ETV Bharat / bharat

ଆଜି ପ୍ରବାସୀ ଭାରତୀୟ ଦିବସ: ଜାଣନ୍ତୁ କାହିଁକି ହୁଏ ପାଳନ, ଦେଶ ବିକାଶରେ ପ୍ରବାସୀଙ୍କ ଅବଦାନ - ପ୍ରବାସୀ ଭାରତୀୟ ଦିବସ

Pravasi Bharatiya Divas: ପ୍ରବାସୀ ଭାରତୀୟଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜାନୁଆରୀ ମାସ 9 ତାରିଖରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ । ଅଧିକ ପଢନ୍ତୁ

ପ୍ରବାସୀ ଭାରତୀୟ ଦିବସ
Pravasi Bharatiya Divas
author img

By ETV Bharat Odisha Team

Published : Jan 9, 2024, 10:15 AM IST

ହାଇଦ୍ରାବାଦ: ଯେତେବେଳେ କୌଣସି ଦେଶର ନାଗରିକ କାର୍ଯ୍ୟ ସନ୍ଧାନରେ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଯାଇଥାଆନ୍ତି ସେମାନଙ୍କୁ ପ୍ରବାସୀ ବୋଲି କୁହାଯାଏ । ଆଜି ଏନଆଇଆଇ ବା ପ୍ରବାସୀ ଭାରତୀୟ ଦିବସ । ପ୍ରତିବର୍ଷ ଜାନୁଆରୀ ମାସ 9 ତାରିଖରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ । 2003 ମସିହା ପରଠାରୁ ପ୍ରତ୍ୟେକ ବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଆସୁଛି ।

ଇତିହାସ: ମାହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ରହିଥିବା ସମୟରେ ପ୍ରଥମେ ଅହିଂସା ଆନ୍ଦୋଳନ ଆରମ୍ଭ କରିଥିଲେ । 1915 ମସିହାରେ ମହାତ୍ମା ଗାନ୍ଧୀ ସର୍ବଶ୍ରେଷ୍ଠ ପ୍ରବାସୀ ଭାରତୀୟ ଭାବେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରି ଭାରତର ସ୍ବାଧୀନତା ସଂଗ୍ରାମ ଜାରି ରଖିଥିଲେ । ପରେ ଭାରତରେ ସ୍ବାଧୀନତା ସଂଗ୍ରାମ ମଧ୍ୟ ସଫଳ ହୋଇଥିଲା । ତେବେ ସତ୍ୟାଗ୍ରର ମୂଳଦୁଆ ପ୍ରବାସରେ ପଡିଥିବାରୁ ପ୍ରବାସରେ ରହିଥିବା ଭାରତୀୟଙ୍କ ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଜାନୁଆରୀ ମାସ 9 ତାରିଖରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ ।

2015 ମସିହାରେ ଏହି ଦିବସ ଦୁଇ ଥର ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଦେଶର ଉନ୍ନତିରେ ପ୍ରବାସୀଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଦେଶ ବାହାରକୁ ଯାଇ କାମ କରୁଥିବା ଶ୍ରମିକ ଓ ସେମାନଙ୍କ ପରିବାରର ସୁରକ୍ଷା ଏବଂ ଅଧିକାର ବାବଦରେ ସଚେତନ ସୃଷ୍ଟି କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ । କୋରୋନା ଭାଇରସ ହେତୁ 2021 ମସିହାରେ ଭର୍ଚୁଆଲରେ ଏହି ଦିବସ ପାଳନ କରାଯାଇଥିଲା । ଚଳିତ ବର୍ଷ 17ତମ ପ୍ରବାସୀ ଭାରତୀୟ ଦିବସ ବା NRI ଦିବସ ପାଳନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Pravasi Bharatiya Divas: ଶରୀର ସିନା ବିଦେଶରେ ମନ ଥାଏ ଭାରତରେ

ଦେଶ ବାହାରେ ରହୁଥିବା ଭାରତୀୟଙ୍କ ଦେଶର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହାକୁ ସ୍ବୀକୃତି ଦେବାକୁ ଓ ଦେଶର ବିକାଶରେ ସେମାନଙ୍କ ଭାଗିଦାରୀ ବଢାଇବାକୁ ଏହି ଦିବସକୁ ସରକାର ମାନ୍ୟତା ଦେଇଛନ୍ତି । ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ଘୋଷଣା କରିବା ସହ ପ୍ରବାସୀ ଭାରତୀୟଙ୍କ ପାଇଁ ଉତ୍ସର୍ଗ କରିଥିଲେ । ସତ୍ୟାଗ୍ରହର ମୂଳଦୁଆ ପ୍ରବାସରେ ହିଁ ପଡିଥିଲା । ଯାହାର ପରିଣାମ ଇଂରେଜମାନେ ଭାରତ ଛାଡିଥିଲେ । ତେବେ ଆଜିର ଦିନରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରବାସୀ ଭାରତୀୟଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯାଇଥାଏ ।

ପ୍ରବାସୀ ଭାରତୀୟ ଦିବସର ଥିମ: ପ୍ରତିବର୍ଷ ଏକ ଥିମକୁ ନେଇ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଇଥାଏ । "ଅମୃତ କାଳରେ ଭାରତର ଅଗ୍ରଗତି ପାଇଁ ବିଶ୍ୱସନୀୟ ସହଯୋଗୀ"(Diaspora: Reliable Partners for India's Progress in Amrit Kaal) ଥିମରେ ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.