ETV Bharat / bharat

ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ, 28ରେ ସରୁଛି ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

author img

By

Published : Feb 26, 2023, 5:03 PM IST

Updated : Feb 26, 2023, 5:35 PM IST

ଉନ୍ନୟନ କମିଶନର ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । 28ରେ ସରୁଛି ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ମାର୍ଚ୍ଚ ପହିଲାରୁ ଦାୟିତ୍ବ ନେବେ ପ୍ରଦୀପ । ଅଧିକ ପଢନ୍ତୁ

ପ୍ରଦୀପ୍ତ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ
ପ୍ରଦୀପ୍ତ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଚଳିତ ମାସ 28 ତାରିଖରେ ଶେଷ ହେଉଥିବା ବେଳେ ତାଙ୍କ ସ୍ଥାନରେ ପ୍ରଦୀପଙ୍କୁ ଦାୟିତ୍ବ ମିଳିଛି । ପ୍ରଦୀପ ମାର୍ଚ୍ଚ ମହିଲାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।

1989 ବ୍ୟାଚର ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ହେଉଛନ୍ତି ପ୍ରଦୀପ ଜେନା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ସେ ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ପ୍ରଦୀପ ବର୍ତ୍ତମାନ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ସ୍ବତନ୍ତ୍ର ରିଲିଫ୍ କମିଶନର ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ଅଛନ୍ତି । ଗତବର୍ଷ ପ୍ରଦୀପଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ କରାଯିବା ନେଇ ଅନୁମାନ କରାଯାଉଥିଲା । ହେଲେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରିଥିଲେ ସୁଦ୍ଧା ସରକାର ତାହାକୁ ବୃଦ୍ଧି କରିଥିଲେ ।

ପ୍ରଦୀପ ସ୍ବତନ୍ତ୍ର ରିଲିଫ କମିଶନର ଭାବେ କାର୍ଯ୍ୟ କରିବା ସମୟରେ ଓଡିଶା ବିପର୍ଯ୍ୟୟ ପରିଚାଳନାରେ ଭଲ ପ୍ରଦର୍ଶନ ମଧ୍ୟ କରି ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ସେ ଏବେ ସ୍ବତନ୍ତ୍ର ରିଲିଫ କମିଶନର ବ୍ୟତୀତ ଉନ୍ନୟନ ଓ କୃଷି ଉତ୍ପାଦନ ସଚିବ ଭାବେ ମଧ୍ୟ ଦାୟିତ୍ବରେ ରହିଛନ୍ତି । ସେହିପରି ବରିଷ୍ଠ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ବ ମିଳିଛି । ଅନୁ ଜଳ ସମ୍ପଦ ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ ।

ପୂର୍ବରୁ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଥିଲେ ସୁଦ୍ଧା ସରକାର ତାଙ୍କ କାର୍ଯ୍ୟକାଳ ଦୁଇ ଥର ବୃଦ୍ଧି କରିସାରିଛନ୍ତି । ସୁରେଶ ମହାପାତ୍ରଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ବରେ ଥିଲେ । ପରେ ତାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ପଦୋନ୍ନତି ମିଳିବା ସହ କାର୍ଯ୍ୟକାଳ ସରିବା ପରେ ତାଙ୍କ କାର୍ଯ୍ୟକାଳକୁ ଦୁଇ ଥର ବୃଦ୍ଧି ମଧ୍ୟ କରିଥିଲେ ରାଜ୍ୟ ସରକାର । ଏହା ବ୍ୟତୀତ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ସ୍ତରରେ ମଧ୍ୟ ସରକାର ବଡ ଧରଣର ପରିବର୍ତ୍ତନ କରିଛନ୍ତି । କିଛି ବରିଷ୍ଠ ଅଧିକାରୀଙ୍କ ବିଭାଗ ବଦଳିବା ସହ କିଛି ଅଧିକାରୀଙ୍କୁ ପଦନ୍ନୋତି ମଧ୍ୟ ମିଳିଛି ।

ସୁରେଶଙ୍କ ପରେ ବରିଷ୍ଠତା ଭିତ୍ତିରେ ରାଜ୍ୟରେ 1987 ବ୍ୟାଚର ନିକୁଞ୍ଜ କିଶୋର ସୁନ୍ଦରାୟ, ରାଜକୁମାର ଶର୍ମା ଓ 1988 ବ୍ୟାଚର ସି.ଜେ ବେଣୁଗୋପାଳ ଓ ପ୍ରଦୀପ୍ତ କୁମାର ମହାପାତ୍ର କାର୍ଯ୍ୟରତ ଅଛନ୍ତି । ପ୍ରଦୀପଙ୍କ ଉପରେ ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ଅଫିସରଙ୍କ ମଧ୍ୟରେ ନିକୁଞ୍ଜ ସୁନ୍ଦରାୟ ମାର୍ଚ୍ଚରେ ଅବସର ନେବେ । ସେହିପରି ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା ମଧ୍ୟ ଆସନ୍ତା ଅଗଷ୍ଟରେ ଅବସର ନେବେ ।

ଏମାନଙ୍କ ବ୍ୟତୀତ ସି.ଜେ ବେଣୁଗୋପାଳ ଓ ପ୍ରଦୀପ୍ତ କୁମାର ମହାପାତ୍ର ସରକାରଙ୍କ ଗୁଡବୁକରେ ନଥିବାରୁ ମୁଖ୍ୟ ଶାସନ ସଚିବ ରେସରୁ ବାଦ ପଡ଼ିଛନ୍ତି । କେନ୍ଦ୍ରୀୟ ଡେପୁଟେସନରେ ଥିବା 1987 ବ୍ୟାଚ ଆଇଏଏସ ତୁହିନକାନ୍ତ ପାଣ୍ଡେ ଓ ରାଜେଶ ବର୍ମାଙ୍କୁ ଏହି ଗୁରୁଦାୟିତ୍ୱ ଦେବା ସପକ୍ଷରେ ସରକାର ନଥିଲେ । ରାଜେଶ ବର୍ମା 2020 ମେ’ରେ ଓଡ଼ିଶା ଛାଡ଼ିଥିବା ବେଳେ ତୁହିନକାନ୍ତ ପାଣ୍ଡେ 2019 ଅକ୍ଟୋବରରେ ଦିଲ୍ଲୀ ଯାଇଛନ୍ତି । ସମ୍ଭାବ୍ୟ ନିର୍ବାଚନୀ ବର୍ଷରେ ଏହି ଦୁଇ ଅଣଓଡ଼ିଆ ଆଇଏଏସଙ୍କୁ ମୁଖ୍ୟ ଶାସନ ସଚିବ ପଦ ପାଇଁ ଚୟନ କରି ରାଜ୍ୟ ସରକାର ଅଯଥା ମୁଣ୍ଡବ୍ୟଥା ବଢାଇବା ସପକ୍ଷରେ ନଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 26, 2023, 5:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.