ETV Bharat / bharat

President Kovind To Visit Gujarat: 3 ଦିନିଆ ଗୁଜୁରାଟ ଗସ୍ତରେ ରାଷ୍ଟ୍ରପତି

ଆଜିଠାରୁ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ରାଷ୍ଟ୍ରପତି ଭବନରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । 9 ତାରିଖରୁ 11 ତାରିଖ ମଧ୍ୟରେ କୋବିନ୍ଦ ଗୁଜୁରାଟରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଅଧିକ ପଢନ୍ତୁ

author img

By

Published : Apr 9, 2022, 7:34 AM IST

ଆଜିଠୁ ତିନି ଦିନିଆ ଗୁଜୁରାଟ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଆଜିଠାରୁ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ରାଷ୍ଟ୍ରପତି ଭବନରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଆଜି ଅର୍ଥାତ 9 ତାରିଖରୁ 11 ତାରିଖ ମଧ୍ୟରେ କୋବିନ୍ଦ ଗୁଜୁରାଟରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।

ଆଜି (ଶନିବାର) ଗୁଜୁରାଟରେ ଥିବା ନର୍ମଦା ଜିଲ୍ଲାର ଏକତା ନଗର ଠାରେ ଗୁଜୁରାଟର ହାଇକୋର୍ଟଙ୍କ ଦ୍ବାରା ଆୟୋଜିତ ହେବାକୁ ଥିବା ଏକ ଜାତୀୟ ମେଡିଟେସନ ଓ ସୂଚନା ପ୍ରଯୁକ୍ତିବିଦ୍ୟା (National Conference on Mediation and Information Technology) ସମ୍ମିଳନୀକୁ ଉଦଘାଟନ କରିବେ । ଏହି କ୍ରମରେ ସେ ଅପ୍ରିଲ 10ରେ ମଧ୍ୟ ପୋର ବନ୍ଦରର ମାଧବପୁର ଠାରେ ମାଧବପୁର ଘେଡ ମେଳା 2022 (Madhavpur Ghed Fair-2022)ର ଉଦଘାଟନ କରିବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.