ETV Bharat / bharat

Farm Laws Repeal Bill: ଲାଗିଲା ରାଷ୍ଟ୍ରପତିଙ୍କ ଅନୁମୋଦନ ମୋହର

author img

By

Published : Dec 1, 2021, 9:22 PM IST

ବିବଦୀୟ କୃଷି ଆଇନ ପ୍ରତ୍ୟାହାର ବିଲ (Farm Laws Repeal Bill)ରେ ବାଜିଲା ରାଷ୍ଚ୍ରପତିଙ୍କ ମୋହର । ୨୯ ତାରିଖରେ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା Repeal Bill । ଅଧିକ ପଢନ୍ତୁ

Farm Laws Repeal Bill: ଲାଗିଲା ରାଷ୍ଟ୍ରପତିଙ୍କ ଅନୁମୋଦନ ମୋହର
Farm Laws Repeal Bill: ଲାଗିଲା ରାଷ୍ଟ୍ରପତିଙ୍କ ଅନୁମୋଦନ ମୋହର

ନୂଆଦିଲ୍ଲୀ: ସବୁ ବିବାଦର ଅନ୍ତ ଘଟାଇ ବିବଦୀୟ କୃଷି ଆଇନ ପ୍ରତ୍ୟାହାର ବିଲ (Farm Laws Repeal Bill)କୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚାଷୀ ଆଇନ ପ୍ରତ୍ୟାହାର ବିଲରେ ଦସ୍ତଖତ କରିବା ସହ ଏହା ଆଇନତଃ ପ୍ରତ୍ୟାହୃତ ହୋଇଛି । ନଭେମ୍ବର 29 ତାରିଖରେ ଏହି ବିବାଦୀୟ ଆଇନ ପ୍ରତ୍ୟାହର ବିଲ (Farm Laws Repeal Bill) ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା ।

ସଂସଦର ଶୀତକାଳୀନ ଅଧିବେଶନ (parliament winter session)ରେ କୃଷି ଆଇନ ପ୍ରତ୍ୟାହାର ବିଲ-2021କୁ ଗୃହର ଆଗତ କରିଥିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ପରେ ବିଲ ଉପରେ ଚର୍ଚ୍ଚା କରିବା ଦାବିରେ ବିରୋଧୀ ହୋହାଲ୍ଲା କରିବା ମଧ୍ୟରେ ମାତ୍ର କିଛି ସମୟରେ ଲୋକସଭାରେ ବିଲ ପାରିତ ହୋଇଥିବାବେଳେ ସେହିଦିନ ରାଜ୍ୟସଭାରେ ମଧ୍ୟ ଏହା ପାରିତ ହୋଇଥିଲା । ବିନା ଚର୍ଚ୍ଚାରେ ବିଲ ପାସ କରିବାକୁ ନେଇ ବିରୋଧୀ ନାରାଜ ହେବା ସହ ଏହାକୁ ଅଗଣାତାନ୍ତ୍ରିକ ବୋଲି ଦର୍ଶାଇଥିଲେ । ଅଧିବେଶନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ଆଇନ ପ୍ରତ୍ୟାହାର ହେବା ନେଇ ସୂଚନା ଦେଇଥିଲେ ।

ଉଭୟ ଗୃହରେ ବିଲ ପାସ ହେବା ପରେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ, ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉକ୍ତ ବିବାଦୀୟ ଆଇନ ପ୍ରତ୍ୟାହାର ବିଲକୁ ମଞ୍ଜୁରୀ ପ୍ରଦାନ କରିବା ସହ ଏହି ଆଇନ ରଦ୍ଧ ହେବାର ସମସ୍ତ ସାମ୍ବିଧାନିକ ପ୍ରକ୍ରିୟା ଶେଷ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.