ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ଅରୁଣାଚଳ ପ୍ରଦେଶର 37 ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ରାଷ୍ଟ୍ରପତି । ଇଟାନଗରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏନେଇ ରାଷ୍ଟ୍ରପତି ଭବନ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।
ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆଜି ଓ ଆସନ୍ତାକାଲି ଅରୁଣାଚଳ ଗସ୍ତରେ ରହିବେ ରାଷ୍ଟ୍ରପତି । ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଅରୁଣାଚଳ ପ୍ରଦେଶର 37 ତମ ରାଜ୍ୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହା ପରେ 21 ତାରିଖରେ ଇଟାନଗରରେ ଅରୁଣାଚଳ ପ୍ରଦେଶ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ।
-
Greetings to the people of Arunachal Pradesh and Mizoram on Statehood day. These states represent India's rich culture and diversity. I was deeply touched by the warm reception in Mizoram during my recent visit. I look forward to statehood day celebrations in Itanagar today.
— President of India (@rashtrapatibhvn) February 20, 2023 " class="align-text-top noRightClick twitterSection" data="
">Greetings to the people of Arunachal Pradesh and Mizoram on Statehood day. These states represent India's rich culture and diversity. I was deeply touched by the warm reception in Mizoram during my recent visit. I look forward to statehood day celebrations in Itanagar today.
— President of India (@rashtrapatibhvn) February 20, 2023Greetings to the people of Arunachal Pradesh and Mizoram on Statehood day. These states represent India's rich culture and diversity. I was deeply touched by the warm reception in Mizoram during my recent visit. I look forward to statehood day celebrations in Itanagar today.
— President of India (@rashtrapatibhvn) February 20, 2023
ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି କହିଛନ୍ତି ଯେ, ''ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଅରୁଣାଚଳ ପ୍ରଦେଶ ଓ ମିଜୋରାମବାସୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଏହି ରାଜ୍ୟ ଗୁଡିକ ଭାରତର ସଂସ୍କୃତିକୁ ପ୍ରତିନିଧିତ୍ବ କରିଥାନ୍ତି । ମୁଁ ଆଜି ଇଟାନଗରରେ ଆୟୋଜିତ ରାଜ୍ୟ ପ୍ରତିଷ୍ଠା ଦିବସରେ ସାମିଲ ହେବାକୁ ଅପେକ୍ଷା କରିଛି । ''
ଗତ 18 ତାରିଖରେ 2 ଦିନିଆ ତାମିଲନାଡୁ ଗସ୍ତ କରିଥିଲେ ରାଷ୍ଟ୍ରପତି । ତାମିଲନାଡୁ ଗସ୍ତର ପ୍ରଥମ ଦିନରେ ମଦୁରାଇର ପ୍ରସିଦ୍ଧ ମିନାକ୍ଷୀ ସୁନ୍ଦରେଶ୍ବର ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିସର ବୁଲି ଦେଖିଥିଲେ ରାଷ୍ଟ୍ରପତି । ପ୍ରଥମେ ମନ୍ଦିରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ରାଷ୍ଟ୍ରପତି ମନ୍ଦିରରେ ପ୍ରାୟ ଏକ ଘଣ୍ଟା ବିତାଇଥିଲେ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ତାମିଲନାଡୁ ଗସ୍ତ କରିଥିଲେ ରାଷ୍ଟ୍ରପତି । ଏହାପରେ ସନ୍ଧ୍ୟା ସମୟରେ ରାଷ୍ଟ୍ରପତି କୋଏମ୍ବାଟୁରରେ ଇଶା ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ମହାଶିବରାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଗସ୍ତର ଦ୍ବିତୀୟ ଦିନରେ ୱେଲିଙ୍ଗଟନ୍ର ଡିଫେନ୍ସ ସର୍ଭିସେସ ଷ୍ଟାଫ୍ କଲେଜ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ଏଥିସହ 78 ତମ ଷ୍ଟାଫ୍ ପାଠ୍ୟକ୍ରମରେ ସାମିଲ ହୋଇ ସଦସ୍ୟ ମାନଙ୍କୁ ସମ୍ବୋଧିତ କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତାମିଲନାଡୁରେ ସୁରକ୍ଷାକୁ କଡା କଡି କରାଯାଇଥିଲା ।
ଚଳିତ ମାସ 12 ତାରିଖରେ ଉତ୍ତରପ୍ରଦେଶ ଗସ୍ତ କରିଥିଲେ ଦ୍ରୌପଦୀ ମୁର୍ମୁ । ଗସ୍ତର ପ୍ରଥମ ଦିନରେ ୟୁପି ବିଶ୍ବ ନିବେଶକ ସମ୍ମିଳନୀରେ ରାଷ୍ଟ୍ରପତି ଅଂଶ ଗ୍ରହଣ କରିଥିଲେ । ଏହାପରେ ସନ୍ଧ୍ୟାରେ ଉତ୍ତରପ୍ରଦେଶର ଲୋକ ଭବନରେ ଆୟୋଜିତ ସିଭିକ ରିସେପ୍ସନରେ ରାଷ୍ଟ୍ରପତି ଯୋଗ ଦେଇଥିଲେ । ଗସ୍ତର ଦ୍ବିତୀୟ ଦିନରେ ଲକ୍ଷ୍ନୌରେ ବାବାସାହେବ ଭିମରାଓ ଆମ୍ବେଦକର ବିଶ୍ବବିଦ୍ୟାଳୟର ଦଶମ କନଭୋକେସନରେ ସାମିଲ ହୋଇଥିଲେ ରାଷ୍ଟ୍ରପତି ।