ETV Bharat / bharat

ଦିଲ୍ଲୀ ହିଂସା: ପୋଲିସ ଗୁଳିରେ ନୁହେଁ, ଟ୍ରାକ୍ଟର ଓଲଟି ପ୍ରାଣ ହରାଇଥିଲା ଚାଷୀ - ଚାଷୀ ଆନ୍ଦୋଳନ

ଚାଷୀର ମୃତ୍ୟୁକୁ ନେଇ ହୋଇଛି ବଡ ଖୁଲାସା । ସାମ୍ନାକୁ ଆସିଛି ମୃତ ଚାଷୀର ପୋଷ୍ଟମର୍ଟମ ରିପୋର୍ଟ । ତେବେ ଚାଷୀର ମୃତ୍ୟୁ ପୋଲିସ ଗୁଳିରେ ନୁହେଁ, ବରଂ ଟ୍ରାକ୍ଟର ଓଲଟି ପ୍ରାଣ ଯାଇଥିବା ରିପୋର୍ଟରେ ହୋଇଛି ସ୍ପଷ୍ଟ । ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା: ପୋଲିସ ଗୁଳିରେ ନୁହେଁ, ଟ୍ରାକ୍ଟର ଓଲଟି ପ୍ରାଣ ହରାଇଥିଲା ଚାଷୀ

author img

By

Published : Jan 27, 2021, 6:21 PM IST

ଲକ୍ଷ୍ନୌ: ଟ୍ରାକ୍ଟର ପରେଡ ସମୟରେ ହୋଇଥିବା ଚାଷୀର ମୃତ୍ୟୁକୁ ନେଇ ହୋଇଛି ବଡ ଖୁଲାସା । ସାମ୍ନାକୁ ଆସିଛି ମୃତ ଚାଷୀର ପୋଷ୍ଟମର୍ଟମ ରିପୋର୍ଟ । ତେବେ ଚାଷୀର ମୃତ୍ୟୁ ପୋଲିସ ଗୁଳିରେ ନୁହେଁ, ବରଂ ଟ୍ରାକ୍ଟର ଓଲଟି ପ୍ରାଣ ଯାଇଥିବା ରିପୋର୍ଟରେ ହୋଇଛି ସ୍ପଷ୍ଟ ।

ବରେଲିର ଏଡିଜି ଅବିନାଶ ଚନ୍ଦ୍ର ସୂଚନା ଦେଇ କହିଛନ୍ତି ଯେ ଚାଷୀର ମୃତ୍ୟୁ ଟ୍ରାକ୍ଟର ଓଲଟି ହୋଇଛି । ଟ୍ରାକ୍ଟର ଓଲଟିବା ଦୃଶ୍ୟ ମଧ୍ୟ ଭାଇରାଲ ହେଉଛି । ତେବେ ଟ୍ରାକ୍ଟର ଓଲଟିବା ଯୋଗୁଁ ଚାଷୀକୁ ଗଭୀର ଆଘାତ ଲାଗିଥିଲା ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ହୋଇଥିବା ଟ୍ରାକ୍ଟର ରାଲି ସମୟରେ ହିଂସା ଉପୁଜିଥିଲା । କେବଳ ଏତିକି ନୁହେଁ ମୁହାମୁହିଁ ସ୍ଥିତିକୁ ଆସିଯାଇଥିଲେ ପ୍ରଦର୍ଶନକାରୀ ଓ ପୋଲିସ । ନୂଆ କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀ ଟ୍ରାକ୍ଟର ପରେଡ ବାହାର କରିଥିଲେ । ଏହି ସମୟରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନକାରୀ ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ପଥର ଫିଙ୍ଗିବା ଓ ଲାଠିମାଡ କରିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି ।

ଟ୍ରାକ୍ଟର ରାଲି ସମୟରେ ଆନ୍ଦୋଳକାରୀ ପୋଲିସ ଉପରେ ଟ୍ରାକ୍ଟର ଚଢାଇଦେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଟ୍ରାକ୍ଟର ଓଲଟି ପଡିଥିଲା । ଫଳରେ ଜଣେ ଚାଷୀର ମୃତ୍ୟୁ ହୋଇଥିଲା । ହେଲେ ଚାଷୀର ମୃତ୍ୟୁ ପୋଲିସ ଗୁଳିରେ ହୋଇଥିବା ନେଇ କିଛି ଉପଦ୍ରବୀ ଗୁଜବ ପ୍ରଚାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.