ETV Bharat / bharat

Poll Results ୨୦୨୨: ହାରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ, ଗୋଆରେ ଜିତିଲେ ପ୍ରମୋଦ - ପଞ୍ଜାବ ନିର୍ବାଚନ ଫଳାଫଳ

ପଟିଆଲା ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଅଧିକ ପଢ଼ନ୍ତୁ

Poll Results ୨୦୨୨: ହାରିଲେ କ୍ୟାପଟେନ, ଗୋଆରେ ଜିତିଲେ ପ୍ରମୋଦ

author img

By

Published : Mar 10, 2022, 12:57 PM IST

Updated : Mar 10, 2022, 3:48 PM IST

ନୂଆଦିଲ୍ଲୀ: ପଞ୍ଜାବରେ ପଟିଆଲା ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ସେ ଆପ୍‌ ପ୍ରାର୍ଥୀଙ୍କ ଠାରୁ ୧୯ ହଜାର ୬୯୭ ଭୋଟରେ ହାରିଛନ୍ତି । ବର୍ତ୍ତମାନ ଟ୍ରେଣ୍ଡ ମୁତାବକ ପଞ୍ଜାବରେ ସରକାର ଗଢ଼ୁଛି ଆମ୍‌ ଆଦମୀ ପାର୍ଟି ।

  • The voice of the people is the voice of God …. Humbly accept the mandate of the people of Punjab …. Congratulations to Aap !!!

    — Navjot Singh Sidhu (@sherryontopp) March 10, 2022 " class="align-text-top noRightClick twitterSection" data=" ">

ପଟିଆଲା ଆସନରେ ଲଗାତାର ବିଜୟ ହାସଲ କରି ଆସୁଥିଲେ ଅମରିନ୍ଦର । ତା ସହିତ ପୂର୍ବ ଅମୃତସରର ପରାଜିତ ହୋଇଛନ୍ତି ନବଜ୍ୟୋତ ସିଂହ ସିଦ୍ଧୁ । ପୂର୍ବରୁ ସେ ଲଗାତାର ଜିତି ଆସୁଥିଲେ । ତେବେ ଏଥର ନିର୍ବାଚନରେ ଚିତ୍ର ବଦଳି ଯାଇଛି । ପଞ୍ଜାବରେ ଆପ୍‌ର ସଫଳତାକୁ ନେଇ ସିଦ୍ଧୁ ଟ୍ବିଟ୍‌ କରିଛନ୍ତି ଯେ, "ଜନତାଙ୍କ ମତ ହେଉଛି ଭଗବାନଙ୍କ ମତ । ଭୋଟରଙ୍କ ମତକୁ ସାଦରେ ଗ୍ରହଣ କରୁଛି । ଆମ୍‌ ଆଦମୀ ପାର୍ଟିକୁ ଶୁଭେଚ୍ଛା ।"

ସେପଟେ ଗୋଆରେ ସାଙ୍କ୍‌ଲିମ୍‌ ବିଧାନସଭା ଆସନରେ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ପ୍ରମୋଦ ନିକଟସ୍ଥ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ବିଜୟ ହାସଲ କରିଛନ୍ତି । ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡ଼ି ଯାଇଥିଲେ ପ୍ରମୋଦ । ଏହାପରେ ସେ ଲଗାତାର ଆଗୁଆ ରହି ଆସିଥିଲେ । ଗୋଆରେ ମଧ୍ୟ ବିଜେପିର ଟ୍ରେଣ୍ଡ ଜାରି ରହିଛି । ବର୍ତ୍ତମାନ ଟ୍ରେଣ୍ଡରେ ଗୋଆରେ ବିଜେପି ସରକାର ଗଢ଼ୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 10, 2022, 3:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.