ETV Bharat / bharat

National Teachers Award 2023: 75ଜଣ ଶିକ୍ଷକଙ୍କୁ ଗୁରୁ ଦିବସରେ ସମ୍ମାନିତ କରିବେ ରାଷ୍ଟ୍ରପତି - ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର

ଚଳିତବର୍ଷ ଗୁରୁ ଦିବସରେ ରାଷ୍ଟ୍ରୀୟ ପୁରସ୍କାର ପାଇବେ 75 ଶିକ୍ଷକ । ବିଜ୍ଞାନ ଭବନରେ ସମ୍ମାନିତ କରିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

National Teachers Award 2023
National Teachers Award 2023
author img

By ETV Bharat Odisha Team

Published : Sep 2, 2023, 3:43 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର 5 ତାରିଖରେ ଗୁରୁ ଦିବସ। ଏହା ପୂର୍ବରୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ 75 ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯିବ। ସମ୍ମାନଜନକ ଜାତୀୟ ପୁରସ୍କାର ପାଇଁ ଦେଶବ୍ୟାପୀ 75 ଶିକ୍ଷକଙ୍କୁ ଚୟନ କରିଛି ଶିକ୍ଷା ମନ୍ତ୍ରଣାଳୟ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମନୋନିତ ଶିକ୍ଷକଙ୍କୁ ଗୁରୁ ଦିବସରେ ସମ୍ମାନିତ କରିବେ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ପୁରସ୍କାର ପ୍ରଦାନ କରାଯିବ । ମାନପତ୍ର ସହ ଚୟନ ହୋଇଥିବା ଶିକ୍ଷକଙ୍କୁ 50 ହଜାର ରାଶି ଓ ସିଲଭର ମେଡାଲ ମଧ୍ୟ ପ୍ରଦାନ କରାଯିବ । ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇବେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ- ଅବସରପ୍ରାପ୍ତ ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତ ପାଇବେ ରାଷ୍ଟ୍ରପତି ପୁରସ୍କାର

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ଶିକ୍ଷକ ଦିବସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ଚୟନ କରାଯିବା ପରେ ଗୁରୁ ଦିବସରେ ସମ୍ମାନିତ କରାଯାଇଥାଏ। ଚଳିତ ବର୍ଷ 50 ଜଣ ସ୍କୁଲ ଶିକ୍ଷକ, ଉଚ୍ଛ ଶିକ୍ଷା ବିଭାଗର 12 ଜଣ ଶିକ୍ଷକ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର 12 ଜଣ ଶିକ୍ଷକଙ୍କୁ ପୁରସ୍କୃତ କରାଯିବ।

ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପ୍ରତିବର୍ଷ ଗୁରୁ ଦିବସରେ ଏହି ଜାତୀୟ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜନ କରି ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରିଥାଏ । ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ଅବଦାନ ଥିବା ଶିକ୍ଷକମାନଙ୍କୁ ଚୟନ କରିବା ସହ ସେମାନଙ୍କୁ ଅବଦାନକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଚଳିତ ବର୍ଷ ଏହି ତାଲିକାରେ ଦେଶବ୍ୟାପୀ 75 ଶିକ୍ଷକଙ୍କୁ ସମ୍ମାନୀତ କରିବା ପାଇଁ ଚୟନ କରିଛି ଶିକ୍ଷା ମନ୍ତ୍ରଣାଳୟ । 2022ରେ ଦେଶର 45 ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ 45 ଶିକ୍ଷକଙ୍କୁ ଶିକ୍ଷକ ପୁରସ୍କାର 2022 ପ୍ରଦାନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.