ପାନାଜୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ସନ୍ଧ୍ୟାରେ ୩ ଦିନିଆ ଗସ୍ତରେ ଗୋଆର ପାନାଜିରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଗୋଆ ଆନ୍ତର୍ଜାତିକ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି । ତାଙ୍କ ସହ ରାଜ୍ୟପାଳ ଇ. ଶ୍ରୀଧରନ୍ ପିଲ୍ଲାଇ ପ୍ରୋଟୋକଲ୍ ମନ୍ତ୍ରୀ ମାଭିନ ଗୁଡିନ୍ହୋ ଏବଂ ବିରୋଧୀ ଦଳର ନେତା ଦିଗମ୍ବର କାମାଟ ସେଠାରେ ଥିଲେ।
![3 ଦିନିଆ ଗୋଆ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ](https://etvbharatimages.akamaized.net/etvbharat/prod-images/mh-goa-1-panaji-10058_05092021180424_0509f_1630845264_899.jpg)
ରାଷ୍ଟ୍ରପତି ସେଠାରେ ସୋମବାର ଭାରତୀୟ ନୌସେନାର INS ହାଁସାର ହୀରକ ଜୟନ୍ତି ସମାରୋହରେ ଯେଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ସେ ନୌସେନା ଅଧିକାରୀଙ୍କୁ ସମ୍ବୋଧିତ କରିବେ ।
![3 ଦିନିଆ ଗୋଆ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ](https://etvbharatimages.akamaized.net/etvbharat/prod-images/mh-goa-1-panaji-10058_05092021180424_0509f_1630845264_236.jpg)
ସେ ନୌସେନା ଅଧିକାରୀଙ୍କୁ ମଧ୍ୟ ସମ୍ବୋଧିତ କରିବେ। ସେପ୍ଟେମ୍ବର 6 ଏବଂ 7ରେ ତାଙ୍କର ନିର୍ଦ୍ଧାରିତ ଯାତ୍ରା ଶେଷ କରିବା ପରେ ମଙ୍ଗଳବାର ଦିନ ସେ ରାଜଧାନୀ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । ପିଲ୍ଲାଇ ରାଜ୍ୟପାଳ ହେବା ପରଠାରୁ ଏହା ଗୋଆକୁ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ। ରାଷ୍ଟ୍ରପତି ଏହା ପୂର୍ବରୁ ଅକ୍ଟୋବର 2020ରେ ଗୋଆ ଗସ୍ତ କରିଥିଲେ। ରାଷ୍ଟ୍ରପତି ଗୋଆର ୬୦ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପାଇଁ ଗସ୍ତ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ