ETV Bharat / bharat

Raju Srivastav Demise: ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, କାଲି ଶେଷକୃତ୍ୟ - ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୋକ । ପରିବାରକୁ ହସ୍ତାନ୍ତର ହେଲା ମୃତଦେହ । ଆସନ୍ତାକାଲି ଦିଲ୍ଲୀର ନିଗମବୋଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ ନେଇ ସୂଚନା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ରାଜୁ । ଅଧିକ ପଢନ୍ତୁ

Raju Srivastav demise: ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ଆସନ୍ତାକାଲି ଶେଷକୃତ୍ୟ

author img

By

Published : Sep 21, 2022, 5:07 PM IST

ନୂଆଦିଲ୍ଲୀ: ଜଣାଶୁଣା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President condoles the demise of Raju Srivastav)। ଟ୍ବିଟ କରି ରାଷ୍ଟ୍ରପତି ଶୋକବ୍ୟକ୍ତ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ରାଷ୍ଟ୍ରପତି ଲେଖିଛନ୍ତି, ‘‘ତାଙ୍କ ହାସ୍ୟ ଅଭିନୟ ସାରା ଦେଶର ଦର୍ଶକଙ୍କ ଦ୍ବରା ଆଦୃତି ଲାଭ କରିଥିଲା । ସେ ଦେଶରେ ହାସ୍ୟ ଅଭିନୟକୁ ଏକ ଭିନ୍ନ ତଥା ନୂଆ ପରିଚୟ ଦେଇ ପାରିଥିଲେ । ତାଙ୍କର ଅକାଳ ବିୟୋଗ ଆମ ପାଇଁ ଅପୂରଣୀୟ କ୍ଷତି । ଏପରି ସମୟରେ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ମୁଁ ସମବେଦନା ଜଣାଉଛି ।’’

  • प्रख्यात हास्य कलाकार राजू श्रीवास्तव जी का असामयिक निधन बेहद दुखद है। अपनी हास्यपूर्ण प्रस्तुतियों से, दर्शकों को मंत्रमुग्ध करने की उनमें विलक्षण प्रतिभा थी। उनके प्रभाव से भारत में हास्य के मंचन को नई पहचान मिली। उनके परिवार एवं प्रशंसकों को मेरी शोक संवेदनाएँ।

    — President of India (@rashtrapatibhvn) September 21, 2022 " class="align-text-top noRightClick twitterSection" data=" ">

ଗତ ପ୍ରାୟ ଏକ ମାସ ଧରି ସେ ଅସୁସ୍ଥ ଥିବା ବେଳେ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିଲେ । ନିକଟରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା । ଆଜି ପୂର୍ବାହ୍ନରେ ତାଙ୍କର ମାତ୍ର 58 ବର୍ଷ ବୟସରେ ମୃତ୍ୟୁ ହୋଇଛି । କିଛି ସମୟ ପୂର୍ବରୁ ରାଜୁଙ୍କ ମରଶରୀରକୁ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି । ଆସନ୍ତାକାଲି ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ମଧ୍ୟ ପରିବାର ପକ୍ଷରୁ ସୂଚନା ମିଳିଛି (Funeral of Raju Srivastav to be held tomorrow )।

  • Delhi | Mortal remains of comedian Raju Srivastava being taken out of AIIMS, where he passed away after being admitted there for over a month pic.twitter.com/jA7F0dDFcq

    — ANI (@ANI) September 21, 2022 " class="align-text-top noRightClick twitterSection" data=" ">

ରାଜୁଙ୍କ ଦେହାନ୍ତରେ ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ,ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,ଗୃହମନ୍ତ୍ରୀ ଅମିତ ଶାହ ଓ ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ବଲିଉଡ ଜଗତରେ ଷ୍ଟାଣ୍ଡଅଫ୍ କମେଡିର ଏକ ନୂଆ ଧାରା ସୃଷ୍ଟି କରିଥିବା ରାଜୁଙ୍କ ଅକାଳ ବିୟୋଗରେ ଦେଶବ୍ୟାପୀ ଶୋକ ପ୍ରକାଶ ପାଇଛି ।

  • Raju Srivastava brightened our lives with laughter, humour and positivity. He leaves us too soon but he will continue to live in the hearts of countless people thanks to his rich work over the years. His demise is saddening. Condolences to his family and admirers. Om Shanti. pic.twitter.com/U9UjGcfeBK

    — Narendra Modi (@narendramodi) September 21, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ:-Raju Srivastav: ରାଜୁଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ସୂଚନାଯୋଗ୍ୟ ଯେ, ରାଜୁ ଶ୍ରୀବାସ୍ତବ ଜିମ୍‌ରେ ୱାର୍କଆଉଟ କରୁଥିବାବେଳେ ହଠାତ ହୃଦଘାତର ଶିକାର ହୋଇଥିଲେ । ଦିଲ୍ଲୀ AIIMS ରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଅବସ୍ଥା ସଙ୍କଟାପନ୍ନ ହୋଇ ପଡିବାରୁ ସେ 41ଦିନ ଧରି ଭେଣ୍ଟିଲେଟରରେ ମୃତ୍ୟୁ ସହ ସଂଘର୍ଷ କରିଥିଲେ । କିନ୍ତୁ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଜୁଙ୍କ ମୃତ୍ୟୁରେ ବଲିଉଡ ଜଗତ ସମେତ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି ତାଙ୍କର ଦିଲ୍ଲୀର ନିଗମବୋଧ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହେବ (Funeral of Raju Srivastav)।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.