ETV Bharat / bharat

ଜିତିଲା ଜୀବନ: ଉଦ୍ଧାରକାରୀ ଟିମର ପରିଶ୍ରମ ଓ ଶ୍ରମିକଙ୍କ ଧୈର୍ଯ୍ୟଙ୍କୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଉତ୍ତରକାଶୀ ଟନେଲରୁ ଫସିଥିବା 41 ଶ୍ରମିକଙ୍କୁ ସଫଳ ଉଦ୍ଧାର ପରେ ଆନନ୍ଦିତ ସାରା ଦେଶ । ରାଷ୍ଟ୍ରପତି ମୁର୍ମୁ କହିଲେ, ଆଶ୍ବସ୍ତ ଓ ଆନନ୍ଦିତ । ପ୍ରଧାନମନ୍ତ୍ରୀ ମୋଦି କହିଲେ ଭାବପ୍ରବଣ ସମୟ । ଉଦ୍ଧାରକାରୀ ଟିମକୁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ

41 ଶ୍ରମିକଙ୍କୁ ସଫଳ ଉଦ୍ଧାର ପରେ ସମଗ୍ର ଦେଶ ଆନନ୍ଦିତ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Nov 28, 2023, 10:38 PM IST

ନୂଆଦିଲ୍ଲୀ: ଦୀର୍ଷ 17 ଦିନର ଅପରେସନ ଆଜି ସଫଳ ହୋଇଛି । ସବୁ କଳ୍ପନା ଜଳ୍ପନା ଓ ଆଶଙ୍କାର ପରିସମାପ୍ତି ଘଟିଛି । ଉତ୍ତରାଖଣ୍ଡର ଉତ୍ତରକାଶୀ ସିଲକ୍ୟାରାରେ ନିର୍ମାଣାଧୀନ ଟନେଲରେ ଫସିଥିବା 41 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପରେ ସାରା ଦେଶ ଆଜି ଆନନ୍ଦିତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପ୍ରମୁଖ ଖୁସିବ୍ୟକ୍ତ କରିବା ସହ ଉଦ୍ଧାର ଅପରେସନରେ ସାମିଲ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୀର୍ଘ 17 ଦିନ ଧରି ଟନେଲ ମଧ୍ୟରେ ଅପୂର୍ବ ଧୈର୍ଯ୍ୟର ଉଦାହରଣ ଦେଖାଇଥିବା ସମସ୍ତ ଶ୍ରମିକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ସମସ୍ତେ ।

  • उत्तरकाशी में हमारे श्रमिक भाइयों के रेस्क्यू ऑपरेशन की सफलता हर किसी को भावुक कर देने वाली है।

    टनल में जो साथी फंसे हुए थे, उनसे मैं कहना चाहता हूं कि आपका साहस और धैर्य हर किसी को प्रेरित कर रहा है। मैं आप सभी की कुशलता और उत्तम स्वास्थ्य की कामना करता हूं।

    यह अत्यंत…

    — Narendra Modi (@narendramodi) November 28, 2023 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ୍‌ କରି ଖୁସିବ୍ୟକ୍ତ କରିବା ସହ ଉଦ୍ଧାର ଅପରେସନରେ ସାମିଲ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରପତି ମୁର୍ମୁ ଲେଖିଛନ୍ତି,"ମୁଁ ଉତ୍ତରାଖଣ୍ଡର ଟନେଲରେ ଫସି ରହିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜାଣି ମୁଁ ଆଶ୍ବସ୍ତ ଓ ଆନନ୍ଦ ଅନୁଭବ କରୁଛି । 17 ଦିନ ଧରି ସେମାନେ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହୋଇଛନ୍ତି । ଏହା ମାନବ ସହନଶୀଳତାର ପ୍ରମାଣ ଦେଇଛି । ମୁଁ ଉଦ୍ଧାରକାରୀ ଦଳ ତଥା ସମସ୍ତ ବିଶେଷଜ୍ଞଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଇତିହାସର ସବୁଠାରୁ କଷ୍ଟସାଧ୍ୟ ଉଦ୍ଧାର କାର୍ଯ୍ୟରେ ସଫଳ ହୋଇଛନ୍ତି ।’’

  • I feel relieved and happy to learn that all the workers trapped in a tunnel in Uttarakhand have been rescued. Their travails over 17 days, as the rescue effort met with obstacles, have been a testament of human endurance. The nation salutes their resilience and remains grateful…

    — President of India (@rashtrapatibhvn) November 28, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସମସ୍ତଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି । ଟ୍ବିଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି,‘‘ଉତ୍ତରାଖଣ୍ଡ ଟନେଲ ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ । ମୁଁ ଟନେଲରେ ଫସିଥିବା ବନ୍ଧୁମାନଙ୍କୁ କହିବାକୁ ଚାହେଁ, ଯେ ଆପଣଙ୍କର ସାହସ ଏବଂ ଧୈର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଛି । ମୁଁ ଆପଣଙ୍କ ମଙ୍ଗଳ ଏବଂ ସୁସ୍ୱାସ୍ଥ୍ୟ କାମନା କରୁଛି । ଏହା ଏକ ସନ୍ତୋଷର ବିଷୟ ଯେ, ସେମାନେ ଏକ ଦୀର୍ଘ ପ୍ରତୀକ୍ଷା ପରେ ସେମାନଙ୍କ ପରିଜନଙ୍କ ସହ ସାକ୍ଷାତ କରିପାରିବେ ।’’

ଏହା ମଧ୍ୟ ପଢନ୍ତୁ :- ଟନେଲରୁ ସମସ୍ତ 41 ଶ୍ରମିକ ସୁରକ୍ଷିତ ଉଦ୍ଧାର, ପଠାଯାଉଛି ହସ୍ପିଟାଲ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଆଶ୍ବସ୍ତି ଅନୁଭବ କରୁଥିବା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି । ଏହା ଏକାଧିକ ବିଭାଗ ଓ ସଂସ୍ଥା ମଧ୍ୟରେ ଏକ ସୁସମନ୍ବିତ ସଫଳ ଅପରେସନ ଥିଲା । ଅନେକ ସମସ୍ୟା ମଧ୍ୟରେ ଅକ୍ଳାନ୍ତ ପରିଶ୍ରମ ଓ ସମସ୍ତଙ୍କ ପ୍ରାର୍ଥନା କାରଣରୁ ଏହି ଅପରେସନ ସଫଳ ହୋଇଛି । ଉଦ୍ଧାର ଅପରେସନରେ ସାମିଲ ସମସ୍ତେ ବ୍ୟକ୍ତିବିଶେଷଙ୍କୁ ଏକ ଭିଡିଓ ଜାରି କରି ଧନ୍ଯବାଦ ଜଣାଇଛନ୍ତି ଗଡ଼କରୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ବାଣିଜ୍ଯ ମନ୍ତ୍ରୀ ପିୟୁଷ ଗୋଏଲ ପ୍ରମୁଖ ମଧ୍ୟ ଏହି ସଫଳ ଅପରେସନ ପାଇଁ ଉଦ୍ଧାରକାରୀ ଟିମକୁ ଧନ୍ୟବାଦ ଜଣାଇବା ସହ ଫସିଥିବା ଶ୍ରମିକଙ୍କ ଧୈର୍ଯ୍ୟକୁ ପ୍ରଶଂସା କରିଛନ୍ତି । କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଟ୍ବିଟ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.