ଡେରାଡୁନ : ଦୁଇ ଦିନିଆ ଉତ୍ତରାଖଣ୍ତ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ଅବସରରେ ଆଜି (ରବିବାର) ସେ ଋଷିକେଶରେ ପହଞ୍ଚି ଗଙ୍ଗା ଆଳତୀରେ ସାମିଲ ହୋଇଥିଲେ । ରାମନାଥ କୋବିନ୍ଦଙ୍କ ସହ ତାଙ୍କ ଧର୍ମପତ୍ନୀ ସବିତା କୋବିନ୍ଦଙ୍କୁ ସେଠାରେ ସ୍ବାମୀ ଚିତାନନ୍ଦ ସରସ୍ବତୀ ଓ ସାଧବି ଭଗବତି ସରସ୍ବତୀ ସ୍ବାଗତ କରିଥିଲେ । ସେଠାରେ ରାଜ୍ୟପାଳ ଗୁରମିତ ସିଂ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଗରଓ୍ବାଲ ସାଂସଦ ତିରଥ ସିଂ ରାୱତ ମଧ୍ୟ ଉପସ୍ଥିତ ଥିଲେ।
ପରମାର୍ଥ ନିକେତନ ଆଶ୍ରମରେ ରାଷ୍ଟ୍ରପତି କୋବିନ୍ଦଙ୍କ ସହ ରାଜ୍ୟପାଳ ଗୁରୁମିତ ସିଂ, ସିଏମ ପୁଷ୍କର ସିଂ ଧାମି ମଧ୍ୟ ଉପସ୍ଥିତ ରହିଛନ୍ତି । ପାରମର୍ଥ ନିକେତନ ଆଶ୍ରମକୁ 1953-54 ମସିହାରେ ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଆସିଥିଲେ । ତାଙ୍କ ସହ ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନନ(Dr Sarvepalli Radhakrishnan) ମଧ୍ୟ ରହିଥିଲେ । ଯିଏକି ପରେ ରାଷ୍ଟ୍ରପତି ହୋଇଥିଲେ। ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାରମର୍ଥ ନିକେତନ ଗସ୍ତରେ ଅଛନ୍ତି। ଆସନ୍ତାକାଲି (ସୋମବାର)ଦେବ ସଂସ୍କୃତ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ସେ ଯୋଗ ଦେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ