ETV Bharat / bharat

President Biden in War room: ୟୁକ୍ରେନ ସଙ୍କଟ ନେଇ ବାଇଡେନଙ୍କ ଜରୁରୀ ସମୀକ୍ଷା

author img

By

Published : Feb 24, 2022, 9:50 PM IST

Situation Room ଜରୁରୀ ବୈଠକ ଜାରି ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଅଧିକ ପଢନ୍ତୁ

President Biden in War room: ୟୁକ୍ରେନ ଯୁଦ୍ଧ ନେଇ ବାଇଡେନଙ୍କ ଜରୁରୀ ସମୀକ୍ଷା

ଓ୍ବାଶିଂଟନ: ଋଷର ଆକ୍ରମଣ ଓ ୟୁକ୍ରେନରେ ଜାରି ରହିଥିବା ଧ୍ବଂସଳୀଳା ଉପରେ ଏବେ ବିଶ୍ବ ସମୂଦାୟ ନଜର ରଖିଥିବା ବେଳେ ପ୍ରାରମ୍ଭରୁ ୟୁକ୍ରେନକୁ ଋଷ ବିରୋଧରେ ବଳ ଯୋଗାଇ ଆସୁଥିବା ଆମେରିକାର ଆଭିମୁଖ୍ୟକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସରେ ଥିବା ଯୁଦ୍ଧ ପ୍ରକୋଷ୍ଠ (Situation Room)ରେ ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବାଇଡେନ ପ୍ରଶାସନର ବହୁ ଗୁରୁତ୍ବପୂର୍ଣ୍ଣ ସାମରିକ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଏହି ସମୀକ୍ଷା ବୈଠକ ପରେ ଆମେରିକା ତାର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିପାରେ ।

  • President Biden met with his national security team in the Situation Room this morning to discuss the latest developments in Ukraine. He discussed how we will hold Russia accountable for its unprovoked and unjustified attack on Ukraine: The White House pic.twitter.com/SbOC3T0wFg

    — ANI (@ANI) February 24, 2022 " class="align-text-top noRightClick twitterSection" data=" ">

President Biden met with his national security team in the Situation Room this morning to discuss the latest developments in Ukraine. He discussed how we will hold Russia accountable for its unprovoked and unjustified attack on Ukraine: The White House pic.twitter.com/SbOC3T0wFg

— ANI (@ANI) February 24, 2022

ଋଷର ୟୁକ୍ରେନ ଆକ୍ରମଣ ଆନ୍ତର୍ଜାତୀୟ ନିୟମର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ । ଏହାକୁ ନିନ୍ଦା କରିବା ସହ ଏପରି ସମୟରେ ୟୁକ୍ରେନକୁ କିପରି ସହାୟତା ପ୍ରଦାନ କରାଯାଇ ପାରିବ ତାକୁ ନେଇ ରାଷ୍ଟ୍ରପତି ବାଇଡେନ ସମୀକ୍ଷା କରିଥିବା ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି । ତେବେ ବିଶ୍ବର ପ୍ରମୁଖ କୌଣସି ସଙ୍କଟ ତଥା ଯୁଦ୍ଧ ପରିସ୍ଥିତି ଦେଖାଗଲେ ଓ୍ବାରରୁମରେ ଆମେରିକା ରାଷ୍ଟ୍ରପତି ସ୍ଥିତି ସମୀକ୍ଷା କରିବା ସହ କୌଣସି ସର୍ବୋଚ୍ଚ ନିଷ୍ପତ୍ତି ନେବାର ନଜିର ମଧ୍ୟ ରହିଛି ।

ତେବେ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହେବାର ଅନ୍ୟ ଏକ ପ୍ରମୁଖ କାରଣ ଆମେରିକା ବୋଲି କୂଟନୈତିଜ୍ଞମାନେ ମତ ଦିଅନ୍ତି । ବର୍ତ୍ତମାନ ୟୁକ୍ରେନରେ ଅତି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆମେରିକା କଣ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି ତାକୁ ବିଶ୍ବବାସୀ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଓ୍ବାଶିଂଟନ: ଋଷର ଆକ୍ରମଣ ଓ ୟୁକ୍ରେନରେ ଜାରି ରହିଥିବା ଧ୍ବଂସଳୀଳା ଉପରେ ଏବେ ବିଶ୍ବ ସମୂଦାୟ ନଜର ରଖିଥିବା ବେଳେ ପ୍ରାରମ୍ଭରୁ ୟୁକ୍ରେନକୁ ଋଷ ବିରୋଧରେ ବଳ ଯୋଗାଇ ଆସୁଥିବା ଆମେରିକାର ଆଭିମୁଖ୍ୟକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସରେ ଥିବା ଯୁଦ୍ଧ ପ୍ରକୋଷ୍ଠ (Situation Room)ରେ ସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବାଇଡେନ ପ୍ରଶାସନର ବହୁ ଗୁରୁତ୍ବପୂର୍ଣ୍ଣ ସାମରିକ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଏହି ସମୀକ୍ଷା ବୈଠକ ପରେ ଆମେରିକା ତାର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିପାରେ ।

  • President Biden met with his national security team in the Situation Room this morning to discuss the latest developments in Ukraine. He discussed how we will hold Russia accountable for its unprovoked and unjustified attack on Ukraine: The White House pic.twitter.com/SbOC3T0wFg

    — ANI (@ANI) February 24, 2022 " class="align-text-top noRightClick twitterSection" data=" ">

ଋଷର ୟୁକ୍ରେନ ଆକ୍ରମଣ ଆନ୍ତର୍ଜାତୀୟ ନିୟମର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ । ଏହାକୁ ନିନ୍ଦା କରିବା ସହ ଏପରି ସମୟରେ ୟୁକ୍ରେନକୁ କିପରି ସହାୟତା ପ୍ରଦାନ କରାଯାଇ ପାରିବ ତାକୁ ନେଇ ରାଷ୍ଟ୍ରପତି ବାଇଡେନ ସମୀକ୍ଷା କରିଥିବା ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି । ତେବେ ବିଶ୍ବର ପ୍ରମୁଖ କୌଣସି ସଙ୍କଟ ତଥା ଯୁଦ୍ଧ ପରିସ୍ଥିତି ଦେଖାଗଲେ ଓ୍ବାରରୁମରେ ଆମେରିକା ରାଷ୍ଟ୍ରପତି ସ୍ଥିତି ସମୀକ୍ଷା କରିବା ସହ କୌଣସି ସର୍ବୋଚ୍ଚ ନିଷ୍ପତ୍ତି ନେବାର ନଜିର ମଧ୍ୟ ରହିଛି ।

ତେବେ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହେବାର ଅନ୍ୟ ଏକ ପ୍ରମୁଖ କାରଣ ଆମେରିକା ବୋଲି କୂଟନୈତିଜ୍ଞମାନେ ମତ ଦିଅନ୍ତି । ବର୍ତ୍ତମାନ ୟୁକ୍ରେନରେ ଅତି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆମେରିକା କଣ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି ତାକୁ ବିଶ୍ବବାସୀ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.