ETV Bharat / bharat

Prakash Raj Controversy: ଚନ୍ଦ୍ରଯାନ-3 କୁ କଟାକ୍ଷ କରି ବିବାଦରେ ପ୍ରକାଶରାଜ, ଟ୍ରୋଲ କରୁଛନ୍ତି ୟୁଜର୍ସ - ଅଭିନେତା ପ୍ରକାଶରାଜଙ୍କ ବିବାଦୀୟ ଟ୍ବିଟ

‘ଚନ୍ଦ୍ରଯାନ-3’ କୁ କଟାକ୍ଷ କାର୍ଟୁନ ପୋଷ୍ଟ କଲେ ଅଭିନେତା ପ୍ରକାଶରାଜ । କହିଲେ ଚନ୍ଦ୍ରରୁ ଆସିଲା ପ୍ରଥମ ଫଟୋ । ୟୁଜର୍ସ କରୁଛନ୍ତି ଟ୍ରୋଲ । ଅଧିକ ପଢନ୍ତୁ

Prakash Raj controversy: ଚନ୍ଦ୍ରଯାନ-3 କୁ କଟାକ୍ଷ କରି ବିବାଦରେ ପ୍ରକାଶରାଜ, ଟ୍ରୋଲ କରୁଛନ୍ତି ୟୁଜର୍ସ

author img

By

Published : Aug 21, 2023, 5:11 PM IST

ହାଇଦ୍ରାବାଦ: ମାତ୍ର ଦୁଇ ଦିନ ପରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟନ-3 ର ଲ୍ୟାଣ୍ଡିଂ ପାଇଁ ସମଗ୍ର ଦେଶ ଉତ୍କଣ୍ଠାରେ ଥିବା ବେଳେ ଏହି ବହୁପ୍ରତୀକ୍ଷିତ ମିଶନକୁ କଟାକ୍ଷ କରି ବିବାଦ ଘେରକୁ ଆସିଛନ୍ତି ଜଣାଶୁଣା ଅଭିନେତା ପ୍ରକାଶରାଜ । ପ୍ରକାଶରାଜ ଏକ୍ସ (ପୂର୍ବରୁ ଟ୍ବିଟର) ଏକ ବିବାଦୀୟ କଟାକ୍ଷପୂର୍ଣ୍ଣ ବ୍ୟଙ୍ଗାତ୍ମକ ଫଟୋ ପୋଷ୍ଟ କରିଛନ୍ତି । କ୍ଯାପସନରେ ଲେଖିଛନ୍ତି, ଏହା ଚନ୍ଦ୍ରପୃଷ୍ଠର ଚନ୍ଦ୍ରାୟନ-3 ର ଲ୍ୟାଣ୍ଡର ‘ବିକ୍ରମ’ ପଠାଇଥିବା ପ୍ରଥମ ଫଟୋ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ୟୁଜର୍ସମାନେ ପ୍ରକାଶରାଜଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି ।

ପ୍ରକାଶରାଜ ଟ୍ବିଟ କରିଥିବା ବ୍ୟଙ୍ଗାତ୍ମକ ଫଟୋରେ ଜଣେ ଲୁଙ୍ଗି ପନ୍ଧିଥିବା ବ୍ୟକ୍ତି ହାତରେ ଚା’ ଗ୍ଲାସ୍‌ ଧରିଛନ୍ତି । ବ୍ୟଙ୍ଗାତ୍ମକ ଢଙ୍ଗରେ ଚାଁ ଢାଳୁଛନ୍ତି ମଧ୍ୟ । ତେବେ ଫଟୋରେ,ଏହା ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ପଠାଇଥିବା ପ୍ରଥମ ଫଟୋ ବୋଲି ମାତ୍ର ଗୋଟିଏ ଧାଡ଼ିର କ୍ୟାପ୍‌ସନ୍‌ ଲେଖାଯାଇଛି । ଏହି କାର୍ଟୁନ ମାଧ୍ୟମରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ.ଶିବନଙ୍କୁ ପରୋକ୍ଷ କଟାକ୍ଷ କରାଯାଇଥିବା ମଧ୍ୟ କିଛି ୟୁଜର୍ସ ଅଭିଯୋଗ କରିଛନ୍ତି । ୟୁଜର୍ସ କହିଛନ୍ତି, ଏପରି କଟାକ୍ଷ ଓ ସମାଲୋଚନା ଦେଶର ମହାକାଶ ଗବେଷଣା ଓ ବୈଜ୍ଞାନିକଙ୍କ ପ୍ରତି ଘୋର ଅସମ୍ମାନ । ତେବେ ଏହା ଉପରେ ପ୍ରକାଶରାଜଙ୍କର କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

ଅନ୍ୟପଟେ ଲ୍ୟାଣ୍ଡିଂ ପୂର୍ବରୁ ଆଜି ଏହି ମିଶନ ଆଉ ଏକ ସଫଳତା ହାସଲ କରିଛି । ପୂର୍ବରୁ ଚନ୍ଦ୍ର ଅଭିଯାନରେ ଯାଇଥିବା ‘ଚନ୍ଦ୍ରାୟନ-2’ ର ଅର୍ବିଟର ‘ଚନ୍ଦ୍ରଯାନ-3’ର ଲ୍ୟାଣ୍ଡରକୁ ସ୍ବାଗତ କରିଛି । ଉଭୟ ମଡ୍ୟୁଲ ମଧ୍ୟରେ ଯୋଗାଯୋଗ ମଧ୍ୟ ହୋଇଛି । ଯାହା ବୈଷୟିକ ଭାବେ ଇସ୍ରୋ ପାଇଁ ସହଜ ହେବ । ଏବେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ଇସ୍ରୋ ଦୁଇଟି ପ୍ରଣାଳୀ ବ୍ୟବହାର କରିପାରିବ । ଯଦି କୌଣସି କାରଣରୁ ଲ୍ୟାଣ୍ଡର ‘ବିକ୍ରମ’ ସହ ମିଶନ କଣ୍ଟ୍ରୋଲ ରୁମ ସିଧା ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୁଏ, ତେବେ ଚନ୍ଦ୍ରଯାନ-2 ର ଅର୍ବିଟର ମାଧ୍ୟମରେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିବ । ଯାହା ଇସ୍ରୋକୁ ଏକ ବିକଳ୍ପ ଯୋଗାଯୋଗ ପ୍ରଣାଳୀ ପ୍ରଦାନ କରିବ । ଏହି ସଫଳତା ସଫ୍ଟଲ୍ୟାଣ୍ଡିଂ ପ୍ରକ୍ରିୟାର ମିନିଟରିଂକୁ ଆହୁରି ସରଳ କରିବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:-Chandrayaan 3: ଲ୍ୟାଣ୍ଡରକୁ ସ୍ବାଗତ କଲା CH-2 ଅର୍ବିଟର, ୨୩ ସନ୍ଧ୍ୟା 5.20ରୁ ଲ୍ୟାଣ୍ଡିଂ ଲାଇଭ୍‌

ଅନ୍ଯପଟେ ବୁଧବାର ସନ୍ଧ୍ୟା 5ଟା 20 ମିନିଟରୁ ଲ୍ୟାଣ୍ଡିଂର ସିଧା ପ୍ରସାରଣ ଦେଖିପାରିବେ ଦେଶବାସୀ । ସଂଧ୍ୟା 6 ଟା 4 ମିନିଟରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ସଫ୍ଟଲ୍ୟାଣ୍ଡିଂ କରିବା ନେଇ ଇସ୍ରୋ ଘୋଷଣା କରି ସାରିଛି । ଦୂରଦର୍ଶନ ସମେତ ଇସ୍ରୋର ଅଫିସଆଲ ସାଇଟ ଓ ଏକାଧିକ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଦେଶ ଏହି ଐତିହାସିକ ଲ୍ୟାଣ୍ଡିଂ ସମୟର ସିଧା ପ୍ରସାରଣ ଦେଖିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.