ଇସ୍ତଫା ଦେଲେ ସାଓ୍ବନ୍ତ, ଖୁବଶୀଘ୍ର ଚୂଡାନ୍ତ ହେବ ଶପଥ ଗ୍ରହଣ ତାରିଖ - ପ୍ରମୋଦ ସାଓ୍ବନ୍ତ
ମୁଖ୍ୟମନ୍ତ୍ରୀ ପଦରୁ ପ୍ରମୋଦ ସାୱନ୍ତଙ୍କ ଇସ୍ତଫା । ଚୂଡାନ୍ତ ହୋଇନି ଶପଥ ଗ୍ରହଣ ତାରିଖ । ଖୁବଶୀଘ୍ର ହେବା ନେଇ ଜାରି ରହିଛି ପ୍ରକ୍ରିୟା । ସ୍ବାଧୀନ ପ୍ରାର୍ଥୀଙ୍କ ସହଯୋଗରେ ସରକାର କରିବ ବିଜେପି । ଅଧିକ ପଢନ୍ତୁ
ପାନାଜୀ: ନୂଆ ସରକାର ଗଠନ ହେବା ପୂର୍ବରୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପଦରୁ ଇସ୍ତଫା ଦେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ । ଆଜି (ଶନିବାର) ସାୱନ୍ତ ରାଜଭବନରେ ରାଜ୍ୟପାଳ ପି.ସ.ଶ୍ରୀଧନର ପିଲାଇଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ତେବେ ରାଜ୍ୟରେ ପୁଣି ଥରେ ସରକାର ଗଠନ କରିବା ପାଇଁ ବହୁମତ ପାଇଛି ଭାରତୀୟ ଜନତା ପାର୍ଟି । ନୂଆ ସରକାର ଗଠନ ନେଇ ଶପଥ ଗ୍ରହଣ ତାରିଖ ଏଯାଏଁ ଚୂଡାନ୍ତ ହୋଇ ନଥିବାରୁ ସେ ପର୍ଯ୍ୟନ୍ତ ସାଓ୍ବନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ।
-
Met the Hon'ble Governor Shri @psspillaigov ji at Raj Bhavan today to hand over my resignation letter. The Hon'ble Governor has appointed me as the caretaker CM until the further process. 1/2 pic.twitter.com/NBRy398Xlr
— Dr. Pramod Sawant (@DrPramodPSawant) March 12, 2022 " class="align-text-top noRightClick twitterSection" data="
">Met the Hon'ble Governor Shri @psspillaigov ji at Raj Bhavan today to hand over my resignation letter. The Hon'ble Governor has appointed me as the caretaker CM until the further process. 1/2 pic.twitter.com/NBRy398Xlr
— Dr. Pramod Sawant (@DrPramodPSawant) March 12, 2022Met the Hon'ble Governor Shri @psspillaigov ji at Raj Bhavan today to hand over my resignation letter. The Hon'ble Governor has appointed me as the caretaker CM until the further process. 1/2 pic.twitter.com/NBRy398Xlr
— Dr. Pramod Sawant (@DrPramodPSawant) March 12, 2022
ଦଳକୁ ବହୁମତ ମିଳିବା ପରେ ସରକାର ଗଠନ ହେବା ପ୍ରକ୍ରିୟା ଆରମ୍ଭ କରିଛି ବିଜେପି । ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଗୋଆରେ ପହଞ୍ଚି ନୂତନ ଶପଥ ଗ୍ରହଣ ସମାରୋହର ତାରିଖ ସ୍ଥିର କରିବା ନେଇ ସୂଚନା ମିଳିଛି । ରାଜ୍ୟପାଳଙ୍କ ନିଯୁକ୍ତି କ୍ରମେ ସାୱନ୍ତ ବର୍ତ୍ତମାନ ଗୋଆର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି ।
ଆଜି ନିଜ ଇସ୍ତଫାପତ୍ର ପ୍ରଦାନ କରିବା ପରେ ଟ୍ବିଟ ଯୋଗେ ସୂଚନା ଦେଇ ସାଓ୍ବନ୍ତ କହିଛନ୍ତି, ଇସ୍ତଫା ପରେ ରାଜ୍ୟପାଳ ତାଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ସେ ଅସ୍ଥାୟୀ ଭାବେ ଏହି ଦାୟିତ୍ବ ସମ୍ଭାଳିବେ । ସେହିପରି ଆଗାମୀ ସରକାର ନେଇ ସାଓ୍ବନ୍ତ କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ଗୋଆର ବିକାଶ ଧାରା ଅବ୍ୟାହତ ରହିବ ।
ଗୋଆରେ ବିଜେପି ୪୦ ଆସନରୁ ୨୦ ଆସନ ଜିତି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି । ତେବେ ସରକାର ଗଠନ ପାଇଁ ମ୍ୟାଜିକ ୨୧ ରହିଥିବାବେଳେ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ଅତି ସହଜରେ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଖୁବଶୀଘ୍ର ଶପଥ ଗ୍ରହଣ ଉତ୍ସବ ନେଇ ତାରିଖ ମଧ୍ୟ ସ୍ଥିର ହେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ