ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଘୋଷଣା ହୋଇଛି ରାଷ୍ଟ୍ରପତି ପଦକ ପୁରସ୍କାର । ଏଥର 30 ଜଣ ସିବିଆଇ ଅଧିକାରୀଙ୍କୁ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ବାରା ବିଶିଷ୍ଟ ତଥା ସମ୍ମାନଜନକ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଛି।
ବିଶିଷ୍ଟ ସେବା ପାଇଁ 6 ଜଣ ସିବିଆଇ ଅଧିକାରୀ ରାଷ୍ଟ୍ରପତି ପୋଲିସ ପଦକ ପାଇଥିବାବେଳେ ଅନ୍ୟ 24 ଜଣ ସମ୍ମାନଜନକ ସେବା ପାଇଁ ପୋଲିସ ପଦକ ପାଇଛନ୍ତି।
ବିଶିଷ୍ଟ ସେବା ପାଇଁ ପୁରସ୍କୃତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ବର୍ତ୍ତମାନ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ସମ୍ପତ ମୀନା, ନୂଆଦିଲ୍ଲୀରେ ଯୁଗ୍ମ ନିର୍ଦ୍ଦେଶକ (ଚଣ୍ଡିଗଡ଼) ଭାବରେ କାର୍ଯ୍ୟରତ ଭିନୀତ ବିନୟକ, ନୂଆଦିଲ୍ଲୀରେ ସିବିଆଇର ଇକୋନୋମିକ୍ ଅଫେନ୍ସ (EO) -III ରେ ASP ସାରଦାସ ମିଶ୍ର, ସିବିଆଇର ଏସିବି ଜାମ୍ମୁରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ବିବେକ ଧୀର ସାମିଲ ଅଛନ୍ତି ।
ସେହିପରି ସମ୍ମାନଜନକ ସେବା ପାଇଁ ପୋଲିସ ମେଡାଲ ପ୍ରଦାନ କରାଯାଇଥିବା ଅଧିକାରୀଙ୍କ ମଧ୍ୟରେ ଜଣେ ଡିଆଇଜି, 2 ଜଣ ଏସପି, 3 ଜଣ ଏଏସପି, 3 ଜଣ ଡିଏସପି, ଜଣେ ଇନସପେକ୍ଟର, ଜଣେ ସବଇନ୍ସପେକ୍ଟର, 7 ହେଡ୍ କନେଷ୍ଟବଳ, 3 କନେଷ୍ଟବଳ ଓ ଜଣେ ଅଫିସ ସୁପିଟେଣ୍ଡେଣ୍ଟ ସାମିଲ ଅଛନ୍ତି ।