ETV Bharat / bharat

ଆସନ୍ତାକାଲି କେଦାରନାଥ ଯିବେ ପ୍ରଧାନମନ୍ତ୍ରୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - ପ୍ରଧାନମନ୍ତ୍ରୀ କେଦାରନାଥ ଧାମ ଗସ୍ତ

କାଲି କେଦାରନାଥ ଯିବେ ପ୍ରଧାନମନ୍ତ୍ରୀ ମୋଦି (PM Modi to visit Badrinath tomorrow) । ଦର୍ଶନ ସହ ଏକାଧିକ ପ୍ରକଳ୍ପର କରିବେ ଶିଳାନ୍ୟାସ । ପ୍ରସ୍ତୁତି ଶେଷ କରିଛି ପ୍ରଶାସନ । ଅଧିକ ପଢନ୍ତୁ

କାଲି କେଦାରନାଥ ଯିବେ ପ୍ରଧାନମନ୍ତ୍ରୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

author img

By

Published : Oct 20, 2022, 4:42 PM IST

ଡେରାଡୁନ: ଆସନ୍ତାକାଲି କେଦାରନାଥ ଧାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି PM Modi to visit Badrinath tomorrow) । ପ୍ରଧାନମନ୍ତ୍ରୀ କେଦାରନାଥ ଧାମରେ ଦର୍ଶନ କରିବା ପରେ ବଦ୍ରିନାଥ ଧାମ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଜାରି ରହିଥିବା କେଦାରନାଥ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ । ଏହି ପ୍ରକଳ୍ପ ମଧ୍ୟରେ ହେମକୁଣ୍ଡ ସାହିବ ରୋପ-ଓ୍ବେ ମଧ୍ୟ ରହିଛି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେଦାରନାଥ ମନ୍ଦିର ସିମିତି ସମସ୍ତ ପ୍ରାକ୍‌-ପ୍ରସ୍ତୁତି ଶେଷ କରିଛି । ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିର ମୁଖ୍ଯ ପୂଜାରୀ ଗଙ୍ଗାଧର ଲିଙ୍ଗା କହିଛନ୍ତି, "ଆସନ୍ତାକାଲି ସକାଳେ ପ୍ରଧାନମନ୍ତ୍ରୀ ପ୍ରଥମେ କେଦାରନାଥ ଧାମରେ ପହଞ୍ଚିବେ । ସେଠାରେ ସେ ପୂଜାର୍ଚ୍ଚନା କରିବେ । ପରେ ମନ୍ଦିର ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ଅନ୍ୟ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ । ଏଠାରେ କାର୍ଯ୍ୟକ୍ରମ ଶେଷ କରିବା ପରେ ସେ ବଦ୍ରିନାଥ ଧାମ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।"

୨୦୧୩ରେ ହୋଇଥିବା ଜଳ ପ୍ରଳୟ ପରେ କେଦାରନାଥ ଧାମରେ ସ୍ଥିତି ବଦଳିଛି । ଭାରତର ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ସହ ପର୍ଯ୍ୟଟନ କେନ୍ଦ୍ର ଭାବେ କେଦାରନାଥ ନୂତନ ପରିଚୟ ପାଇବାରେ ସଫଳ ମଧ୍ୟ ହୋଇଛି । କେବଳ ଗତ ବର୍ଷେ ମଧ୍ୟରେ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ କେଦାରନାଥ ଧାମ ପରିଦର୍ଶନ କରି ସାରିଛନ୍ତି । ଏବେ ରାସ୍ତା ଓ ଅନ୍ୟ ଭିତ୍ତିଭୂମି ସୁଦୃଢୀକରଣ ଉପରେ ଗୁରୁତ୍ବ ଦିଆଯାଉଛି । ଆଗାମୀ ଦିନରେ କେଦାରନାଥ ଯାତ୍ରା ଆହୁରି ସହଜ ହୋଇପାରିବ ।

ସେହିପରି ସ୍ଥାନୀୟ ଜିଲ୍ଲାପାଳ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି । ସେଠାରେ ଜାରି ରହିଥିବା ଏକାଧିକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ । ସେ ମଧ୍ୟ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସହ ମଧ୍ୟ ସେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ତରାଖଣ୍ଡବାସୀଙ୍କ ମଧ୍ୟରେ ମଧ୍ୟ ବେଶ ଉତ୍ସାହ ବଢିଛି । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସକାଳ ପ୍ରାୟ ୮.୩୦ରେ ପ୍ରଧାନମନ୍ତ୍ରୀ କେଦାରନାଥରେ ଅବତରଣ କରିବେ ।

ସେଠାରେ ସେ ପୂଜା ଶେଷ କରିବା ପରେ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ । ସେଠାରୁ ସେ ପ୍ରାୟ ସାଢେ ୯.୦୦ ଟାରେେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧୀପୀଠ ଅଭିମୁଖେ ଗସ୍ତ କରିବେ । କେଦାରନାଥ ଧାମରେ କାର୍ଯ୍ୟକ୍ରମ ଶେଷ କରି ପ୍ରଧାନମନ୍ତ୍ରୀ ବଦ୍ରିନାଥ ଧାମ ଅଭିମୁଖେ ଯାତ୍ରା କରିବେ । କେବଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ପରେ ସେ ସେନା କ୍ୟାମ୍ପରେ ସାମିଲ ହେବା ସହ ଯବାନମାନଙ୍କ ସହ ଦୀପାବଳି ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରତ୍ୟେକ ବର୍ଷ ସେନା କ୍ୟାମ୍ପରେ ଦୀପାବଳି ପାଳନ କରି ଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ସେ କ୍ରମାଗତ ଅଷ୍ଟମ ଥର ପାଇଁ ଏହି ଧାରାକୁ ଦୋହରାଇବାକୁ ଯାଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.