ଥିରୁଅନନ୍ତପୁରମ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ଡିସେମ୍ବର ୨୧ତାରିଖରୁ ୪ ଦିନିଆ କେରଳ ଗସ୍ତ(four-day Kerala visit of President Kovind)କରିବେ । ଏହି ଗସ୍ତରେ ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଶନିବାର ଜଣାପଡ଼ିଛି ।
ଡିସେମ୍ବର ୨୧ ତାରିଖରେ ସେ ରାଜ୍ୟର କନ୍ନୁରଠାରେ ପହଞ୍ଚିବେ । ସେଠାରେ କସାରଗୋଡ଼ ସେଣ୍ଟ୍ରାଲ ୟୁନିଭର୍ସିଟିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେହି ଦିନ କୋଚିକୁ ଗସ୍ତ କରିବେ । ସେଠାରେ ସେ କୋଚିନ ନାଭାଲ ବେସର ଏକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ।
୨୨ ତାରିଖରେ ସେ ରାଜ୍ୟର ରାଜଧାନୀ ଚେନ୍ନାଇରେ ପହଞ୍ଚିବେ । ଏହାପରେ ୨୩ ତାରିଖ ସକାଳେ ସେ ପି.ଏନ ପାନିକ୍କର ଫାଉଣ୍ଡେସନ(Inauguration of the P.N.Panikkar Foundation)ର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଜନସଭାରେ ଉଦବୋଧନ ଦେବେ । ଏହାପରେ ୨୪ ତାରିଖ ଦିନ ସେ ରାଜଧାନୀ ଦିଲ୍ଲୀକୁ ଫେରିବେ ବୋଲି ଜଣାପଡ଼ିଛି ।
@IANS