ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ

author img

By ETV Bharat Odisha Team

Published : Jan 13, 2024, 6:54 AM IST

President Murmu gets invitation for Pran Pratishtha of Ram Temple: 22ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ । ରାମ ମନ୍ଦିର ନିର୍ମାଣ କମିଟି ଏବଂ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଦିଆଗଲା ନିଉତା । ଅଧିକ ପଢ଼ନ୍ତୁ,

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ/ ଅଯୋଧ୍ୟା: 22ରେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଚାଲିଛି ନିଉତା ପର୍ବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇଛି । ରାମ ମନ୍ଦିରର ନିର୍ମାଣ କମିଟି ଏବଂ ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ରାଷ୍ଟ୍ରପତି ମୁର୍ମୁଙ୍କୁ ନିଉତା ଦିଆଯାଇଛି । ବିଶ୍ବ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଏବଂ ଆରଏସଏସର ରାମ ଲାଲ ରାଷ୍ଟ୍ରପତି ଭବନକୁ ଯାଇ, ମହାମହିମ ରାଷ୍ଠ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି ।

ସେହିପରି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ନିମନ୍ତ୍ରଣ କରାଯାଇଛି । ବିଶ୍ବ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଏବଂ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ଶ୍ରୀପେନ୍ଦ୍ର ମିଶ୍ର ଉପରାଷ୍ଟ୍ରପତି ଧନଖଡ଼ଙ୍କୁ 'ପ୍ରାଣ ପ୍ରତିଷ୍ଠା' ସମାରୋହକୁ ନିମନ୍ତ୍ରଣ କରିଛନ୍ତି । ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ, ବହୁ ରାଜନେତା ଏବଂ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି ।

ଏହା ମଧ୍ଯ ପଢ଼ନ୍ତୁ : ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ବାଲ୍ୟ ଅବସ୍ଥାର ମୂର୍ତ୍ତିରେ ହେବ ପ୍ରାଣ ପ୍ରତିଷ୍ଠା, ପଦ୍ମ ଉପରେ ବିରାଜିବେ ପ୍ରଭୁ

ଏହା ମଧ୍ଯ ପଢ଼ନ୍ତୁ : ଅଯୋଧ୍ୟା ଅଭିମୁଖେ ଖୋର୍ଦ୍ଧା ଯୁବକ, ରାମଲଲାଙ୍କ ଦର୍ଶନ ପାଇଁ 1000 କିମି ଯାତ୍ରା

ରାମ ମନ୍ଦିର ପ୍ରତିଷ୍ଠାକୁ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଆସନ୍ତା ୧୫ ତାରିଖରୁ ପୂଜାବିଧି ଆରମ୍ଭ ହେବ । ୨୨ ତାରିଖରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନା କରାଯିବ । ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଏହି ଭବ୍ୟ ଏବଂ ଦିବ୍ୟ ଉତ୍ସବକୁ ସଫଳ କରିବା ପାଇଁ ଆରଏସଏସ ଏବଂ ଭିଏଚପି ସମେତ ବିଭିନ୍ନ ଧାର୍ମିକ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରଚେଷ୍ଠା ଜାରି ରହିଛି । ମନ୍ଦିର ଟ୍ରଷ୍ଟ କର୍ମକର୍ତ୍ତା ଦେଶର ବିଭିନ୍ନ ସ୍ଥାନ ଗସ୍ତ କରି ନିମନ୍ତ୍ରଣ କରୁଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ : ସଜେଇ ହେଲାଣି ଅଯୋଧ୍ୟା ତୀର୍ଥକ୍ଷେତ୍ର ପୁରମ, ୧୦ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ

ଏହା ମଧ୍ଯ ପଢ଼ନ୍ତୁ : ବିରାଜିବେ ରାମଲାଲା, ସିଂହଦ୍ବାରରୁ ମନ୍ଦିର କାରୁକାର୍ଯ୍ୟର ଦେଖନ୍ତୁ ଭବ୍ୟ ଝଲକ

ରାମନ୍ଦିର ପ୍ରତିଷ୍ଠାକୁ ନେଇ ବିଦେଶରେ ମଧ୍ୟ ଉତ୍ସବର ବାତାବରଣ । ଆମେରିକାରେ ୪୦ରୁ ଅଧିକ ସ୍ଥାନରେ ରାମଲାଲାଙ୍କ ହୋଡିଂ ଲଗାଯାଇଛି । ସୂଚନାଯୋଗ୍ୟ ଯେ, ୨୨ ତାରିଖ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠାର ସିଧା ପ୍ରସାରଣ ଦେଖିବା ପାଇଁ ଆମେରିକା ସମେତ ବିଭିନ୍ନ ଦେଶରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.