ETV Bharat / bharat

3 ଦିନିଆ କର୍ଣ୍ଣାଟକ ଗସ୍ତରେ ରାଷ୍ଟ୍ରପତି, ଏକାଧିକ କାର୍ଯ୍ୟକ୍ରମରେ ହେବେ ସାମିଲ - Karnataka cm

3 ଦିନିଆ କର୍ଣ୍ଣାଟକ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ବେଙ୍ଗାଲୁରୁର ହାଲ ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ 8 ତାରିଖ ସଂନ୍ଧ୍ୟାରେ ଫେରିବେ ଦିଲ୍ଲୀ । ଅଧିକ ପଢନ୍ତୁ...

3 ଦିନିଆ କର୍ଣ୍ଣାଟକ ଗସ୍ତରେ ରାଷ୍ଟ୍ରପତି , ଏକାଧିକ କାର୍ଯ୍ୟକ୍ରମରେ ହେବେ ସାମିଲ

author img

By

Published : Oct 6, 2021, 7:45 PM IST

ନୂଆଦିଲ୍ଲୀ: 3 ଦିନିଆ କର୍ଣ୍ଣାଟକ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ଠାରୁ 8 ତାରିଖ ପର୍ଯ୍ୟନ୍ତ 3 ଦିନିଆ ଗସ୍ତରେ ଆସି ବେଙ୍ଗାଲୁରୁର ହାଲ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ଏହି ଗସ୍ତ ସମୟରେ ରାଷ୍ଟ୍ରପତି କର୍ଣ୍ଣାଟକର ଚାମରାଜାନଗରରେ ଏକ 450 ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଲୋକାର୍ପଣ କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି ।

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ବତନ୍ତ୍ର ବାୟୁସେନା ବିମାନରେ HAL ବିମାନବନ୍ଦରରେ ପହଞ୍ଚିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ତାଙ୍କୁ ସ୍ବାଗତ କରିଥିଲେ । ରାଷ୍ଟ୍ରପତି ଆଜି ରାଜଭବନରେ ରାତ୍ରୀଯାପନ କରିବା ସହ କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ । ଆସନ୍ତାକାଲି(ଗୁରୁବାର) ରାଷ୍ଟ୍ରପତି ଚାମରାଜାନଗରର ବିଲିଗିରି ରଙ୍ଗନାଥସ୍ବାମୀ ମନ୍ଦିର ପରିଦର୍ଶନ କରିବା ପରେ ଚାମରାଜାନଗରରେ ଏକ 450 ଶଯ୍ୟା ବିଶିଷ୍ଟ ସରକାରୀ ହସ୍ପିଟାଲର ଉଦଘାଟନ ମଧ୍ୟ କରିବେ।

ତେବେ ଉଦ୍ଘାଟନୀ କାର୍ଯ୍ୟକ୍ରମ ସରିବା ପରେ ଆସନ୍ତାକାଲି(ଗୁରୁବାର) ମହିଶୂର ବିମାନବନ୍ଦରରୁ ମାଙ୍ଗାଲୋର ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି । ସେହିପରି 8 ତାରିଖରେ ରାଷ୍ଟ୍ରପତି କୋବିନ୍ଦ ଚିକାମାଗାଲୁର ଶାରଦା ପୀଠ ଶ୍ରୀଙ୍ଗେରୀ ମଠ ପରିଦର୍ଶନ କରିବେ ଏବଂ ଶ୍ରୀ ଭାରତୀ ତେର୍ତା ସ୍ବାମୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । 8 ତାରିଖ ସଂନ୍ଧ୍ୟାରେ ମାଙ୍ଗାଲୋରରୁ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.