ETV Bharat / bharat

ଜନ୍ମବାର୍ଷିକୀରେ ଅଜାତଶତ୍ରୁଙ୍କୁ ଝୁରୁଛି ଦେଶ, ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

author img

By

Published : Dec 25, 2022, 10:17 AM IST

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ଜନ୍ମବାର୍ଷିକୀ ( Atal Bihari Vajpayee birth anniversary ) । ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ

tribute to former PM Atal Bihari Vajpayee
ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ

ନୂଆଦିଲ୍ଲୀ: ଜଣେ ରାଜନେତା, ଓଜସ୍ବୀନି ବକ୍ତା ପ୍ରସିଦ୍ଧ ହିନ୍ଦୀ କବି ଓ ସର୍ବୋପରି ଭାରତର ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି 98ତମ ଜନ୍ମବାର୍ଷିକୀ ( Atal Bihari Vajpayee birth anniversary ) । ରାଜନୀତିକୁ ଜୀବନରେ ସେବାର ବ୍ରତଭାବେ ଗ୍ରହଣ କରି ଲୋକମାନଙ୍କ ଆସ୍ଥାଭାଜନ ହୋଇପାରିଥିଲେ ଅଟଳ ବିହାରୀ ବାଜପେୟୀ । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ବ । ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ 'ସୈଦେବ ଅଟଳ'ରେ ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଜଗଦୀପ ଧନଖର ।

  • Tributes to Atal Ji on his Jayanti. His contribution to India is indelible. His leadership and vision motivate millions of people. pic.twitter.com/tDYNKiGXxj

    — Narendra Modi (@narendramodi) December 25, 2022 " class="align-text-top noRightClick twitterSection" data=" ">

ଅଟଳ ବିହାରୀ ବାଜପେୟୀ ଜନ୍ମବାର୍ଷିକୀ ଅବସରରେ ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ଦେଶପ୍ରତି ତାଙ୍କ ଅବଦାନ ଅବିସ୍ମରଣୀୟ । ତାଙ୍କର ନେତୃତ୍ୱ ଏବଂ ଦୂରଦୃଷ୍ଟି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଛି । ତାଙ୍କର ନେତୃତ୍ୱ ଏବଂ ଦୂରଦୃଷ୍ଟି ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍ସାହିତ କରେ । ଅଟଳ ଜୀ ଜଣେ ସଚ୍ଚୋଟ ଦେଶଭକ୍ତ ଥିଲେ । କିଶୋର ବୟସରୁ ନେଇ ଜୀବନର ଶେଷ ଯାଏ ଶରୀର ସାଥ ଦେବା ଯାଏ ଦେଶ ପାଇଁ ଦେଶବାସୀଙ୍କ ପାଇଁ ବଞ୍ଚୁଥିଲେ ।''

  • Delhi | President Droupadi Murmu, Vice-President Jagdeep Dhankhar and Prime Minister Narendra Modi pay floral tribute at ‘Sadaiv Atal’ on former PM Atal Bihari Vajpayee's birth anniversary. pic.twitter.com/sIpjzeUmNL

    — ANI (@ANI) December 25, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଏକ ବିଚାର ପ୍ରତି ପ୍ରଦିବଦ୍ଧତା କାରଣ ପାଇଁ ରାଷ୍ଟ୍ର ପ୍ରତି ପୂର୍ଣ୍ଣ ସମର୍ପିତ ଥିଲେ । ଶୂନ୍ୟରୁ କିପରି ଶିଖର ଛୁଇଁ ହୁଏ ସୃଷ୍ଟିର କିପରି ନିର୍ମାଣ ହୋଇଥାଏ ତାହା ସମ୍ଭବ କରିବାରେ ଜଣେ ଥିଲେ ମହାପୁରୁଷ ଅଟଳ ବିହାରୀ ବାଜପେୟୀ । ତାଙ୍କ ସମୃଦ୍ଧି ଓ ବିକଶିତ ଭାରତର ସ୍ବପ୍ନ ପୂରଣ ପାଇଁ ସଂକଳ୍ପରୁ ପୁର୍ନାରୁବୃତ୍ତି କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।'' ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା 'ସୈଦେବ ଅଟଳ'ରେ ପହଞ୍ଚି ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏହା ବି ପଢନ୍ତୁ...ମୋଦି ସରକାର ନୁହେଁ, ଦେଶର ଚାଲିଛି ଅମ୍ବାନୀ-ଆଦାନୀ ସରକାର: ରାହୁଲ ଗାନ୍ଧୀ

୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ବାଜପେୟୀ ପିତା କୃଷ୍ଣବିହାରୀ ବାଜପେୟୀ ଥିଲେ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ । ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ । ଭାରତୀୟ ରାଜନୀତିର ଏହି କାଳଜୟୀ ଅଜାତଶତ୍ରୁ ରାଜନେତାଙ୍କ ଦେଶପ୍ରତି ଅବଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ୨୦୧୪ ଡିସେମ୍ବର ୨୫ ତାଙ୍କ ଜନ୍ମ ଜୟନ୍ତୀକୁ ସୁ-ଶାସନ ଦିବସ ଭାବେ ପାଳନ କରୁଛନ୍ତି । ଏହାସହ ତାଙ୍କ ଦେଶପ୍ରତି ସେବା ସମର୍ପଣ ଓ ନିଷ୍ଠା ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରିଛନ୍ତି । ଏହି ରାଷ୍ଟ୍ରନେତା ଗତ 2018 ମସିହା ଅଗଷ୍ଟ 16 ତାରିଖରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଆଜି ଅଟଳ ନାହାଁନ୍ତି ସତ । କିନ୍ତୁ ଅଟଳଙ୍କୁ କେବେ ଭୁଲିନାହିଁ ଏ ଜାତି । ବାଜପେୟୀଙ୍କ ଭଳି ଜଣେ ଦେଶପ୍ରେମୀ, ଦୂରଦୃଷ୍ଟି ସମ୍ପର୍ଣ୍ଣ ଜନନାୟକ ଓ ରାଷ୍ଟ୍ରନେତାଙ୍କୁ ଏ ଦେଶ କଦାପି ଭୁଲିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.