ETV Bharat / bharat

Sidhu Moose Wala Murder: ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ସିଦ୍ଧୁଙ୍କ ଶରୀରରେ ବାଜିଥିଲା ୨୪ ଗୁଳି - ସିଦ୍ଧୁ ମୁସେୱାଲାଙ୍କ ଶରୀରରୁ ବାହାରିଲା ୨ ଡଜନ ଗୁଳି

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ଘଟଣା । ବ୍ୟବଚ୍ଛେଦ ବେଳେ ତାଙ୍କ ଶରୀରରୁ ୨୪ଟି ଗୁଳି ବାହାରିଥିବା ଜଣାପଡିଛି । ଅଧିକ ପଢନ୍ତୁ

Sidhu Musewala Killing: ବ୍ୟବଚ୍ଛେଦ ବେଳେ ଶରୀରରୁ ବାହାରିଲା ୨୪ଟି ଗୁଳି

author img

By

Published : May 31, 2022, 12:05 PM IST

ଚଣ୍ଡିଗଡ଼: ଲୋକପ୍ରିୟ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ମୃତଦେହକୁ ପଞ୍ଜାବ ମାନସା ଜିଲ୍ଲାର ସିଭିଲ ହସ୍ପିଟାଲକୁ ନିଆଯାଇ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଦ୍ବାରା ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ବେଳେ ତାଙ୍କ ଶରୀରରୁ ୨ ଡର୍ଜନ୍‌ ବା ୨୪ଟି ଗୁଳି ବାହାରିଛି । ଗତ ଶନିବାର ସେ ନିଜ କାରରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ସାମନା ପଟୁ ଗୁଳି କରିଥିଲେ ।

ମୃତ୍ୟୁର କାରଣ:-

ବ୍ୟବଚ୍ଛେଦ ବେଳେ ସିଦ୍ଧୁ ମୁସେୱାଲାଙ୍କ ଶରୀରରୁ ୨୪ ଟି ଗୁଳି ବାହାରିଛି । ଗୁଳି ବାଜିବା ପରେ ଶରୀରରୁ ଅତ୍ୟଧିକ ରକ୍ତସ୍ରାବ(excessive bleeding) ହେବା ପରେ ତାଙ୍କର ମୃତ୍ୟୁ ଘଟିଛି । ଏହାସହିତ ଏହି ହତ୍ୟାକାଣ୍ଡ ଘଟଣାରେ ସିଦ୍ଧୁଙ୍କ ଆଭ୍ୟନ୍ତରଣୀ ଅଙ୍ଗରେ ଏକାଧିକ ସ୍ଥାନରେ ଆଘାତ ଲାଗିଛି । ଏହି ଆଘାତକୁ ମୁସେୱାଲା ସହି ନ ପାରିବା ପରେ ସେ ଦୁନିଆକୁ ଅଲବିଦା କହିଛନ୍ତି ।

ଆଜି ହେବ ଅନ୍ତିମ ସଂସ୍କାର:-

ମୁସେୱାଲାଙ୍କ ଏହି ଘଟଣାରେ କୌଣସି ପ୍ରକାର ଅବହେଳା କରାଯାଇନାହିଁ । ବ୍ୟବଚ୍ଛେଦ ସମୟରେ ଭିଡିଓଗ୍ରାଫି କରାଯାଇଥିବା ବେଳେ ସମସ୍ତ ତଥ୍ୟ ପ୍ରମାଣକୁ ସଂରକ୍ଷିତ ରଖାଯାଇଛି । ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ମୁସେୱାଲାଙ୍କ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ହାଇକୋର୍ଟର ସିଟିଂ ବିଚାରପତିଙ୍କ ଦ୍ବାରା କରାଯିବ । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ଏହା ବି ପଢନ୍ତୁ- Sidhu Moosewala Killing: ହତ୍ୟା ପଛରେ ଗୋଲ୍ଡି, ଜାଣନ୍ତୁ କିଏ ଏହି ଗ୍ୟାଙ୍ଗଷ୍ଟାର ?

ଡେରାଡୁନରୁ ୬ ଗିରଫ:-

ମିଳିଥିବା ସୂଚନା ଅନୁସାରେ ଏହି ହତ୍ୟାକାଣ୍ଡର ସମସ୍ତ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ । ଏହାରି ମଧ୍ୟରେ ଡେରାଡୁନ, ଉତ୍ତରାଖଣ୍ଡରୁ ୬ ଜଣଙ୍କୁ ସ୍ଥାନୀୟ ପୋଲିସ ସହାୟତାରେ ଗିରଫ କରାଯାଇଛି । ଗିରଫ ପରେ ସେମାନଙ୍କୁ ପଞ୍ଜାବ ପୋଲିସକୁ ହସ୍ତାନ୍ତର ମଧ୍ୟ କରାଯାଇଛି ।

ଶିମ୍ରନିଜତଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା:-

ଶିରୋମଣି ଅକାଳି ଦଳର ମୁଖ୍ୟ ଶ୍ରିମନଜିତ ସିଂ ମନ୍ନ ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗତ କିଛି ଦିନ ପୂର୍ବରୁ ମୁସେୱାଲାଙ୍କ ସହିତ ଫୋନରେ ଯୋଗାଯୋଗ କରି ତାଙ୍କୁ ଭେଟିବାକୁ ମଧ୍ୟ କହିଥିଲେ । ମାତ୍ର ସେ ତାଙ୍କୁ ଭେଟିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି । ଅନେକ ରାଜନେତା ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି । ପଞ୍ଜାବ ସରକାର ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରିନେବା ପରେ ଏହି ଘଟଣା ଘଟିଛି । ଶ୍ରୀମନଜିତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ NIA କିମ୍ବା CBI ପରିବର୍ତ୍ତେ UN ତଦନ୍ତ କରିବା ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.