ETV Bharat / bharat

ପୁଡୁଚେରୀରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

author img

By

Published : Feb 24, 2021, 3:51 PM IST

ବୁଧବାର ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲଗାଇଛନ୍ତି କେନ୍ଦ୍ର ସରକାର । ନିକଟରେ କଂଗ୍ରେସ ସରକାର ଭାଙ୍ଗିବା ପରେ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରପତି ଶାସନ ଲଗାଯିବାର ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି । ଅଧିକ ପଢନ୍ତୁ...

ପୁଡୁଚେରୀରେ ଲାଗିଲା ରାଷ୍ଟ୍ରପତି ଶାସନ
ପୁଡୁଚେରୀରେ ଲାଗିଲା ରାଷ୍ଟ୍ରପତି ଶାସନ

ପୁଡୁଚେରୀ: ଗତ କିଛି ଦିନରୁ ପୁଡୁଚେରୀରେ ଜାରି ଲାଗି ରହିଛି ରାଜନୈତିକ ସଙ୍କଟ । ବୁଧବାର ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲଗାଇଛନ୍ତି କେନ୍ଦ୍ର ସରକାର । ନିକଟରେ କଂଗ୍ରେସ ସରକାର ଭାଙ୍ଗିବା ପରେ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରପତି ଶାସନ ଲଗାଯିବାର ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି । ବିଧାନସଭାରେ ବିଶ୍ବାସମତ ହାସଲ ନ କରିପାରିବା କାରଣରୁ ସୋମବାର ଭାଙ୍ଗିଯାଇଥିଲା କେନ୍ଦ୍ରଶାସିତ ଅଞ୍ଚଳରେ କ୍ଷମତାସୀନ ନାରାୟଣ ସ୍ବାମୀଙ୍କ ସରକାର ।

ବିଧାନସଭାରେ ବିଶ୍ବାସମତ ବରାଇବାର ଦିନକ ପରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରି କୁହାଯାଇଛି ଯେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀଙ୍କ ସମେତ ତାଙ୍କ ମନ୍ତ୍ରୀମଣ୍ଡଳର ଇସ୍ତଫା 22 ଫେବୃଆରୀରୁ ଗ୍ରହଣ କରାଯାଇ ସାରିଛି ।

ପୁଡୁଚେରୀ ବିଧାନସଭା ନିର୍ବାଚନ ଆଉ କିଛି ମାସ ମଧ୍ୟରେ ହେବାକୁ ଥିବାରୁ ବିରୋଧୀ ସରକାର ଗଠନ କରିବାକୁ ଆଗ୍ରହ ପ୍ରକାଶ କରିନାହାଁନ୍ତି । ଫଳରେ ଉପ-ରାଜ୍ୟପାଳ ଟି ସୌନ୍ଦରାରାଜନ ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଉପ-ରାଜ୍ୟପାଳଙ୍କ ସୁପାରିଶ ପରେ ଖୁବଶୀଘ୍ର ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲାଗିବା ସ୍ପଷ୍ଟ ହୋଇଯାଇଥିଲା । ଏହାପୂର୍ବରୁ ବସିଥିବା କ୍ୟାବିନେଟ ବୈଠକରେ ଉପ-ରାଜ୍ୟପାଳଙ୍କ ସୁପାରିଶ ଆଗତ ହୋଇଥିବା ସୂଚନା ମିଳିଥିଲା ।

33 ଆସନ ବିଶିଷ୍ଟ ପଡୁଚେରୀ ବିଧାନସଭାରେ ଗତ ନିର୍ବାଚନରେ କଂଗ୍ରେସ 15ଟି, ସହଯୋଗୀ ଡିଏମକେ 3ଟି ଜଣେ ସ୍ବାଧିନ ବିଧାୟକଙ୍କ ସମର୍ଥନରେ କଂଗ୍ରସ ସରକାର ଗଠନ କରିବା ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି.ନାରାୟଣସ୍ବାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଗତ ଦେଢ ମାସ ମଧ୍ୟରେ ବିଭିନ୍ନ କାରଣ ଦର୍ଶାଇ କଂଗ୍ରେସରୁ 5 ଜଣ ଡିଏମକେରୁ ଜଣେ ବିଧାୟକଙ୍କ ଇସ୍ତଫା ପରେ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲେ । ଗତ ସୋମବାର ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇପାରିନଥିଲେ ନାରାୟଣସ୍ବାମୀ । ଫଳରେ ପାଞ୍ଚ ବର୍ଷର ଅବଧି ପୂରଣ କରିବା ପୂର୍ବରୁ ଭାଙ୍ଗିଗଲା ନିର୍ବାଚିତ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.