମାତ୍ର କିଛି କ୍ଷଣ ମଧ୍ୟରେ ସେ ସମ୍ପୂର୍ଣ୍ଣ ଆକାଉଣ୍ଟରୁ ଅର୍ଥରାଶି ହଡପ କରିବାରେ ସଫଳ ହେଉଛନ୍ତି ।

ଠକେଇ ରୋକିବାକୁ ସଚେତନ କରୁଛନ୍ତି ବ୍ୟାଙ୍କ:-

ତେବେ ଏହି ସବୁ ସମସ୍ୟା ସାମ୍ନାକୁ ଆସିବା ପରେ ବିଭିନ୍ନ ବ୍ୟାଙ୍କ ଗୁଡିକ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବ୍ୟାଙ୍କ କେବେ କୌଣସି ଗୋପନୀୟ ତଥ୍ୟ ନିଜ ଗ୍ରାହକଙ୍କ ଠାରୁ ମାଗି ନଥାଏ । ଯଦି ଆପଣ ଏପ୍ରକାର କୌଣସି ଫୋନ କଲ କିମ୍ବା ମେସେଜ ଆଦି ବ୍ୟାଙ୍କ ନାମରେ ପାଉଛନ୍ତି, ତାହେଲ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ପୋଲିସରେ ମଧ୍ୟ ଅଭିଯୋଗ କରିବା ନେଇ ବ୍ୟାଙ୍କ ପରାମର୍ଶ ଦେଇଥାଏ । ବିଭିନ୍ନ ସ୍ଥାନରେ ପୋଲିସ ମଧ୍ୟ ଅନଲାଇନ ଫ୍ରଡ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 9, 2022, 11:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.