ETV Bharat / bharat

ଖୁବଶୀଘ୍ର କଂଗ୍ରେସରେ ମିଶିପାରନ୍ତି ପ୍ରଶାନ୍ତ କିଶୋର

author img

By

Published : Apr 21, 2022, 4:42 PM IST

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ପୁଣି ଚର୍ଚ୍ଚା । ଆଗାମୀ କିଛି ସପ୍ତାହ ମଧ୍ୟରେ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହୋଇ ପାରନ୍ତି । ସର୍ତ୍ତ ନେଇ ଶୀର୍ଷ କଂଗ୍ରେସ ନେତାଙ୍କ ସହ ଆଲୋଚନା ଜାରି ରହିଥିବା ସୂଚନା । ଅଧିକ ପଢନ୍ତୁ

ଆଗାମୀ କିଛି ସପ୍ତାହରେ କଂଗ୍ରେସରେ ମିଶିବେ ପ୍ରଶାନ୍ତ କିଶୋର !

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ସତ୍ତା ପାଇଁ ସଂଘର୍ଷ କରୁଥିବା ଦେଶର ସର୍ବପୁରାତନ ଦଳ କଂଗ୍ରେସରେ ପ୍ରଶାନ୍ତ କିଶୋର ସାମିଲ ହେବାନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ବର୍ତ୍ତମାନ କଂଗ୍ରେସ ପାଇଁ ଗୁଜୁରାଟ ନିର୍ବାଚନର ରଣନୀତି ସମ୍ଭାଳିବାର ଦାୟିତ୍ବ ନେଇଥିବା ପ୍ରଶାନ୍ତ, ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ପ୍ରଶାନ୍ତ କଂଗ୍ରେସର ହେବାପୂର୍ବରୁ ଏକାଧିକ ସର୍ତ୍ତ ରଖିଥିବା ନେଇ ଚର୍ଚ୍ଚା ହୋଇଥିଲା । ଫଳରେ ସଦ୍ୟ ସୂଚନା ଅନୁଯାୟୀ, ସର୍ତ୍ତ ନେଇ କଂଗ୍ରେସର କିଛି ବରିଷ୍ଠ ନେତାଙ୍କ ସହ ପ୍ରଶାନ୍ତଙ୍କ ଆଲୋଚନା ହୋଇଛି । ଯଦି ସବୁକିଛି ଠିକ୍‌ଠାକ୍‌ ରୁହେ ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ କଂଗ୍ରେସର ହାତ ବିଧିବଦ୍ଧ ଭାବେ ଧରିପାରନ୍ତି ପ୍ରଶାନ୍ତ । ଆସନ୍ତାକାଲି(ଶୁକ୍ରବାର) ସେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାସଂଦ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟି ପ୍ରତ୍ୟେକ୍ଷ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ମଧ୍ୟ ସୂଚନା ମିଳିଛି ।

ଗୁଜୁରାଟରେ କଂଗ୍ରେସ ପାଇଁ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି ପ୍ରଶାନ୍ତ ଓ ତାଙ୍କର ଟିମ । ଟିମର ଅନୁଧ୍ୟାନ ଶେଷ ହୋଇଥିବା ବେଳେ ଦଳକୁ ସଂଗଠିତ କରିବା ଓ ନିର୍ବାଚନୀ ରଣନୀତି ପାଇଁ ପ୍ରଶାନ୍ତଙ୍କ ଟିମ ଏକ ୬ଶହ ସ୍ଲାଇଡ ବିଶିଷ୍ଟ ପ୍ରେଜେଣ୍ଟଟେସନ ମଧ୍ୟ ଦଳକୁ ପ୍ରଦାନ କରି ସାରିଥିବା କୁହାଯାଇଛି । କଂଗ୍ରେସ କ୍ୟାମ୍ପ୍‌ର କିଛି ବରିଷ୍ଠ ନେତା ପ୍ରଶାନ୍ତଙ୍କ ପରାମର୍ଶ ଉପରେ ବିଚାର ବିମର୍ଶ ମଧ୍ୟ ଜାରି ରଖିଛନ୍ତି । ତେବେ ସବୁକିଛି ହାଇକମାଣ୍ଡଙ୍କ ନିଷ୍ପତ୍ତି ପରେ ନିର୍ଭର କରୁଛି । ଏପରି ସ୍ଥିତିରେ ସୋନିଆଙ୍କ ଗ୍ରୀନ ସିଗନାଲ ପରେ ହିଁ ଆଗାମୀ ରଣନୀତି ପ୍ରସ୍ତୁତ ହେବ ।

ଏକାଧିକବାର ନିର୍ବାଚନରେ ରାଜନୈତିକ ଦଳଙ୍କ ପାଇଁ ରଣନୀତି ପ୍ରସ୍ତୁତ କରି ସଫଳତା ଦେଇଥିବା ବିଶିଷ୍ଟ ରଣନୀତିକାର ପ୍ରଶାନ୍ତ କିଶୋର ଆନୁଷ୍ଠାନିକ ଭାବେ କଂଗ୍ରେସର ସଦସ୍ୟତା ଗ୍ରହଣ କରୁଛନ୍ତି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କ ସହ ଆସନ୍ତାକାଲିର ବୈଠକ ପରେ ହିଁ ଚିତ୍ର ଅଧିକ ସ୍ପଷ୍ଟ ହେବ । ଅନ୍ୟପଟେ କଂଗ୍ରେସ କ୍ୟାମ୍ପ୍‌ର କିଛି ବରିଷ୍ଠ ନେତା ପ୍ରଶାନ୍ତ କିଶୋରଙ୍କୁ ଭଲ ରଣନୀତିକାର କହୁଥିଲେ ମଧ୍ୟ ଦଳ ଉତ୍ଥାନ ପାଇଁ କାର୍ଯ୍ୟକୁ ଖୋଲାଖୋଲି ଗ୍ରହଣ କରିପାରିନାହାନ୍ତି । ଓଡିଶାର ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ନେତାଙ୍କ ତାଲିକାରେ ରହିଛନ୍ତି । ନିକଟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ନିରଞ୍ଜନ କହିଥିଲେ, ଦିଲ୍ଲୀରେ ବାଜପେୟୀ ନିଜେ ହାରିଥିଲେ । ଏପରିକି ଏକସମୟରେ ବର୍ତ୍ତମାନ ଶାସନରେ ଥିବା ବିଜେପିର ମାତ୍ର ଦୁଇଜଣ ସାଂସଦ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.