ETV Bharat / bharat

ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ - ବିଷ୍ଣୁ ସେଠୀଙ୍କୁ ନେଇ ଦ୍ରୌପଦୀ ମୁର୍ମୁଙ୍କ ଶୋକ ପ୍ରକାଶ

ପରଲୋକରେ ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀ । 61 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଏହାକୁ ନେଇ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

president and home minister condolence on ultimate demise of BJP MLA Bishnu Sethy
ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ, ରାଷ୍ଟ୍ରପତି ମୁର୍ମୁଙ୍କ ଶୋକ ପ୍ରକାଶ
author img

By

Published : Sep 19, 2022, 4:33 PM IST

Updated : Sep 19, 2022, 5:25 PM IST

ହାଇଦ୍ରାବାଦ: ୬୧ ବର୍ଷ ବୟସରେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ହୋଇଛି । ବିଷ୍ଣୁ ସେଠୀଙ୍କ ଦେହାନ୍ତ ରାଜ୍ୟ ରାଜାନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଏହାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ୍‌ ମାଧ୍ୟମରେ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଦ୍ରୌପଦୀ ମୁର୍ମୁ ଟ୍ବିଟ୍‌ କରି କହିଛନ୍ତି, "ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖୀ । ସେ ଜଣେ ରାଜ୍ୟର ଜଣେ ଜଣାଶୁଣା ରାଜନେତା ଥିଲେ । ଜଣେ ଉଚ୍ଚକୋଟିର ଲେଖକ ସହ ଥିଲେ ସୁଯୋଗ୍ୟ ବିଧାୟକ । ତାଙ୍କ ଦେହାନ୍ତ ରାଜ୍ୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ମୁଁ ତାଙ୍କ ଶୋକସନ୍ତପ୍ତ ପରିବାର, ସମର୍ଥକ, ଅନୁଗାମୀଙ୍କୁ ସମବେଦନା ଜଣାଉଛି ।"

  • Saddened by the demise of Shri Bishnu Charan Sethi, a prominent public figure in Odisha. A prolific writer, Shri Sethi was an eminent legislator. His demise leaves a void which is difficult to fill. My heartfelt condolences to his family, well-wishers and followers.

    — President of India (@rashtrapatibhvn) September 19, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଷ୍ଣୁ ସେଠୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

  • ଓଡ଼ିଶାର ପ୍ରଗତି ପାଇଁ ଶ୍ରୀ ବିଷ୍ଣୁଚରଣ ସେଠୀଙ୍କ ଅବଦାନ ଅତୁଳନୀୟ । ଜଣେ କଠିନ ପରିଶ୍ରମୀ ବିଧାୟକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସାମାଜିକ ସଶକ୍ତିକରଣ ପାଇଁ ତାଙ୍କ ଯୋଗଦାନ ପ୍ରଶଂସାଯୋଗ୍ୟ । ତାଙ୍କ ବିୟୋଗରେ ଦୁଃଖିତ । ତାଙ୍କ ପରିବାର ଏବଂ ସମର୍ଥକ ମାନଙ୍କୁ ସମବେଦନା । ଓଁ ଶାନ୍ତି

    — Narendra Modi (@narendramodi) September 19, 2022 " class="align-text-top noRightClick twitterSection" data=" ">

ଏହାପରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ବିଟ୍‌ କରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ ଟ୍ବିଟ୍‌ କରିଛନ୍ତି, "ଓଡ଼ିଶା ବିଧାନସଭାରେ ବିଜେପିର ଉପନେତା ବିଷ୍ଣୁ ସେଠୀଙ୍କ ଜୀବନ ଜନସେବା ତଥା ସଂଗଠନ ପାଇଁ ଉତ୍ସର୍ଗୀକୃତ ଥିଲା । ରାଜ୍ୟରେ ସଂଗଠନକୁ ମଜଭୁତ୍‌ କରିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଦେହାନ୍ତ ବିଜେପି ପରିବାର ଏବଂ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି । ମୁଁ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।"

  • ଓଡ଼ିଶା ବିଧାନସଭାରେ ବିଜେପିର ଉପନେତା ଶ୍ରୀ ବିଷ୍ଣୁ ସେଠୀଙ୍କ ଜୀବନ ଜନସେବା ତଥା ସଂଗଠନ ପାଇଁ ଉତ୍ସର୍ଗୀକୃତ ଥିଲା। ରାଜ୍ୟରେ ସଂଗଠନକୁ ମଜବୁତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଦେହାନ୍ତ ବିଜେପି ପରିବାର ଏବଂ ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ମୁଁ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି।ଓଁ ଶାନ୍ତି

    — Amit Shah (@AmitShah) September 19, 2022 " class="align-text-top noRightClick twitterSection" data=" ">

61 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁ ଚରଣ ସେଠୀଙ୍କର ପରଲୋକ ହୋଇଛି । କିଡନୀ ରୋଗରେ ପୀଡ଼ିତ ହୋଇ ମାସେ ହେବ ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ବିଧାୟକ ଥିବା ବିଷ୍ଣୁ ସେଠୀ ଜଣେ ଲେଖକ ଓ କବି ଭାବେ ମଧ୍ୟ ବେଶ ଜଣାଶୁଣା ଥିଲେ । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ନିଆରା ଢଙ୍ଗରେ ଟାର୍ଗେଟ କରୁଥିଲେ ।

2000ରୁ 2004 ଯାଏଁ ଚାନ୍ଦବାଲି ବିଧାୟକ ଥିଲେ । ପରେ 2019ରେ ଧାମନଗରରୁ ନିର୍ବାଚିତ ହୋଇଥିଲେ । 2006ରେ କାଜୁ ଉନ୍ନୟନ ନିଗମ ଅଧକ୍ଷ ଥିଲେ ବିଷ୍ଣୁ ସେଠୀ । ଫୁସ୍‌ଫୁସ୍‌ ସଂକ୍ରମଣ ଓ ବ୍ରେନ୍‌ ଷ୍ଟ୍ରୋକ ଯୋଗୁଁ ଆଜି ତାଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ରାଜନୀତିରେ ଶାସକ ଦଳର କଡା ସମାଲୋଚକ ଭାବେ ସେ ଜଣାଶୁଣା । ବିଜେପିର ଜଣେ ଟାଣୁଆ ନେତା ଥିଲେ ବିଷ୍ଣୁ ସେଠୀ ।

Last Updated : Sep 19, 2022, 5:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.