ETV Bharat / bharat

ରାମଚରିତ ମାନସରେ ଅଛି ପୋଟାସିୟମ ସିଆନାଇଡ: ବିହାର ଶିକ୍ଷା ମନ୍ତ୍ରୀ

ରାମଚରିତ ମାନସରେ ପୋଟାସିୟମ ସିଆନାଇଡ ଅଛି କହିଲେ ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର । ବର୍ଷିଲା ରାଜ୍ୟ ବିଜେପି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 15, 2023, 9:59 PM IST

Etv Bharat
Etv Bharat
ରାମଚରିତ ମାନସରେ ଅଛି ପୋଟାସିୟମ ସିଆନାଇଡ

ପାଟନା: ପୁଣି ରାମଚରିତ ମାନସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିହାର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର । ହିନ୍ଦୀ ଦିବସ ଅବସରରେ ମନ୍ତ୍ରୀ ଚନ୍ଦ୍ରଶେଖର ବିହାର ହିନ୍ଦୀ ଗ୍ରନ୍ଥ ଏକାଡେମୀ କାର୍ଯ୍ୟକ୍ରମରେ ଯୋଗ ଦେଇ ରାମଚରିତ ମାନସରେ ପୋଟାସିୟମ ସିଆଇନାଇଡ ରହିଛି ବୋଲି କହିଥିଲେ । ଯାହାକୁ ଆଜି ରାଜ୍ୟ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟ ବିଜେପି ମୁଖପାତ୍ର ଅରବିନ୍ଦ ସିଂ ଶିକ୍ଷାମନ୍ତ୍ରୀଙ୍କ ଏହି ଧର୍ମବିରୋଧୀ ମନ୍ତବ୍ୟକୁ ଦୃଢ ନିନ୍ଦା କରିଛନ୍ତି ।

ସେ ବିହାର ହିନ୍ଦୀ ଗ୍ରନ୍ଥ ଏକାଡେମୀ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, "ରାମଚରିତ ମାନସରେ ପୋଟାସିୟମ ସିଆନାଇଡ ରହିଛି । ଯେତେବେଳେ ପର୍ଯ୍ୟନ୍ତ ଏହା ରହିବ ସେତେବେଳ ପର୍ଯ୍ୟନ୍ତ ଏହାକୁ ବିରୋଧ କରାଯିବ ।" ରାମଚରିତ ମାନସର ଅରଣ୍ୟକାଣ୍ଡରେ ବର୍ଣ୍ଣିତ ଶ୍ଳୋକ 'ପୁଜାହି ବିପ୍ର ସକଳ ଗୁଣା ହିନା, ଶୁଦ୍ର ନ ପୁଜହୁ ବେଦ ପ୍ରବୀଣା' ଦୋହରାଇ ଏହା ଉପରେ ପ୍ରଶ୍ନ ଉଠାଇଥିଲେ । ଏଭଳି ମନ୍ତବ୍ୟ ଦେଇ ଧାର୍ମିକ ଭାବନାକୁ ରାଜ୍ୟ ଶିକ୍ଷା ମନ୍ତ୍ରୀ ଆଘାତ ଦେଇଥିବା ଅଭିଯୋଗ କରି ବର୍ଷିଛି ବିଜେପି ।

ଏହା ବି ପଢନ୍ତୁ- Slave remarks: ବଙ୍ଗ ଶିକ୍ଷାମନ୍ତ୍ରୀଙ୍କ 'ଗୁଲାମ କୂଳପତି' ମନ୍ତବ୍ୟ, ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ଅରଣ୍ୟକାଣ୍ଡର ଏକ ଶ୍ଳୋକକୁ ନେଇ କହିଥିଲେ, " ଏଥିରେ ଜାତି ବିଷୟରେ କିଛି ଭୁଲ୍ କୁହାଯାଇ ନାହିଁ କି ? ଗତ ଥର ରାମଚରିତମାନସର ସୁନ୍ଦର କାଣ୍ଡଙ୍କ ଉପରେ ଦେଇଥିବ ମନ୍ତବ୍ୟ ଲାଗି ଜିଭ କାଟିବା ଲାଗି ୧୦ କୋଟି ଟଙ୍କା ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଥିଲା । ତେବେ ଏଥର ମୋ ବେକ କାଟିବା ଲାଗି ପୁରସ୍କାର ରାଶି କ'ଣ ରହିବ ?" ଶିକ୍ଷାମନ୍ତ୍ରୀଙ୍କ ଏହି ବିବୃତ୍ତି ଉପରେ ବିଜେପି ମୁଖପାତ୍ର ଅରବିନ୍ଦ ସିଂ କହିଛନ୍ତି ଯେ ଶିକ୍ଷାମନ୍ତ୍ରୀ ନିଜେ ହେଉଛନ୍ତି ଜଣେ ସାମାଜିକ ସିଆନାଇଡ୍ ।

ଏନେଇ ବିଜେପି ମୁଖପାତ୍ର ଅରବିନ୍ଦ ସିଂ କହିଛନ୍ତି, "ସମାଜରେ ବିଷ ଭରିବା ଲାଗି ଶିକ୍ଷା ମନ୍ତ୍ରୀ ବ୍ୟାକୁଳ ଅଛନ୍ତି । ଆରଜେଡି ବିହାର ପାଇଁ ସିଆନାଇଡ୍ ଅଟେ । RJD ହେଉଛି ସାମାଜିକ ସିଆନାଇଡ୍, ହତ୍ୟା, ଅପରାଧ, ଜାତିଗତ ବିବାଦ ଏବଂ ଧାର୍ମିକ ଘୃଣା ବିସ୍ତାର କରୁଛି । ଶିକ୍ଷାମନ୍ତ୍ରୀ ଶିକ୍ଷା ପାଇଁ ସିଆନାଇଡ୍ । ସେଥିପାଇଁ ସେମାନେ ରାମଚରିତମାନସ ବିଷୟରେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି । ରାମଚରିତ ମାନସକୁ ଆରଜେଡିର କୌଣସି ନେତା ଭଲ ଭାବେ ପଢ଼ିନାହାନ୍ତି । ଏଥିଲାଗି ଏପରି ବୟାନବାଜି କରୁଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.