ଜୟପୁର: ବଢି ଚାଲିଛି ନିଅଣ୍ଟିଆ କୋଇଲା ଯୋଗାଣ ସମସ୍ୟା । ଫଳରେ ବିଭିନ୍ନ ରାଜ୍ୟରେ କୋଇଲା ଅଭାବ କାରଣରୁ ଘନ ଘନ ବିଜୁଳିକାଟ କରାଯାଉଛି । ତାପଜ ବିଦ୍ୟୁତ୍କେନ୍ଦ୍ର ଚାଲିବା ପାଇଁ ଆବଶ୍ୟକ ପଡୁଥିବା କୋଇଲା ଯୋଗାଣରେ ବାଧାପ୍ରାପ୍ତ ହେବାରୁ ବିଦ୍ୟୁତ୍ ଉତ୍ପାଦନରେ ମଧ୍ୟ ବ୍ୟାହତ ସୃଷ୍ଟି ହୋଇଛି ।
ସାରା ଦେଶରେ ଏବେ ଗ୍ରୀଷ୍ମ ଲହର ଜାରି ରହିଥିବା ବେଳେ ଘନ ଘନ ବିଜୁଳିକାଟ ଏବେ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏପଟେ କୋଇଲା ସଙ୍କଟକୁ ନେଇ ରାଜସ୍ଥାନ ସରକାର ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପାୱାରକଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବିଜୁଳି ଦର ବୃଦ୍ଧି କାରଣରୁ ରାଜସ୍ଥାନ ସରକାରଙ୍କ ନିର୍ଦ୍ଦେଶକ୍ରମେ, ଗ୍ରାମଞ୍ଚଳରେ ୩ ଘଣ୍ଟା, ଜିଲ୍ଲାଗୁଡିକରେ ୨ ଘଣ୍ଟା ଏବଂ ବିଭିନ୍ନ ବିଭାଗ ସ୍ତରରେ ଦୈନିକ ଏକ ଘଣ୍ଟା ପାୱାରକଟ କରାଯିବ ।
-
देश भर में बिजली की भारी समस्या हो रही है। अभी तक दिल्ली में हम लोग किसी तरह से मैनेज किए हुए हैं। पूरे भारत में स्थिति बेहद गंभीर है। हम सबको मिलकर जल्द ही इसका समाधान निकालना होगा। इस समस्या से निपटने के लिए त्वरित ठोस कदम उठाने की ज़रूरत है। pic.twitter.com/aYQVVZBUOy
— Arvind Kejriwal (@ArvindKejriwal) April 29, 2022 " class="align-text-top noRightClick twitterSection" data="
">देश भर में बिजली की भारी समस्या हो रही है। अभी तक दिल्ली में हम लोग किसी तरह से मैनेज किए हुए हैं। पूरे भारत में स्थिति बेहद गंभीर है। हम सबको मिलकर जल्द ही इसका समाधान निकालना होगा। इस समस्या से निपटने के लिए त्वरित ठोस कदम उठाने की ज़रूरत है। pic.twitter.com/aYQVVZBUOy
— Arvind Kejriwal (@ArvindKejriwal) April 29, 2022देश भर में बिजली की भारी समस्या हो रही है। अभी तक दिल्ली में हम लोग किसी तरह से मैनेज किए हुए हैं। पूरे भारत में स्थिति बेहद गंभीर है। हम सबको मिलकर जल्द ही इसका समाधान निकालना होगा। इस समस्या से निपटने के लिए त्वरित ठोस कदम उठाने की ज़रूरत है। pic.twitter.com/aYQVVZBUOy
— Arvind Kejriwal (@ArvindKejriwal) April 29, 2022
ସେହିଭଳି ସାରା ଦେଶରେ ଏବେ କୋଇଲାର ଯୋଗାଣ ନେଇ ଉତ୍କଟ ସମସ୍ୟା ଦେଖାଯାଇଥିବା ବେଳେ ଏହାର ସିଧାସଳଖ ପ୍ରଭାବ ବିଦ୍ୟୁତ୍ ବିତରଣ କମ୍ପାନୀ ଓ ଉତ୍ପାଦନ କେନ୍ଦ୍ର ଉପରେ ପ୍ରଭାବ ପକାଉଛି । ଏଥିସହ ରାଜସ୍ଥାନ ଶକ୍ତିମନ୍ତ୍ରୀ ଭନୱାର ସିଂ କହିଛନ୍ତି, ଆମେ ବିଜୁଳି ବ୍ୟବହାର ଲାଗି ୟୁନିଟ ପିଛା ୧୫ ଟଙ୍କା ଖର୍ଚ୍ଚ କରୁଥିବା ସ୍ବତ୍ତେ ବିଜୁଳି ବ୍ୟବହାର କରିବାକୁ ଅସର୍ମଥ । ଏହା ସହିତ ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ଦୈନିକ ୬ରୁ ୭ ଘଣ୍ଟା ଅଘୋଷିତ ବିଜୁଳିକାଟ ହେଉଛି ।
ତେବେ ଏହାର ମୁଖ୍ୟ କାରଣ ହେଉଛି, ରାଜ୍ୟରେ ଦେଖା ଯାଇଥିବା ଉତ୍କଟ ବିଦ୍ୟୁତ୍ ଉତ୍ପାଦନ ସମସ୍ୟା । ଏପଟେ ରାଜସ୍ଥାନ ସରକାର ରାଜ୍ୟରେ ଥିବା କମ୍ପାନୀଗୁଡିକୁ ବୁଦ୍ଧିମତାର ସହ ବିଜୁଳି ବ୍ୟବହାର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରାଜସ୍ଥାନରେ ୧.୭ ଲକ୍ଷ ଶିଳ୍ପ ୟୁନିଟ ରହିଥିବା ବେଳେ ୧.୨୭ ଲକ୍ଷ କ୍ଷୁଦ୍ର ଶିଳ୍ପ ଯୁନିଟ ରହିଛି । ସେହିପରି ୩୩ ହଜାର ମଧ୍ୟମ ଶିଳ୍ପ ୟୁନିଟ ରହିଥିବା ବେଳେ ପାୱାରକଟ ନେଇ ଏହି ଶିଳ୍ପ ସଂସ୍ଥାଗୁଡିକର ଉତ୍ପାଦନର ଉପରେ ଗଭୀର ପ୍ରଭାବ ପଡିବ ବୋଲି ଆକଳନ କରାଯାଇଛି ।
ଗତ ମାସରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କୋଇଲା ସଙ୍କଟକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଭେଟିଥିଲେ । ଏଥିସହ ରାଜସ୍ଥାନକୁ କୋଇଲା ପ୍ରଦାନ କରିବା ଲାଗି ସେ କହିଥିଲେ । ଅନ୍ୟପଟେ କୋଇଲା ସଙ୍କଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜର କ୍ଷୋଭ ପ୍ରକାଶ କରିବା ସହ ସମସ୍ତେ ମିଶି ଏହାର ସମଧାନ କରିବା ଲାଗି କହିଛନ୍ତି ।
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଏବେ ଉତ୍କଟ କୋଇଲା ସମସ୍ୟା ଦେଖାଯାଇଛି । ଫଳରେ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବହୁତ ବ୍ୟାହତ ସୃଷ୍ଟି ହୋଇଛି ବୋଲି ଦିଲ୍ଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଏପର୍ଯ୍ୟନ୍ତ ଆମେ ଦିଲ୍ଲୀରେ ବିଭିନ୍ନ ଉପାୟରେ ବିଦ୍ୟୁତ୍ ସମସ୍ୟା ଦୂର କରି ପାରିଛୁ । ମାତ୍ର ଆଗକୁ ଏହା କରିବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି ।