ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ସରିବା ପରେ ଗୃହରେ ନିଜର ବାର୍ତ୍ତା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିକୂଳ ସମୟରେ ମଧ୍ୟ ଦେଶ କିପରି ଆଗକୁ ବଢେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଏହି ବାର୍ତ୍ତା ରଖିସାରିଛନ୍ତି । ରାଷ୍ଟ୍ରପତିଙ୍କ ପ୍ରତିଟି ଶବ୍ଦ ଦେଶବାସୀଙ୍କ ମନରେ ବିଶ୍ବାସ ଜନ୍ମାଇବା ଭଳି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଭାରତର 'ସଂକଳ୍ପ ଶକ୍ତି' ପ୍ରତିଫଳିତ ବୋଲି କହିଛନ୍ତି ପିଏମ ।
ପିଏମ ମୋଦ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନାର ଧନ୍ୟବାଦ ପ୍ରସ୍ତାବ ଦେବା ସମୟରେ କହିଛନ୍ତି, ସ୍ବାଧିନତାର 75 ବର୍ଷ ପୁରିବ । ବିଶ୍ବ ସାମ୍ନାରେ ଆମେ ଦୃଢତାର ସହି ଛିଡା ହୋଇଛୁ । ଆମେ ସମସ୍ତଙ୍କୁ ଭ୍ରମକୁ ଭାଙ୍ଗି ଆଗକୁ ବଢିବାର ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଦେଶର ଏକ ନିର୍ଦ୍ଧିଷ୍ଟ ମିଶନ ରହିଥାଏ । ଗୋଟିଏ ଲକ୍ଷ ଥାଏ ଯାହା ପ୍ରାପ୍ତ ହୁଏ । ସେ କହିଛନ୍ତି ଯେ କରୋନା ସମୟରେ ଭାରତ କେବଳ ନିଜକୁ ସମ୍ଭାଳିନଥିଲା ବରଂ ବିଶ୍ବକୁ ସମ୍ଭାଳିବାରେ ମଧ୍ୟ ସାହାଯ୍ୟ କରିଥିଲା। ସେ କହିଛନ୍ତି ଯେ ଆତ୍ମନିର୍ଭର ହେବା ଦିଗରେ ଅନେକ ପଦକ୍ଷେପ ନିଆଯାଇଛି । ଆମ ରକ୍ତରେ ଗଣତନ୍ତ୍ର ରହିଥିବା ବେଳେ ବିବିଧତା ସତ୍ତ୍ବେ ଆମର ଲକ୍ଷ ଏକ ବୋଲି କହିଛନ୍ତି ପିଏମ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବିଶ୍ବ ଯେଉଁ ପ୍ରକାରର ସଙ୍କଟ ସାମ୍ନା କରିଛି, ଏହା ଉପରେ ଚିନ୍ତା କରିବାକୁ ବାଧ୍ୟ ହୋଇଛି। ଏଭଳି ପରିସ୍ଥିତିରେ ଭାରତ ଏକୁଟିଆ ରହିପାରିବ ନାହିଁ। ଭାରତକୁ ଆଗକୁ ବଢିବାକୁ ପଡ଼ିବ । ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ଭାରତକୁ ଏକ ଶକ୍ତିଶାଳୀ ଖେଳାଳି ଭାବେ ଉଭା ହେବାକୁ ପଡ଼ିବ । ସେ କହିଛନ୍ତି ଯେ ଏହା ଆମ ପାଇଁ ସନ୍ତୋଷଜନକ ବିଷୟ କି ମହାମାରୀ କୋରୋନା ସମୟରେ ଲାଗୁ ହୋଇଥିବା କଟକଣା ମଧ୍ୟରେ 130 କୋଟି ଲୋକଙ୍କ ଉତ୍ସର୍ଗ ଆଜି ଆମକୁ ବଞ୍ଚାଇ ଦେଇଛି। ଏହାର ଶ୍ରେୟ 130 କୋଟି ଭାରତୀୟଙ୍କୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭଗବାନ ଆଶୀର୍ବାଦରୁ ଦୁନିଆ ଦୋହଲିଯାଇଥିଲେ ବି ଆମେ ବଞ୍ଚିଛୁ। ସେ କହିଛନ୍ତି ଯେ ନିଜକୁ ଅଭିଶାପ ଦେଇ ଆମେ ବସିରହିପାରିବୁ ନାହିଁ । ଡାକ୍ତର ଏବଂ ନର୍ସମାନେ ଭଗବାନଙ୍କର ରୂପ । ଆମ୍ବୁଲାନ୍ସର ଡ୍ରାଇଭର ଭଗବାନଙ୍କ ରୂପରେ ଆସିଥିଲେ। ଆତ୍ମନିର୍ଭର ଭାରତରୁ ବିଶ୍ୱ କଲ୍ୟାଣ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।