ETV Bharat / bharat

କୋରୋନାର ସବୁ ଭ୍ୟାରିଏଣ୍ଟ ଉପରେ ପ୍ରଭାବଶାଳୀ ଆଣ୍ଟି କୋଭିଡ 2DG

ଏକ ଅଧ୍ୟୟନରୁ ଜଣାପିଡିଛି ଯେ, କୋଭିଡ-19ର ସମସ୍ତ ଭ୍ୟାରିଏଣ୍ଟ ବିରୋଧରେ ଡିଆରଡିଓର ଆଣ୍ଟି କୋଭିଡ ଡ୍ରଗ ପ୍ରଭାବଶଳୀ । ଅଧିକ ପଢନ୍ତୁ...

ଆଣ୍ଟି କୋଭିଡ 2-DG
ଆଣ୍ଟି କୋଭିଡ 2-DG
author img

By

Published : Jun 17, 2021, 8:45 AM IST

ନୂଆଦିଲ୍ଲୀ: ଆହୁରି ପ୍ରଭାବଶାଳୀ ହେଉଛି ଡିଆରଡିଓ ଦ୍ବାରା ନିର୍ମିତ ଆଣ୍ଟି କୋଭିଡ 2-DG ମେଡିସିନ । ଏକ ଅଧ୍ୟୟନରୁ ଜଣାପିଡିଛି ଯେ, କୋଭିଡ-19ର ସମସ୍ତ ଭ୍ୟାରିଏଣ୍ଟ ବିରୋଧରେ ଡିଆରଡିଓର ଆଣ୍ଟି କୋଭିଡ ଡ୍ରଗ ପ୍ରଭାବଶଳୀ ।

ଜୁନ 15ରେ 2-DG ମେଡିସିନକୁ ନେଇ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ଅନନ୍ତ ନାରାୟଣ ଭଟ୍ଟ, ଅଭିଷେକ କୁମାର, ୟୋଗେଷ ରାଏ ଓ ଧିଭିୟ ବେଦାଗିରଙ୍କ ଦ୍ବାରା ହୋଇଥିଲା । ଅଧ୍ୟୟନ ଅନୁଯାୟୀ SARS-CoV-2ର ଗୁଣନକୁ ହ୍ରାସ କରିଥାଏ । ଏହା ସହିତ କୋଷକୁ ସଂକ୍ରମିତ ମୃତ୍ୟୁ ହେବାରୁ ରକ୍ଷା କରିଥାଏ । ଏହି ଔଷଧ ଚିକିତ୍ସା ବ୍ୟବସ୍ଥାରେ ବ୍ୟବହୃତ ପାଇଁ ଗବେଷଣାରୁ ଜଣାପଡିଛି । ଏହି ପ୍ରାଥମିକ ଇନ୍-ଭିଟ୍ରୋ ଅନୁସନ୍ଧାନ ଉପରେ ଆଧାର କରି, ଅଣୁଟି କୋଭିଡ୍ ରୋଗୀଙ୍କଠାରେ କ୍ଲିନିକାଲ୍ ପରୀକ୍ଷଣ କରାଯାଇଥିଲା ।

ଏହି ଆଣ୍ଟି କୋଭିଡ 2-DG ମେଡିସିନ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଡାକ୍ତର ରେଡ୍ଡୀ ପକ୍ଷରୁ ପ୍ରସ୍ତୁତ ହୋଇଛି । ମେ ମାସରେ କୋଭିଡ 19 ମମଲାରେ ବ୍ୟବହୃତ ହେବା ପାଇଁ ଅନୁମୋଦନ ଲାଭ କରିଥିଲା । ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୋଭିଡ ଆକ୍ରାନ୍ତଙ୍କ ପାଇଁ ଏହି ଔଷଧ ଖୁବ ସେମାନଙ୍କୁ ଜଲଦି ସୁସ୍ଥ କରିଥାଏ ଏବଂ ଅକ୍ସିଜେନ ନିର୍ଭରଶୀଳତାକୁ ହାସ୍ର କରିଥାଏ । ଏହି ଔଷଧ ପାଉଡର ବିଶିଷ୍ଟ । ଏହାକୁ ପାଣିରେ ମିଶାଇ ରୋଗୀ ସେବନ କରିଥାନ୍ତି । ମେ 17ରେ ଏହାର ପ୍ରଥମ ପର୍ଯ୍ୟାୟ ବଜାରରେ ଉପଲବ୍ଧ ହୋଇଥିଲା । ଦୁଇ ସପ୍ତାହ ପୂର୍ବେ ଏହି ଔଷଧକୁ କୋରୋନା ରୋଗୀଙ୍କ ଉପରେ ବ୍ୟବହାର କରିବାକୁ ଡିଆରଡିଓ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.