ETV Bharat / bharat

ମରିଗଲା ମଣିଷପଣିଆ ! ବକେୟା କ୍ଷୀର ଟଙ୍କା ପାଇଁ ଗର୍ଭବତୀଙ୍କୁ ମରଣାନ୍ତକ ଆକ୍ରମଣ - ଅଭାବନୀୟ ଘଟଣା

ଛତିଶଗଡ଼ ସୁରଗୁଜା ଜିଲ୍ଲାରେ ଅଭାବନୀୟ ଘଟଣା । କ୍ଷୀର ଟଙ୍କା ନଦେବାରୁ ଗର୍ଭବତୀ ମହିଳାଙ୍କୁ ଆକ୍ରମଣ । ଅଧିକ ପଢ଼ନ୍ତୁ

pregnant woman beaten in Chhattisgarh
ଗର୍ଭବତୀଙ୍କୁ ମରଣାନ୍ତକ ଆକ୍ରମଣ
author img

By

Published : Jan 1, 2023, 1:15 PM IST

ରାୟପୁର: କ୍ଷୀର ଟଙ୍କା ନଦେବାରୁ ଗର୍ଭବତୀ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ । ଛତିଶଗଡ଼ ସୁରଗୁଜା ଜିଲ୍ଲା ଉଲାକିୟା ପଞ୍ଚାୟତ ବରବହଲା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ବୃଦ୍ଧାଶ୍ରମରେ ଅଗ୍ନିକାଣ୍ଡ, ସୂର୍ଯ୍ୟୋଦୟ ପୂର୍ବରୁ ଆଖିବୁଜିଲେ ୨ ବରିଷ୍ଠ ନାଗରିକ

ବରବହଲା ଗ୍ରାମର ବିଜୟ ସୋନି ନାମକ ଜଣେ ବ୍ୟକ୍ତିଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ହୋଇଛି । ଗତ ଡିସେମ୍ବର 29ରେ ନାରାୟଣ ଯାଦବ ନାମକ ଜଣେ ବ୍ୟକ୍ତି କ୍ଷୀର ବାବଦକୁ 2100 ଟଙ୍କା ନେଇ ବିଜୟଙ୍କ ପରିବାର ସହ ଗଣ୍ଡଗୋଳ କରିଥିଲା । ତେଣୁ ପରଦିନ ଆସି ଟଙ୍କା ନେବାକୁ ବିଜୟଙ୍କ ମାଆ କହିଥିଲେ । କିନ୍ତୁ ନାରାୟଣ ଯାଦବ ଟଙ୍କା ଦେବାକୁ ବାଧ୍ୟ କରିଥିଲା । ଏହାପରେ ନିଜ ଦୁଇ ପୁଅଙ୍କ ସହ ମିଶି ଉକ୍ତ ପରିବାର ଉପରେ ଆକ୍ରମଣ କରିଥିଲେ । ବିଜୟ ସୋନିଙ୍କ ଘରକୁ ବୁଲି ଆସିଥିବା ତାଙ୍କ ଗର୍ଭବତୀ ଶାଳୀ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଛନ୍ତି । ଏଥିରେ ବିଜୟଙ୍କ ମାଆ ଗୁରୁତର ଆହତ ହୋଇଥିବାବେଳେ ମହିଳାଙ୍କ ଗର୍ଭ ନଷ୍ଟ ହୋଇଛି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ନୂଆ ବର୍ଷରେ ଖାଉଟିଙ୍କୁ ଝଟକା, ବଢିଲା ବ୍ୟବସାୟିକ LPG ସିଲିଣ୍ଡର ଦାମ

ସୀତାପୁର ପୋଲିସ ଷ୍ଟେସନ ଦାୟିତ୍ବରେ ଥିବା ଶିଶିରକାନ୍ତ ସିଂ କହିଛନ୍ତି, " ନାରାୟଣ ଯାଦବ କ୍ଷୀର ବିକ୍ରି କରନ୍ତି । ସେ ତାଙ୍କ ଦୁଇ ପୁଅଙ୍କୁ ନେଇ କ୍ଷୀର ଟଙ୍କା ମାଗିବା ପାଇଁ ବିଜୟ ସୋନିଙ୍କ ଘରକୁ ଯାଇଥିଲେ ଏବଂ ପରିବାର ଉପରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ବିଜୟ ସୋନିଙ୍କ ଶାଳୀ ଗର୍ଭବତୀ ଥିଲେ । ଆକ୍ରମଣ ସମୟରେ ତାଙ୍କର ଗର୍ଭନଷ୍ଟ ହୋଇଛି ।" ଏହି ଘଟଣା ନେଇ ପୀଡ଼ିତାଙ୍କ ପରିବାର ସୁରଗୁଡ଼ା ସ୍ଥିତ ସୀତାପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ନାରାୟଣ ଯାଦବ ଓ ତାଙ୍କ ଦୁଇ ପୁଅ ଘରେ ପଶି ଆକ୍ରମଣ କରିଥିଲେ । ଏନେଇ ପୋଲିସ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ତିନି ଅଭିଯୁକ୍ତଙ୍କୁ ନ୍ୟାୟିକ ରିମାଣ୍ଡରେ ପଠାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.