ETV Bharat / bharat

ପ୍ରବୀଣ ସୁଦ୍‌ CBIର ନୂତନ ନିର୍ଦ୍ଦେଶକ - ଆଇପିଏସ ପ୍ରବୀଣ ସୁଦ

କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ CBI ନୂଆ ନିର୍ଦ୍ଦେଶକ । ସୁବୋଧ କୁମାର ଜୟସ୍ବାଲଙ୍କ ଠାରୁ ଗ୍ରହଣ କରିବେ କାର୍ଯ୍ୟଭାର । ଅଧିକ ପଢନ୍ତୁ

ପ୍ରବୀଣ ସୁଦ CBI ନୂଆ ନିର୍ଦ୍ଦେଶକ
ପ୍ରବୀଣ ସୁଦ CBI ନୂଆ ନିର୍ଦ୍ଦେଶକ
author img

By

Published : May 14, 2023, 3:24 PM IST

Updated : May 14, 2023, 4:12 PM IST

ନୂଆଦିଲ୍ଲୀ: ବରିଷ୍ଠ ଆଇପିଏସ ଅଧିକାରୀ ପ୍ରବୀଣ ସୁଦ ହେଲେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)ର ନୂତନ ନିର୍ଦ୍ଦେଶକ । ସେ ବର୍ତ୍ତମାନର ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ବାଲଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ଓ ଆସନ୍ତା 2 ବର୍ଷ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ । ଆଜି କେନ୍ଦ୍ରୀୟ ଚୟନ କମିଟି ତାଙ୍କ ନାମକୁ ଅନୁମୋଦନ କରିବା ପରେ କାର୍ମିକ ମନ୍ତ୍ରଣାଳୟ ଏନେଇ ବିଜ୍ଞପ୍ତି ଜାରି କରିଛି । ଆଇପିଏସ ଅଧିକାରୀ ସୁଦ୍‌ ଏବେ କର୍ଣ୍ଣାଟକର ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଅଛନ୍ତି ।

  • Praveen Sood has been appointed as the Director of the Central Bureau of Investigation (CBI) for a period of two years: CBI pic.twitter.com/9Wv5MlNoLp

    — ANI (@ANI) May 14, 2023 " class="align-text-top noRightClick twitterSection" data=" ">

ପ୍ରବୀଣ ସୁଦ୍‌ ହେଉଛନ୍ତି 1986 ବ୍ୟାଚ ଭାରତୀୟ ପୋଲିସ ସେବାର କର୍ଣ୍ଣାଟକ କ୍ୟାଡର ଅଧିକାରୀ । କେନ୍ଦ୍ର ଚୟନ କମିଟି ତାଙ୍କ ନାମର ଚୂଡ଼ାନ୍ତ ମୋହର ମାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ଓ୍ବାଇ ଚନ୍ଦ୍ରଚୂଡ, ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନେଇ ଗଠିତ କେନ୍ଦ୍ର ନିଯୁକ୍ତି କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ପଦବୀ ପାଇଁ 3 ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାମ ସଂକ୍ଷିପ୍ତକରଣ କରାଯାଇଥିଲା । ପ୍ରବୀଣ ସୁଦଙ୍କ ବ୍ୟତୀତ ମଧ୍ୟ ପ୍ରଦେଶର ଡିଜିପି ସୁଧୀର ସକ୍ସେନା ଏବଂ ବରିଷ୍ଠ ଆଇପିଏସ୍ ତାଜ ହାସନଙ୍କ ନାମ ମଧ୍ୟ ଏହି ତାଲିକାରେ ଥିବା ବେଳେ ନିଯୁକ୍ତି କମିଟି ସୁଦଙ୍କୁ ଚୟନ କରିଛି । କେନ୍ଦ୍ର କିମିଟିର ଅନୁମୋଦନ ପରେ କେନ୍ଦ୍ର କାର୍ମିକ ଓ ସାଧାରଣ ଅଭିଯୋଗ ମନ୍ତ୍ରଣାଳୟ ଏନେଇ ବିଜ୍ଞପ୍ତି ଜାରି କରିଛି । ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ବାଲଙ୍କ କାର୍ଯ୍ୟକାଳ ଚଳିତମାସ (ମେ’) 25 ତାରିଖରେ ଶେଷ ହେଉଛି । ସୁଦ ଦାୟିତ୍ବ ଗ୍ରହଣ କରିବାର 2 ବର୍ଷ ପର୍ଯ୍ୟନ୍ତ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ମୁଖ୍ୟ ଭାବେ କାର୍ଯ୍ୟଭାର ତୁଲାଇବେ ।

କର୍ଣ୍ଣାଟକରେ ସେ ପୋଲିସ ମହାନିର୍ଦ୍ଦେଶକ ଥିବା ବେଳେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟ କରୁଥିବା କଂଗ୍ରେସ ଅଭିଯୋଗ କରିଥିଲା । ଏପରିକି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଡି.କେ ଶିବକୁମାର ସୁଦଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ତାଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦରୁ ହଟାଇବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ମଧ୍ୟ କରିଥିଲେ ଶିବକୁମାର । ସିବିଆଇ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ସୁଦଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି କେନ୍ଦ୍ର ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 14, 2023, 4:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.