ETV Bharat / bharat

International Yoga Day: ଯୋଗ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

author img

By

Published : Jun 21, 2022, 8:33 AM IST

ଆଜି ବିଶ୍ବ ପାଳୁଛି ଯୋଗ ଦିବସ । ଏହି ଅବସରରେ ରାଷ୍ଟ୍ରପତି ଭବନରେ ଯୋଗ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ

ଯୋଗ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଯୋଗ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଜୀବନର ଅନ୍ୟନାମ ଯୋଗ । ଶାରୀରିକ, ମାନସିକ ଓ ଆଧାତ୍ମିକ ଅଭିବୃଦ୍ଧି ଯୋଗ ଦ୍ବାରା ହୋଇଥାଏ । ରୋଗର ମହୌଷଧି ଯୋଗ । ଶରୀର, ମନ ଓ ଆତ୍ମାକୁ ଗୋଟିଏ ସୁତ୍ରରେ ଯୋଡେ ଯୋଗ । ଆଜି ବିଶ୍ବ ପାଳୁଛି ଯୋଗ ଦିବସ । ଏହି ଅବସରରେ ରାଷ୍ଟ୍ରପତି ଭବନରେ ଯୋଗ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଯୋଗ ଆମର ପ୍ରାଚୀନ ଭାରତୀୟ ଐତିହ୍ୟର ଏକ ଅଂଶ। ମାନବିକତା ପାଇଁ ଭାରତର ଉପହାର, ଏହା ଆମର ମନ, ଶରୀର ଏବଂ ଆତ୍ମାକୁ ସନ୍ତୁଳିତ କରିଥାଏ । ସ୍ବାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଏକ ଉପାୟ ବୋଲି କହିଛନ୍ତି ରାମନାଥ କୋବିନ୍ଦ ।ପାଞ୍ଚ ହଜାର ବର୍ଷ ପ୍ରାଚୀନ ଏହି ଅଭ୍ୟାସ ଆଜି ସମଗ୍ର ବିଶ୍ବରେ ଆଦୃତ ପାଇଛି । ବିଶ୍ବର କୋଣ ଅନୁକୋଣରେ ଯୋଗକୁ ବ୍ୟାପକ ସିକୃତି ମିଳିଛି ।

ଚଳିତ ବର୍ଷ ଯୋଗଦିବସର ଥିମ ରହିଛି 'ମାନବତା ପାଇଁ ଯୋଗ' । 7 ବର୍ଷ ଯୋଗର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ଅନୁଭବ କରିଛନ୍ତି ବିଶ୍ବବାସୀ । ଆଜି ଅନ୍ତର୍ଜାତୀୟ ଯୋଗ ଦିବସର ଅଷ୍ଟମ ସଂସ୍କରଣ ପାଳୁଛି ସାରାବିଶ୍ବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.