ETV Bharat / bharat

President Visit: ଆଜିଠୁ ୫ ଦିନିଆ ହାଇଦ୍ରାବାଦ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସୋମବାର ଠାରୁ ୫ଦିନିଆ ତେଲେଙ୍ଗାନା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu Telangana Visit) । ଏଠାରେ କିଛି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି । ଅଧିକ ପଢନ୍ତୁ

President Droupadi Murmu
President Droupadi Murmu
author img

By

Published : Dec 25, 2022, 6:00 PM IST

Updated : Dec 26, 2022, 7:05 AM IST

ହାଇଦ୍ରାବାଦ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu Telangana Visit) ଆଜି (ଡିସେମ୍ବର ୨୬)ଠୁ ୫ଦିନିଆ ତେଲେଙ୍ଗାନା ରାଜ୍ୟକୁ ଗସ୍ତ କରିବେ (Five-day southern sojourn of President) । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ରାମପ୍ପା ଓ ଭଦ୍ରାଚାଲାମ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ସହିତ ସ୍ଥାନୀୟ କିଛି କାର୍ଯ୍ୟକ୍ରମରେ ଯୋଗଦେବେ । ଏନେଇ ତେଲେଙ୍ଗାନା ମୁଖ୍ୟ ସଚିବ ସୋମେଶ କୁମାର (Telangana Chief Secretary Somesh Kumar ) ରବିବାର ସୂଚନା ଦେଇଛନ୍ତି ।

ରଙ୍ଗାରେଡ଼ି ଜିଲ୍ଲା କାନ୍ତାଶାନ୍ତି ଭନାମଠାରେ ଶ୍ରୀରାମଚନ୍ଦ୍ର ମିଶନ ପକ୍ଷରୁ ଆୟୋଜିତ ଶ୍ରୀରାମଚନ୍ଦ୍ରଜୀ ମହାରାଜଙ୍କ ବାର୍ଷିକ ଉତ୍ସବ ପାଳିତ ହେବ । ଏହି ଅବସରରେ 'ହର ଦିଲ ଧ୍ୟାନ, ହର ଦିନ୍ ଧ୍ୟାନ' ଅଭିଯାନ (Har Dil Dhyan, Har Din Dhyan campaign)ର ଉଦଘାଟନୀ ଉତ୍ସବରେ ସୋମବାର ରାଷ୍ଟ୍ରପତି ଅଂଶଗ୍ରହଣ କରିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ସୋମେଶ କୁମାର ଗତକାଲି କିଛି ଅଧିକାରୀଙ୍କ ସହିତ ଏକ ବୈଠକରେ ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ- Mann Ki Baat: ବିକାଶର ଗାଥା ଗାଇଲା ବର୍ଷ 2022, ପ୍ରତି କ୍ଷେତ୍ରରେ ଦମ୍‌ ଦେଖାଇଲା ଭାରତ

ଏହି ବୈଠକରେ 'ରାଷ୍ଟ୍ରପତି ନିଲୟାମ'ଠାରେ ରାଷ୍ଟ୍ରପତିଙ୍କ ରହଣି ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ସିକ୍ୟୁରିଟି ଅଫିସରଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟ ସଚିବ ସୋମେଶ । ଆସନ୍ତାକାଲିଠୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ରାସ୍ତା ମଧ୍ୟରେ ଯାନବାହନ ଚଳାଚଳ ନେଇ ମଧ୍ୟ ବ୍ୟବସ୍ଥା ହୋଇଛି, ଯାହାଦ୍ବାରା ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଇହେବ ।

Last Updated : Dec 26, 2022, 7:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.