ETV Bharat / bharat

Teachers Day: ଶିକ୍ଷକଙ୍କୁ ଗୁରୁ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

author img

By

Published : Sep 4, 2022, 7:32 PM IST

Updated : Sep 4, 2022, 10:51 PM IST

ଗୁରୁ ଦିବସ ଅବସରରେ ଦେଶର ସମସ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଅଧିକ ପଢନ୍ତୁ

ଶିକ୍ଷକଙ୍କୁ ଗୁର ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ: ଆସନ୍ତାକାଲି ସେପ୍ଟେମ୍ବର ୫ ତାରିଖ ବା ଗୁରୁ ଦିବସ (Teacher's Day) । ଏହି ଅବସରରେ ଦେଶର ସମସ୍ତ ଶିକ୍ଷକଙ୍କୁ ଏହି ପବିତ୍ର ଓ ଗୁରୁତ୍ବପୂର୍ଣ୍ଣ ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu) । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ଅଫିସିଆଲ ଷ୍ଟେଟମେଣ୍ଟ ଜାରି କରାଯାଇଛି ।

ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ମୁର୍ମୁ । "ମହାନ ଶିକ୍ଷକ-ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମ ଦିବସ ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଓ ଜ୍ଞାନର ଆଲୋକ ବଣ୍ଟନ କରିବାରେ ସେ ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ପ୍ରେରଣାର ଉତ୍ସ ।" ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ ।

ସେ ଆହୁରି କହିଛନ୍ତି ଯେ, "ଆମ ଦେଶର ଶିକ୍ଷକ ନୂଆ ନୂଆ ଗବେଷଣା, ଅଧ୍ୟୟନ କରି ଲଗାତାର ନିଜର ଦକ୍ଷତାକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଆମ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ଆସିଛି । ଏହି ନୂଆ ଶିକ୍ଷା ନୀତିରେ ଭାରତର ସଂସ୍କୃତିକୁ ସ୍ଥାନିତ କରାଯିବା ସହିତ ବିଭିନ୍ନ ଆଞ୍ଚଳିକ ଭାଷାକୁ ସ୍ଥାନିତ କରାଯାଇଛି ।" ଏହି ବୃତ୍ତିରେ ଅଧିକରୁ ଅଧିକ ଦେଶବାସୀ ସାମିଲ ହେବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି ।

ଏହା ବି ପଢନ୍ତୁ-ଟ୍ବିଟ୍‌ ଦ୍ବାରା ନୁହେଁ, ଆମ ରକ୍ତ ଓ ଝାଳରେ ତିଆରି ହୋଇଛି କଂଗ୍ରେସ: ଗୁଲାମ ନବୀ

ଏହାସହିତ ରାଷ୍ଟ୍ରପତି ସମସ୍ତ ଶିକ୍ଷକଙ୍କୁ ଗୁରୁ ଦିବସର ଅଭିନନ୍ଦନ ଜଣାଇଛନ୍ତି । ଶିକ୍ଷକଙ୍କ ଅବଦାନ ଲାଗି ଦକ୍ଷ ନାଗରିକ ବାହାରୁଛନ୍ତି ଏବଂ ସେମାନେ ଦେଶର ଉନ୍ନତି ଓ କଲ୍ୟାଣ ଦିଗରେ କାର୍ଯ୍ୟ କରୁଛନ୍ତି । ଶିକ୍ଷକଙ୍କ ଏହି ଅତୁଳନୀୟ ଅବଦାନ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ଅତିକ୍ରମ କରିବ ବୋଲି ସେ ଆଶା କରିଥିବା କହିଛନ୍ତି । ତେବେ ସୂଚନା ଥାଉ କି ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଦେଶ ଗୁରୁ ଦିବସ ପାଳନ କରିଥାଏ । ଭାରତର ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିକୁ ପାଳନ କରିବା ଲାଗି ଏହି ଦିବସ ପାଳନ କରାଯାଏ ।

ଶିକ୍ଷାକ୍ଷେତ୍ରରେ ରାଧାକ୍ରିଷ୍ଣନ ବିପୁଳ ଅବଦାନ ରହିଛି । ୧୯୬୨ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ଏହି ଦିନ ଛାତ୍ରଛାତ୍ରୀମାନେ ନିଜ ନିଜ ଗୁରୁଙ୍କୁ ପୂଜା କରି ସେମାନଙ୍କ ଆଶୀର୍ବାଦ ଗ୍ରହଣ କରିଥାନ୍ତି । ପ୍ରତିଟି ଶିକ୍ଷାନୁଷ୍ଠାନରେ ଏକ ଉତ୍ସବର ମାହୋଲ ରହିଥାଏ ।

Last Updated : Sep 4, 2022, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.